ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର। ସୁରକ୍ଷା ଦୃଷ୍ଟିରୁ ରାଜାକୁ ଚୌଦ୍ଵାର ଜେଲ୍ରୁ କରାଗଲା ସ୍ଥାନାନ୍ତର। ପୂର୍ବରୁ ମଧୁକାନ୍ତ ରାଣାକୁ ଚୌଦ୍ବାରରୁ ଝାରପଡ଼ା ଜେଲକୁ ପଠାଯାଇଥିଲା।ରାଜାକୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର ପାଇଁ କୋର୍ଟରେ ଆବେଦନ କରିଥିଲେ ଚୌଦ୍ଵାର ଜେଲ କର୍ତ୍ତୃପକ୍ଷ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ରାଜାକୁ କୋର୍ଟରେ ହଜାର କରାଇ କଡା ସୁରକ୍ଷା ବଳୟ ମଧ୍ୟରେ ବ୍ରହ୍ମପୁର ଜେଲ୍କୁ ସ୍ଥାନାନ୍ତର କରାଯାଇଛି।। ଉଭୟଙ୍କୁ ଗୋଟିଏ ଜାଗାରେ ରଖିଲେ ଚତୁର ରାଜା ପୁଣି ଫେରାର ହେବାର ସମ୍ଭାବନା ରହିଛି। ତେଣୁ ଜେଲ କର୍ତ୍ତୃପକ୍ଷ କୋର୍ଟକୁ ଅବଗତ କରାଇ ଏଭଳି ପଦକ୍ଷେପ ନେଇଛନ୍ତି।
Author: sanitelevision
ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅଘଟଣ ଘଟଣା ଘଟିଯାଇଛି। ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ଜଣେ ମହିଳା ଜୀବନ ହାରିଛନ୍ତି। ମୃତ ମହିଳାଙ୍କ ନାଁ ପଦ୍ମିନୀ ବାଗ । ତାଙ୍କ ଘର ପୁଇନ୍ତଲା ଥାନା ଅନ୍ତର୍ଗତ ଡୁମେୱରବାହାଲ ଗ୍ରାମର ବୋଲି ଜଣାପଡିଛି ।ବଲାଙ୍ଗିର ପୁଇଁନ୍ତଳା ଥାନା ଅନ୍ତର୍ଗତ ଡୁମେର ବାହାଲ ଗାଁଠାରେ ମହିଳାଙ୍କ ସ୍ୱାମୀଙ୍କ ଦୁର୍ଘଟଣା ହୋଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସ୍ୱାମୀ ଡ୍ରାଇଭର କାମ କରନ୍ତି। ସେ ଘରରୁ ଫେରିବା ବେଳେ ଟ୍ରକ ସହିତ ତାଙ୍କର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁ ବିଷୟରେ ପତ୍ନୀଙ୍କୁ ଜଣାଯାଇନଥିଲା। ଯେତେବେଳେ ପତ୍ନୀ ମେଡିକାଲକୁ ଆସିଥିଲେ, ସ୍ୱାମୀର ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ। ସେ ଏହି ଦୃଶ୍ୟକୁ ସହ୍ୟ କରିପାରିନଥିଲେ। ସେ ଅଚେତ ହୋଇପଡ଼ିଥିଲେ। ଏହାପରେ ତାଙ୍କ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲର ଏମର୍ଜେନ୍ସି ବିଭାଗକୁ ତାଙ୍କୁ ନିଆଯାଇଥିଲା। ତାଙ୍କ…
ଆପ୍ ଛାଡିଲେ ରାଘବ ଚଢା । କେବଳ ରାଘବ ଚଢା ନୁହେଁ ସାଂସଦ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ୩ ଜଣ ରାଜ୍ୟସଭାରେ ସାଂସଦ ଥିଲେ । ଏବେ ଏମାନେ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି ।