Author: sanitelevision

ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା। ବେଙ୍ଗାଲୁରୁ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ପୁଣେ ପଳାଇ ଯାଇଥିବା ଅଭିଯୋଗ ହୋଇଛି।ଭିଯୁକ୍ତଙ୍କ ରାକେଶଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ, କଲ୍ ଡିଟେଲ୍ ରେକର୍ଡ (ସିଡିଆର୍) ବ୍ୟବହାର କରି ତାଙ୍କୁ ଟ୍ରାକ୍ କରି ପୁଣେ ପୋଲିସ ଅଟକ ରଖିଛି। ରାକେଶ ତାଙ୍କ ସ୍ତ୍ରୀଙ୍କ ପିତାମାତାଙ୍କୁ ଫୋନ୍ କରି ହତ୍ୟା କରିଥିବା ସ୍ୱୀକାର କରିବା ପରେ ଅପରାଧଟି ସାମ୍ନାକୁ ଆସିଥିଲା। ପୀଡିତା, 32 ବର୍ଷୀୟ ଗୌରୀ ଅନିଲ ସାମ୍ବେକରଙ୍କ ଗଣମାଧ୍ୟମ ଏବଂ ଯୋଗାଯୋଗରେ ଶିକ୍ଷା ଗ୍ରହଣ କରିଥିଲେ। ତେବେ ସେ ବେକାର ଥିଲେ ଏବଂ ଘରେ ରହୁଥିଲେ, ଯେତେବେଳେ ରାକେଶ ହିଟାଚିରେ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାମ କରୁଥିଲେ। ମୂଳତଃ ମହାରାଷ୍ଟ୍ରର ଏହି ଦମ୍ପତି ଗତ ଦୁଇ ମାସ ଧରି ହୁଲିମାଭୁ ଥାନା ଅନ୍ତର୍ଗତ ଡୋଡ୍ଡାକାନ୍ନାହଲ୍ଲିରେ ରହୁଥିଲେ।ପୁଲିସ କହିଛି…

Read More

ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ଆଜି ଅର୍ଥାତ୍‌ ୨୮ ମାର୍ଚ୍ଚରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ୨୪ କ୍ୟାରେଟ ୧୦ ଗ୍ରାମ ସୁନା ୮୯,୮୫୦ ଟଙ୍କାରେ କାରବାର ହେଉଛି। ସେହି ସମୟରେ, ୨୨ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୮୨,୩୬୦ ଟଙ୍କା। ଦେଶର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି। ସୁନା ମୂଲ୍ୟ ୯୦ ହଜାର ଅତିକ୍ରମ କରିଛି। ରାଜଧାନୀରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୯୦,୦୦୦ ଟଙ୍କାରେ ପହଞ୍ଚିଛି। ସେହି ସମୟରେ ୧୦ ଗ୍ରାମ ୨୨ କ୍ୟାରେଟ ସୁନା ୮୨,୫୧୦ ଟଙ୍କାରେ ଉପଲବ୍ଧ ହେଉଛି।ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୩,୩୫୦…

Read More

ଓଡ଼ିଶା ହେବ ଶିଳ୍ପ ହବ୍‌ । ୪୦ତମ ହାଇଲେଭଲ କ୍ଲିଏରାନ୍ସ ଅଥରିଟି ବୈଠକରେ ୧୦ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ଇସ୍ପାତ, ଆଲୁମିନିୟମ, ବିଦ୍ୟୁତ ଉତ୍ପାଦନ, ସବୁଜ ହାଇଡ୍ରୋଜେନ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ସବୁଜ ଶକ୍ତି ଉପକରଣ ସମେତ ପ୍ରମୁଖ କ୍ଷେତ୍ରକୁ ବ୍ୟାପିଛି। ଏହା ରାଜ୍ୟରେ ୫୧,୯୩୯ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।ରାୟଗଡ଼ାରେ ୨ଟି, କେନ୍ଦୁଝରରେ ୨ଟି, ଗଞ୍ଜାମରେ ୨ଟି, ଭଦ୍ରକ, ମୟୂରଭଞ୍ଜ, କଟକ ଏବଂ ଖୋର୍ଦ୍ଧାରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରାୟଗଡ଼ାରେ ବେଦାନ୍ତ ପ୍ରତିଷ୍ଠା କରିବ ୨ଟି ପ୍ରକଳ୍ପ । ୯୦ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ । ଯାହାଦ୍ଵାରା ୧୫ ହଜାର ୯୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ଇସ୍ପାତ କ୍ଷେତ୍ରରେ, JSW ଷ୍ଟିଲ୍ ଲିମିଟେଡ୍ ୩୫,୦୦୦କୋଟି ଟଙ୍କା ନିବେଶ ସହିତ କେଉଁଝର ଜିଲ୍ଲାରେ ୫ MTPA କ୍ଷମତା ବିଶିଷ୍ଟ ସମନ୍ୱିତ…

