Author: sanitelevision

ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ୮ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ। ମେ ମାସ ୧୮ ତାରିଖ ଯାଏଁ ଫର୍ମ ଫିଲପ ପ୍ରକ୍ରିୟା ଚାଲିବ। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପାଇଁ ଅନଲାଇନରେ ହେବ ଫର୍ମ ପୂରଣ । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.in ରେ ଫର୍ମ ପୂରଣ ଲିଙ୍କ ଉପଲବ୍ଧ ରହିଛି । ଫର୍ମ ପୂରଣ ସହିତ ଫିସ ଦାଖଲ ଅନଲାଇନରେ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

Read More

ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଇଛନ୍ତି ସରକାର ।ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନିଜ ନିଜ ଜିଲ୍ଲା ଅନୁଯାୟୀ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ବ୍ୟାପକ ଭାବରେ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ପରିବହନ କମିସନର ଅମିତାଭ ଠାକୁର କହିଥିଲେ, ପ୍ରତିଦିନ ଯେଉଁଭଳି ସଡ଼କ ଦୁର୍ଘଟଣା ଘଟୁଛି, ଏହା ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଛି । ଏହାକୁ ହ୍ରାସ କରିବା ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେଣୁ ସମସ୍ତ ଆରଟିଓଙ୍କୁ ଗ୍ରାଉଣ୍ଡ ଜିରୋରରେ ଏ ଦିଗରେ ବ୍ୟାପକ କାର୍ଯ୍ୟ କରିବାକୁ ହେବ । ଅନେକ ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ମାନୁନାହାନ୍ତି । ମନଇଚ୍ଛା ଗାଡ଼ି ଚଲାଉଛନ୍ତି । ଆଉ ନିଜ ସହ ଅନ୍ୟମାନଙ୍କ ଜୀବନ ମଧ୍ୟ ନେଇଯାଉଛନ୍ତି । ଏହାକୁ ରୋକିବାକୁ ହେଲେ ଯୋଜନା ଭିତ୍ତିରେ ଏନଫୋର୍ସମେଣ୍ଟ କରିବାକୁ ହେବ ବୋଲି ଶ୍ରୀ ଠାକୁର କହିଛନ୍ତି ।…

Read More

ପଶ୍ଚିମବଙ୍ଗରେ ହାରିବା ପରେ ମମତା ବାନାର୍ଜୀ ପ୍ରେସ୍‌ କନଫରେନ୍ସ ଜରିଆରେ ଭାଜପା ଉପରେ ବର୍ଷିଛନ୍ତି। ମମତା କହିଛନ୍ତି, ଆମର କର୍ମୀମାନଙ୍କୁ ନିର୍ଯାତନା ଦିଆଯାଇଛି। ଏହି ହେରଫେର ପାଇଁ ନିର୍ବାଚନ କମିଶନ ଦାୟୀ। ସେମାନେ ସମଗ୍ର ପୋଲିସ ବାହିନୀକୁ ବଦଳାଇ ଦେଇଥିଲେ। ଆମେ ପୂର୍ବରୁ ଏପରି ଆଇନଶୃଙ୍ଖଳା କେବେ ଦେଖିନାହୁଁ।” ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ। ଆମେ ଏକ ଗୋପନୀୟ ରଣନୀତି ସହିତ ଆଗକୁ ବଢ଼ିବୁ। ଆମେ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରୁଛୁ। ସେମାନେ ତଦନ୍ତ କରିବେ। ସେମାନେ ଆମ ଦଳୀୟ କର୍ମୀଙ୍କୁ ଭାଜପାରେ ଯୋଗଦେବାକୁ କହୁଛନ୍ତି। ତେବେ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ପଦରୁ ଇସ୍ତଫା ଦେବେ ନାହିଁ।ମମତା କହିଛନ୍ତି, ମୁଁ ଲୋକଭବନ କାହିଁକି ଯିବି ? ଯଦି ଶପଥ ନେବାର ଥାଆନ୍ତା, ତେବେ ମୁଁ ନିଜେ ଯାଇଥାନ୍ତି। ସେମାନେ ଦଖଲ କରିନେଇଛନ୍ତି। କ’ଣ ଆପଣଙ୍କୁ ଲାଗୁଛି…

Read More

ସ୍ଵାମୀର ସାନ ଭାଇର ଟାଙ୍ଗିଆ ଚୋଟରେ ଗଲା ମହିଳାଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ହିଞ୍ଜିଳି ଥାନା କେ. ଖରିଡ଼ା ଅଞ୍ଚଳରେ। ହିଞ୍ଜିଳି ପୋଲିସ ଅଭିଯୁକ୍ତ ସାନ ଭାଇଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।ସୂଚନା ଅନୁସାରେ, ମୃତ ମହିଳାଙ୍କ ଘର ରମ୍ବା ଥାନା ଅଗସ୍ଥି ନୁଆଗାଁରେ। ତିନି ବର୍ଷ ତଳେ ସୋସିଆଲ ମିଡିଆରୁ ତାଙ୍କର କେ. ଖରିଡ଼ା ଗ୍ରାମର ଚିଣ୍ଟୁ ଗୌଡ଼ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପ୍ରଥମେ ଅନଲାଇନରେ କଥାବାର୍ତ୍ତା ପରେ ମିଳାମିଶା କରିଥିଲେ। ଏହା ପରେ ସେମାନେ ମନ୍ଦିରରେ ବିବାହ କରିଥିଲେ। ଉଭୟଙ୍କର ତିନି ବର୍ଷର କନ୍ୟା ସନ୍ତାନ ଥିବା ବେଳେ, ମହିଳା ଜଣକ ଛଅ ମାସର ଗର୍ଭବତୀ ମଧ୍ୟ ଥିଲେ। ତେବେ ପ୍ରାୟ ଛଅ ମାସ ହେଲା ଉଭୟ ପୁରୀରେ ଭଡ଼ାରେ ରହୁଥିଲେ। କିନ୍ତୁ ୧୫ ଦିନ ତଳେ ଚିଣ୍ଟୁ ମହିଳାଙ୍କୁ ତାଙ୍କ ଘରଲୋକଙ୍କ ସହ ଦେଖା କରାଇବାକୁ କହି ବ୍ରହ୍ମପୁର…

Read More

ବଙ୍ଗୋପସାଗର ଉପକୂଳରେ ହୋଇପାରେ ମିସାଇଲ ପରୀକ୍ଷଣ। ଦୂରଗାମୀ ମିସାଇଲ ପରୀକ୍ଷଣ ନେଇ ନୋଟାମ ଜାରି କରାଯାଇଛି। ବଙ୍ଗୋପସାଗର ତଟବର୍ତ୍ତୀ ଧାମରାର ଅବଦୁଲ କଲାମ ଦ୍ବୀପରୁ ଭାରତୀୟ ମହାସାଗର ମଧ୍ୟରେ ୩ ହଜାର ୫୬୦ କିଲୋମିଟର ପର୍ଯ୍ୟନ୍ତ ନୋଟାମ୍ ଜାରି କରାଯାଇଛି। ଏହି ସମୟରେ କୌଣସି ବିମାନ ଚଳାଚଳ କରିପାରିବ ନାହିଁ। ନୋଟାମ୍ ଆସନ୍ତା ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଜାରି କରାଯାଇଛି। ତେବେ କୌଣସି ଦୂରଗାମୀ ମିସାଇଲ ପରୀକ୍ଷଣ କରାଯିବ ତାହା ସ୍ପଷ୍ଟ ହୋଇନାହିଁ।

Read More

ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଲା ବିଜେଡି । ଏନେଇ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଜଣଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ , ୫ ଜଣଙ୍କୁ ବରିଷ୍ଠ ସାଧାରଣ ସଚିବ ଦାୟିତ୍ୱ ମିଳିଛି । ସେହିପରି ୨୭ ଜଣଙ୍କୁ ଜେନେରାଲ ସେକ୍ରେଟେରୀ ଦାୟିତ୍ୱ ଦିଆଯାଇଥିବା ବେଳେ , ୪୫ ଜଣଙ୍କୁ ସଚିବ ,୧୧ ଜଣଙ୍କୁ ଯୁଗ୍ମ ସଚିବ ଭାବେ ନିୟୁକ୍ତି କରାଯାଇଛି । ଜାରି ବିଜ୍ଞପ୍ତି ଅନୁସାରେ .. ୧. ରାଜେନ୍ଦ୍ର କୁମାର ସାହୁ, ମନ୍ମଥ ରାଉତରାୟ – ଖୋର୍ଦ୍ଧା ଜିଲ୍ଲାର ସଭାପତି ୨. ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗୌତମ ବୁଦ୍ଧ ଦାସ- ବାଲେଶ୍ୱର ଜିଲ୍ଲାର ସଭାପତି ୩. ନଳିନୀ କାନ୍ତ ପ୍ରଧାନ- ଅନୁଗୁଳ ଜିଲ୍ଲାର ସଭାପତି ୪. ମାହିଧର ରଣା- ବୌଦ୍ଧ ଜିଲ୍ଲାର ସଭାପତି ୫. ନରୋତ୍ତମ ସାହୁ- ଢେଙ୍କାନାଳ ଜିଲ୍ଲାର…

Read More

ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚୟନ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ମେ ୯ ତାରିଖରେ ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭାଜପା ବିଧାୟକ ଦଳ ନେତା ଚୟନ ନେଇ ଏହି ୨ ନେତାକୁ ବଡ଼ ଦାୟିତ୍ୱ ମିଳିଛି। ଭାଜପାର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ତେବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର କୋଲକାତାରେ ପହଞ୍ଚି ନବନିର୍ବାଚିତ ବିଧାୟକମାନଙ୍କ ସହ ଆଲୋଚନା କରିବେ। ଏହା ପରେ, ବିଧାୟକ ଦଳ ନେତା ଏବଂ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Read More

ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଅମିନ । ୧୫ ହଜାର ଟଙ୍କା ନେବା ବେଳେ ଧରାପଡିଲେ ବଙ୍ଗୋମୁଣ୍ଡା ତହସିଲ ଅମିନ ନିର୍ମଳେନ୍ଦୁ କବି। ପାର୍ଟିସନ ସୁଟ୍ କେସ ବାବଦକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଭାଲୁମୁଣ୍ଡାର ହରେକୃଷ୍ଣ ମେହେର ନାମକ ଜଣେ ବ୍ୟକ୍ତି ନିଜ ଜମିର ପାର୍ଟିସନ ପାଇଁ ଆସିଥିଲେ । ଅମିନ ବିଭିନ୍ନ ସମୟରେ ଲାଞ୍ଚ ମାଗୁଥିବାରୁ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ଅନୁସାରେ ଟଙ୍କା ନେଉଥିବା ସମୟରେ କାବୁ କରିଥିଲା ଭିଜିଲାନ୍ସ । ଗିରଫ ପରେ ଅମିନଙ୍କୁ ଭିଜିଲାନ୍ସ କୋର୍ଟ ନିଆଯାଇଛି।

Read More

ଚିଲିକାରେ ନୌକା ଯାତ୍ରା ପାଇଁ କଡାକଡ଼ି ହେଲା ନିୟମ। ଏଣିକି ସବୁ ଯାତ୍ରୀଙ୍କୁ ଲାଇଫ୍ ଜାକେଟ୍, ସବୁ ବୋଟରେ ଲାଇଫ୍ ବୁଏ ବାଧ୍ୟତାମୂଳକ, ନିୟମ ଭାଙ୍ଗିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଚିଲିକା ହ୍ରଦରେ ନୌକା ଚାଳନା ସମୟରେ ଯାତ୍ରୀ ମାନଙ୍କ ସୁରକ୍ଷା ନିମନ୍ତେ ଅଣ୍ଟା ଭିଡିଲେ ରାଜ୍ୟ ସରକାର । କଟକଣା ଲଗାଇଲେ ଖୋର୍ଦ୍ଧା ପ୍ରଶାସନ। ଚିଲିକାରେ ସମସ୍ତ ଯାତ୍ରୀବାହୀ ବୋଟ, ନୌକା, ଡଙ୍ଗା ନିୟମ ୨୦୦୪କୁ ବଳବତ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୀଷ୍ମ ଋତୁରେ ପ୍ରାୟତଃ କାଳ ବୈଶାଖୀ ଏବଂ ଘୂର୍ଣ୍ଣିଝଡ ଜନିତ ବର୍ଷା , ତୋଫାନ ହେଉଥିବାରୁ ସମସ୍ତ ନୌକା ପାଇଁ ଲାଗିଲା କଟକଣା। ପ୍ରତ୍ୟେକ ବୋଟରେ ପିନ୍ଧିବେ ଲାଇଫ ଜ୍ୟାକେଟ, ବୋଟରେ ଯାତ୍ରୀ ସୁରକ୍ଷା ବଳୟ ବାଧ୍ୟତାମୂଳକ।ବୋଟ ମାଲିକମାନେ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବେ। ନିୟମ ଉଲ୍ଲଙ୍ଘନ ବା ବ୍ୟତିକ୍ରମ କଲେ ସରକାର ସେମାନଙ୍କ ବୋଟ ପଞ୍ଜିକରଣକୁ…

Read More

ମହଙ୍ଗା ପଡ଼ିଲା ପ୍ରେମ ନିବେଦନ । ପ୍ରେମ ପାଇଁ ପିଟି ପାଟି ମାରିଦେଲେ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଆସି ଏପରି ଘଟଣା ।ମୃତ ଯୁବକ ହେଲେ ସୁଦର୍ଶନ ସୂତାରଙ୍କ ପୁଅ ସୁବାସ । ସେ ଜଣେ ଝିଅକୁ ମୋବାଇଲରେ ପ୍ରେମ ନିବେଦନ କରିଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଜାଣିପାରି ଉତ୍ତକ୍ଷିପ୍ତ ହୋଇ ଝିଅର ପରିବାର ଲୋକ ଗାଡି ସାହାଯ୍ୟରେ ସୁବାସକୁ ଟେକି ନେଇଥିଲେ । ପରେ ବୀରବ୍ରହ୍ମପୁର ସ୍କୁଲ ପରିସରରେ ଥିବା ଅଙ୍ଗନବାଡି ପକ୍କା ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।ସେପଟେ ସୁବାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Read More