ଆଗକୁ ଆଉ ୪ଜଣ ଇସ୍ତଫା ଦେବେ ସୂଚନା। ଶ୍ରୀ ଚଢା କହିଛନ୍ତି ଯେଉଁ ଆପ ଦଳ ପାଇଁ ରକ୍ତ ଓ ଝାଳ ବୁହାଇ ଯୌବନର ୧୫ବର୍ଷ ତ୍ୟାଗ କରିଛି ସେହି ଦଳ ତାର ନୀତି, ମୂଲ୍ୟବୋଧ ଏବଂ ମୂଳ ନୈତିକତାରୁ ବିଚ୍ୟୁତ ହୋଇଛି। ବର୍ତ୍ତମାନ ଏହି ଦଳ ରାଷ୍ଟ୍ର ସ୍ୱାର୍ଥରେ କାମ ନକରି ନିଜର ବ୍ୟକ୍ତିଗତ ଲାଭ ପାଇଁ କାମ କରୁଛି। ଗତ କିଛି ବର୍ଷ ଧରି, ମୁଁ ଅନୁଭବ କରୁଛି ଯେ ମୁଁ ଭୁଲ ଦଳରେ ଠିକ୍ ବ୍ୟକ୍ତି। ତେଣୁ ଆଜି ଆମେ ଦଳ ଛାଡୁଥିବା ନେଇ ଘୋଷଣା କରୁଛୁ। ଅରବିନ୍ଦ କେଜ୍ରିୱାଲ ଏବଂ…
ପ୍ରଖ୍ୟାତ ମଞ୍ଚ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସ୍ବର୍ଗତ ଦୁଃଖୀରାମ ସ୍ବାଇଁଙ୍କ ୧୦୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । ଅଭିନେତା ଦୁଃଖୀରାମ ସ୍ବାଇଁ ଘର ଜଗତସିଂପୁର ଜିଲ୍ଲାରେ । ଜଣେ ଭାରତୀୟ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ମୋଟ ୪୬ଟି ଓଡ଼ିଆ କଥାଚିତ୍ରରେ ଖଳ, ହାସ୍ୟ ଓ ଚରିତ୍ର ଆଦି ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟରେ ପାରଦର୍ଶିତା ନିମନ୍ତେ ସେ ୧୯୯୪ ମସିହାରେ ଜୟଦେବ ପୁରସ୍କାର ପାଇଥିଲେ ।ଏଥି ସହିତ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।ସ୍କୁଲରେ ପଢ଼ିବା ଦିନରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ପରେ ଘର ଛାଡ଼ି କଟକ ଆସି କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗଦେଇଥିଲେ । ପଟ୍ଟନାୟକଙ୍କ ପ୍ରେରଣାରେ ଅଭିନୟ ସହିତ ପାଠପଢ଼ା…
୨ଦିନ ତଳେ ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବଙ୍କୁ ବୋର୍ଡର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ହଠାତ ପୂର୍ବ ନିର୍ଦ୍ଦେଶାନାମାକୁ ବାତିଲ କରି ନୂଆ ବିଜ୍ଞପ୍ତି ଆସିଛି। ଏହି ନୂତନ ବିଜ୍ଞପ୍ତିରେ ବୋର୍ଡର ଅଧ୍ୟକ୍ଷ ପଦରେ ପ୍ରମୁଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ମୁଖ୍ୟ ଶାସନ ସଚିବ ଏହି ବୋର୍ଡର ଅଧ୍ୟକ୍ଷ ଥିବାବେଳେ, ବର୍ତ୍ତମାନ ଏସଏସଇପିଡି ବିଭାଗର ମନ୍ତ୍ରୀଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବୋର୍ଡର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଏସଏସଇପିଡି ବିଭାଗର ପ୍ରମୁଖ ଶାସନ ସଚିବ (ଉପ-ଅଧ୍ୟକ୍ଷ), ନିର୍ଦ୍ଦେଶକ (ସଦସ୍ୟ ସଚିବ), ପୋଲିସ ମହାନିର୍ଦ୍ଦେଶକ, ବିଭିନ୍ନ ବିଭାଗର ପ୍ରତିନିଧି, ଜିଲ୍ଲାପାଳ (ବଲାଙ୍ଗୀର, ଅନୁଗୋଳ, ଖୋର୍ଦ୍ଧା), ଏବଂ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟ (ଦିପ୍ତି ରଞ୍ଜନ ମହାପାତ୍ର ଏବଂ ସୌମ୍ୟ ଦାସ) ଅନ୍ତର୍ଭୁକ୍ତ ଅଛନ୍ତି। ଏହି ପୁନର୍ଗଠନ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଅଧିକାର ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ନିମନ୍ତେ କାର୍ୟ୍ୟ କରିବ।ତେବେ…
ରେଢ଼ାଖୋଲ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ । ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଯୁବକ ହେଲେ ବଉଦ ଜିଲ୍ଲା କିରାସିରା ଗ୍ରାମର ସୁକଦେବ ବାଘ । ଯୁବତୀ ଜଣକ ୩ ମାସର ଗର୍ଭବତୀ ହେବା ପରେ ପରିବାର ଲୋକେ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ। ସୂଚନାମୁତାବକ ଭିନ୍ନକ୍ଷମ ଯୁବତୀ ଜଣକ ତାଙ୍କ ସଂପର୍କୀୟ ଘରକୁ ବିଭିନ୍ନ ସମୟରେ ଯିବା ଆସିବା କରନ୍ତି । ସେହି ସମୟରେ ଶୁକଦେବ ଭିନ୍ନକ୍ଷମ ଯୁବତୀଙ୍କ ସମ୍ପର୍କରେ ଆସିଥିଲେ ଏବଂ ଯୁବତୀଙ୍କ ଅନିଚ୍ଛା ସତ୍ୱେ ୩ ଥର ଶାରୀରିକ ସମ୍ପର୍କ ରଖିଥିଲେ । ଇତି ମଧ୍ୟରେ ଯୁବତୀ ଜଣକ ୩ ମାସର ଗର୍ଭବତୀ ହୋଇଥିଲେ । ଏହା ଜଣାପଡିବା ପରେ ଯୁବତୀଙ୍କ ପରିବାର ଲୋକେ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ ।…
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ତେବେ, ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟାନ୍ୟ ଅଫିସ କାମ ପୂର୍ବପରି ଜାରି ରହିବ।
ରାଜ୍ୟ ସରକାର ରାଜ୍ୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକର ରୂପରେଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରଶାସନିକ ଦକ୍ଷତା ବଢ଼ାଇବା ଏବଂ ସମ୍ବଳର ସଠିକ୍ ବିନିଯୋଗ ପାଇଁ ଅଦରକାରୀ ବା କମ୍ ପ୍ରଭାବୀ ଯୋଜନାଗୁଡ଼ିକୁ ବନ୍ଦ କରାଯାଇପାରେ କିମ୍ବା ଅନ୍ୟ ବଡ଼ ଯୋଜନା ସହ ମିଶ୍ରଣ କରାଯାଇପାରେ।ଯେଉଁ ଯୋଜନାଗୁଡ଼ିକ ପାଇଁ ଗତ ୩-୪ ବର୍ଷ ହେବ ବଜେଟରେ କୌଣସି ବ୍ୟବସ୍ଥା ନାହିଁ କିମ୍ବା କେବଳ ସାମାନ୍ୟ ଅର୍ଥ ରଖାଯାଇଛି, ସେଗୁଡ଼ିକୁ ବନ୍ଦ କରିବା ପାଇଁ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି।ସମସ୍ତ ବିଭାଗ ନିଜ ନିଜର ଯୋଜନାକୁ ଜନସାଧାରଣଙ୍କ ଉପରେ ପଡ଼ୁଥିବା ପ୍ରଭାବ ଆଧାରରେ ‘ଉଚ୍ଚ’, ‘ମଧ୍ୟମ’ ଓ ‘ନିମ୍ନ’ ପ୍ରାଥମିକତା ଶ୍ରେଣୀରେ ବିଭକ୍ତ କରିବେ।ଏହାଛଡ଼ା, କେନ୍ଦ୍ରୀୟ ଯୋଜନାଗୁଡ଼ିକରୁ ସର୍ବାଧିକ ହିତାଧିକାରୀ ଯେପରି ଉପକୃତ ହୋଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ଏବଂ କୌଣସି ଅବଶିଷ୍ଟ ତ୍ରୁଟି ରହିଲେ ତାହା ରାଜ୍ୟ ସରକାର ପୂରଣ କରିବେ।ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଓ ତଥ୍ୟଭିତ୍ତିକ ଆକଳନ ପାଇଁ…
ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା। ରଥ ନିର୍ମାଣ ଅବସରରେ ଚକ ପାଇଁ ତୁମ୍ବ ଓ ଅର କଣ୍ଟା ତିଆରି ଜାରି ରହିଛି । କରତି ସେବକ ଗଡ଼ କାଟିବା ପରେ ଭୋଇ ସେବକମାନେ ବିଶ୍ୱକର୍ମାଙ୍କୁ ଯୋଗାଉଛନ୍ତି । ଆଗେଇ ଚାଲଛି ତୁମ୍ବ ନିର୍ମାଣ କାର୍ଯ୍ୟ। ଆଜି ସୁଦ୍ଧା ୪୨ ଗୋଟି ତୁମ୍ବ ମଧ୍ୟରୁ ୨୧ଟି ତୁମ୍ବ ମାପ ପ୍ରକାରେ ଗଡ଼ କରି କରତି ସେବକମାନେ ତିନି ରଥଚାଳିକୁ ଯୋଗାଇ ଦେଇଛନ୍ତି। ପ୍ରତ୍ୟେକ ଚାଳିକୁ ୭ଟି ଲେଖାଏଁ ତୁମ୍ବ ଯୋଗାଇଛନ୍ତି। ଉକ୍ତ ତୁମ୍ବ ଗଡ଼ଗୁଡ଼ିକରୁ ତିନି ରଥ ମହାରଣା ସେବକମାନେ ଆଜି ସୁଦ୍ଧା ୧୦ଟି ତୁମ୍ବ ଗଡ଼କୁ ବାରିସିରେ ହାଣି ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ତାଳଧ୍ବଜ ରଥ ଚାଳିକୁ ଯୋଗାଇ ଦିଆଯାଇଥିବା ମୋଟ ୭ଟି ତୁମ୍ବ ଗଡ଼ରୁ ନିର୍ମାଣକାରୀ ସେବକମାନେ ୪ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ଆଉ ୩ଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି। ଏଥିସହ ଆଜି ସୁଦ୍ଧା…
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ ପାଇଛି । ଏଥିରେ କାର୍ଯ୍ୟଦିବସଠୁ ଆରମ୍ଭ କରି ଛୁଟି, ପରୀକ୍ଷା ସମୟ ଆଦି ପ୍ରକାଶ କରାଯାଇଛି ।ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି । ଏଥିସହ ୮୧ଟି ପୂଜା ଓ ବିଭିନ୍ନ ଛୁଟି ରହିଛି । ଏଥିସହ ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି । ୨୩୦ଟି କାର୍ଯ୍ୟଦିବସ ରହିଛି । ମେ ୬ରୁ ଖରାଛୁଟି କରାଯିବ । ଜୁନ୍ ୧୭ ତାରିଖ ଯାଏ ସ୍କୁଲ ଖରା ପାଇଁ ବନ୍ଦ ରହିବ । ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ତେବେ କ୍ୟାଲେଣ୍ଡର ଅନୁଯାୟୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କର ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ପାଠପଢ଼ା କାର୍ଯ୍ୟ ଶେଷ ହେବ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ପଢ଼ା ଯାଇଥିବା ପାଠର ରିଭିଜନ ହେବ ।…