Read More

ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ କିଟ୍‌ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି NHRC। କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ୪ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। କିଟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ବୋଲି କହିଲା ଏନଏଚଆରସି । ସମ୍ବେଦନଶୀଳ ଘଟଣାକୁ ହାଲୁକା ଭାବେ ନେଇଥିଲେ କର୍ତ୍ତୃପକ୍ଷ । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ କରିଥିଲେ ୨ ଜଣିଆ ଏନଏଚଆରସି ଟିମ୍ ।କିଟ୍‌ ବିଶ୍ୱବିଦ୍ୟାଳୟର ଆଇଆରଓ, ବିଶବିଦ୍ୟାଳୟର ଅଧିକାରୀ, ଶୃଙ୍ଖଳାଗତ କମିଟି ତଥା କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏନ୍‌ଏଚ୍‌ଆର୍‌ସି ଦର୍ଶାଇଛନ୍ତି।

Read More

କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୫ ପୋଲିସ କର୍ମଚାରୀ ଆହତ ଘଟଣା । କ୍ୟାପିଟାଲ ହସ୍ପିଟାଲରେ ଆହତଙ୍କୁ ଭେଟିବା ପରେ ରାଗିଗଲେ ପୋଲିସ ଡିଜି । ପୋଲିସ ବର୍ଦ୍ଦିରେ ହାତ ମାରିଥିବା ଅସାମାଜିକଙ୍କୁ ଛଡ଼ାଯିବନି । ଖୋଜି ଖୋଜି ଧରା ଯିବ। ତାଙ୍କୁ ଜେଲରେ ପୂରାଯିବ। ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ୍ ଡିଜି।ଆନ୍ଦୋଳନର ନାଁରେ ହିଂସା ଓ ପୋଲିସ ଉପରେ ଆକ୍ରମଣ ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। DGPଙ୍କ ଏହି କଡ଼ା ବୟାନ ସୂଚାଇଛି ଯେ ପୋଲିସ ପ୍ରଶାସନ ଏବେ ଆଇନଶୃଙ୍ଖଳା ରକ୍ଷା ପାଇଁ ଅଧିକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ। ଏହା ସହିତ, ଏହି ଘଟଣା ଆନ୍ଦୋଳନର ଅସଲ ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

Read More

ରାଜ୍ୟ ସରକାର ଆଉ ୮ ସହରରେ ‘ଆମ ବସ୍’ ଗଡ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ସହରର ଲୋକଙ୍କୁ ଏହି ବସ୍ ସେବା ଯୋଗାଇ ଦିଆଯିବ ବୋଲି କ୍ରୁଟର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ସହରରେ ପାସ ବ୍ୟବସ୍ଥା କରାଯିବ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ୟାପ୍ଟେନ, ଗାଇଡ୍‌କୁ ମିଳିବ ସ୍ବୀକୃତି ଏବଂ ସମ୍ମାନ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଦ୍ରୁତ ଗାଡ଼ିଚାଳନା ଉପରେ ଅଙ୍କୁଶ ଲଗାଯାଇଛି । ଇଲେକ୍ଟି୍ର ବସର ବେଗ ଘଣ୍ଟା ପ୍ରତି ୩୫ କିଲୋମିଟର ରଖାଯାଇଥିବା ବେଳେ ଡିଜେଲ ବସର ଘଣ୍ଟା ପ୍ରତି ବେଗ ୪୦ କିଲୋମିଟର ରଖାଯାଇଛି । ଏଥିରେ ଯାତ୍ରୀମାନଙ୍କ ପ୍ରତି ଉତ୍ତମ ସୁରକ୍ଷା ଏବଂ ଗୁଣବତ୍ତା ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହିତ କ୍ରୁଟ୍‌ର କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ଏବଂ ସମୀକ୍ଷା ହୋଇଛି।

Read More

ବର୍ଷକ ଭିତରେ ୨୬୩ ପଡ଼ା ଗାଁ ରାଜସ୍ବ ଗାଁରେ ପରିବର୍ତ୍ତନ ହୋଇଛି। ତେବେ ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ବ ଗାଁ କରିବା ନେଇ ଯୋଜନା ରହିଛି ବୋଲି ଗୁରୁବାର ବିଧାସଭାରେ ବିବୃତ୍ତି ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ୍ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡ଼ିମାର୍କେସନ କରାଯାଉଛି । ଯେଉଁ କାମ ୬ରୁ ୭ଦିନରେ ସରିବ । ଯେଉଁ ଗାଁ ରାଜସ୍ବ ହେବା ଦରକାର, ସେ ନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରନ୍ତୁ । ରାଜସ୍ୱ ଗାଁ ଏକ ସ୍ୱୀକୃତି । ଯେଉଁଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳି ପାରିବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନା ଥାଉ କି, ଆଜି ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ରାଜସ୍ବ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ରଣପୁର ବିଧାନସଭା କ୍ଷେତ୍ର ମଧ୍ୟରେ କେତୋଟି ରାଜସ୍ବ…

Read More

ଗତ କିଛି ଦିନ ଧରି ଭାରତୀୟ ମାନକ ବ୍ୟୁରୋ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଏହାରି ଭିତରେ ଦିଲ୍ଲୀ ବ୍ରାଞ୍ଚରେ ମୋହନ କୋ-ଅପରେଟିଭ୍ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ସ୍ଥିତ ଆମାଜନ୍ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍ ଗୋଦାମରେ ଚଢ଼ାଉ କରିଛି ଭାରତୀୟ ମାନକ ବ୍ୟୁରୋ । ଚଢ଼ାଉ ବେଳେ ଗୋଦାମରୁ ୩୫୦୦ ରୁ ଅଧିକ ଏମିତି ପ୍ରଡକ୍ଟ ମିଳିଛି ଯାହା ବିନା ISI ମାର୍କ ଦ୍ବାରା ବିକ୍ରି କରାଯାଉଥିଲା । କେବଳ ଏତିକି ନୁହେଁ ଏହି ପ୍ରଡକ୍ଟ ଉପରେ ଫେକ୍ ଆଇଏସଆଇ ଲେବଲ୍ ମଧ୍ୟ ଲାଗିଥିଲା । ଯାଞ୍ଚ୍ ବେଳେ ମିଳିଥିବା ପ୍ରଡକ୍ଟରେ ଗିଜର୍ , ଫୁଡ୍ ମିକ୍ସର୍ ଏବଂ ଅନ୍ୟ ଫର୍ଣ୍ଣିଚର୍ ମଧ୍ୟ ସାମିଲ୍ ହୋଇଛି । ଏହାର ଅର୍ଥ ହେଉଛି ଏ ସବୁ ପ୍ରଡକ୍ଟ ଫେକ୍ ଏବଂ ଏହି ପ୍ରଡକ୍ଟକୁ ବ୍ୟବହାର କଲା ବେଳେ କେତେବେଳେ ବି କରେଣ୍ଟ୍ ଲାଗିବାର ସମ୍ଭାବନା ରହିଥାଏ । କମ୍ପାନୀ ଏଭଳି ଫେକ୍ ପ୍ରଡକ୍ଟ…

Read More

କେବଳ ପ୍ରଥମରୁ ଅଷ୍ଟମ ନୁହେଁ। ଏଣିକି ନବମ-ଦଶମ ସ୍କୁଲ ପିଲାଙ୍କୁ ବି ଦିଆଯିବ ମଧ୍ୟାହ୍ନ ଭୋଜନ। ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଏଣିକି ନବମ ଓ ଦଶମ ପିଲାଙ୍କୁ ବି ଦିଆଯିବ ଅଣ୍ଡା। କାଲିର ନିର୍ଦ୍ଦେଶନାମାରେ ପରିବର୍ତ୍ତନ ନେଇ ଗଣଶିକ୍ଷା ବିଭାଗର ସୂଚନା ଦେଇଛି। ସୋମବାର, ବୁଧବାର, ଶୁକ୍ରବାର ପିଲାଙ୍କୁ ଅଣ୍ଡା ଦିଆଯିବ। ମଙ୍ଗଳବାର, ଗୁରୁବାର, ଶନିବାର ପୋଷଣଯୁକ୍ତ ଲଡୁ ମିଳିବ। ଶିଶୁବାଟିକାଠୁ ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ଏହା ମିଳିବ।

Read More

ଭୁବନେଶ୍ୱର ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବାରୁ ମୁହାଁମୁହିଁ ପରିସ୍ଥିତି । ପୋଲିସ ଉପରକୁ ଚୌକି ଫିଙ୍ଗିଲେ କଂଗ୍ରେସ କର୍ମୀ । ଆନ୍ଦୋଳନ ବାହାନାରେ ପୋଲିକୁ ଆକ୍ରମଣ । ଲୋୟର ପିଏମ୍‌ଜିରେ କଂଗ୍ରେସର ଆନ୍ଦୋଳନ ବେଳେ ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ତେବେ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଉତ୍ୟକ୍ତ କଂଗ୍ରେସ କର୍ମୀମାନେ ଗୋଟିଏ ଗାଡ଼ି ପୋଡ଼ିବାକୁ ଉଦ୍ୟମ କରିଥିଲେ ମାତ୍ର ଡ୍ରାଇଭରଙ୍କ ଯୋଗୁଁ ଏପରି କରିପାରିନଥିଲେ । ତେବେ ଏନେଇ ତଦନ୍ତ କରାଯିବ । ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ କିଛି କର୍ମୀମାନଙ୍କୁ ଉଠାଇ ନେଇଛି ପୋଲିସ । ବର୍ତ୍ତମାନ ସ୍ଥିତି ଆୟତ୍ତ ଥିବା ବେଳେ ସିସିଟିଭି ଆଧାରରେ ଏବେ ଯାଞ୍ଚ ଚାଲିଛି ବୋଲି କହିଛନ୍ତି ଭୁବନେଶ୍ଵର ଡିସିପି ଜଗମୋହନ…

Read More