ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ନୂଆ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତିରେ ରାଜି ହେବା ଲାଗି ଇରାନ ପାଖରେ ଆଉ କେବଳ ତିନି ଦିନ ଅଛି। ନଚେତ୍ ଏହାର ତୈଳ ପାଇପ୍ ଲାଇନ୍ଗୁଡ଼ିକରେ ବିସ୍ଫୋରଣ ହେବ। ଫକ୍ସ ନ୍ୟୁଜ୍ ସହିତ କଥାବାର୍ତ୍ତା କରି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଇରାନ ଆଲୋଚନା ପାଇଁ ଏକ ତିନି-ପର୍ଯ୍ୟାୟ ଫର୍ମୁଲା ପ୍ରସ୍ତାବ ଦେଇଛି। ଇରାନ ମଧ୍ୟସ୍ଥିଙ୍କ ମାଧ୍ୟମରେ ଆମେରିକାକୁ ଜଣାଇ ଦେଇଛି ଯେ ଯଦି ଆଲୋଚନାକୁ ସଫଳତାର ସହ ପୁଣି ଆରମ୍ଭ କରିବାକୁ ଆଗ୍ରହୀ ତେବେ ସେମାନଙ୍କୁ ତିନୋଟି ପର୍ଯ୍ୟାୟ ଦେଇ ଯିବାକୁ ପଡିବ।ପ୍ରଥମ ପର୍ଯ୍ୟାୟ: ଯୁଦ୍ଧର ସମ୍ପୂର୍ଣ୍ଣ ଅନ୍ତ। ଇରାନ ଏବଂ ଲେବାନନ ବିରୋଧରେ ପୁଣି ଯୁଦ୍ଧ ନକରିବା ପାଇଁ ଗ୍ୟାରେଣ୍ଟି। ଦ୍ଵିତୀୟ ପର୍ଯ୍ୟାୟ: ଯଦି ପ୍ରଥମ ପର୍ଯ୍ୟାୟର ଦାବିଗୁଡ଼ିକ ଉପରେ ସହମତି ହୁଏ, ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଦୁଇପକ୍ଷ…
Author: sanitelevision
ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ଜଣ ବିଦେଶୀ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଘର ନେପାଳରେ ।ସେମାନଙ୍କୁ ଦେହ ବେପାର ପାଇଁ ନେପାଳରୁ ଭୁବନେଶ୍ୱର ଚାଲାଣ କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।ଭିଟାମାଟି ଛାଡ଼ି ଚାକିରି ଆଶାରେ ଭାରତ ପଳାଇ ଆସିଥିଲେ। କିନ୍ତୁ ସେଠାରେ ଚାକିରି ବଦଳରେ ଦେହ ବ୍ୟବସାୟ ପାଇଁ ଦଲାଲ ବାଧ୍ୟ କରୁଥିଲା । ନେପାଳ ସୀମା ପାର୍ କରି ୨ ଯୁବତୀଙ୍କୁ ପଶ୍ଚିମବଙ୍ଗ କୋଲକାତାକୁ ଅଣାଯାଇଥିଲା। ପରେ ଦିଲ୍ଲୀକୁ ନିଆଯାଇଥିଲା । ସେଠାରୁ ସେମାନେ ଟ୍ରେନ୍ ଯୋଗେ ଭୁବନେଶ୍ଵର ଆସି ଚନ୍ଦ୍ରଶେଖରପୁରର ଏକ ହୋଟେଲରେ ରହୁଥିଲେ ।ଯୁବତୀଙ୍କ ଘର ଓ ପରିବାର ଲୋକଙ୍କ ତଥ୍ୟ ଆଦାୟ କରାଯାଉଛି। ଦଲାଲ ଜଣକ ଭାରତୀୟ କିମ୍ବା ନେପାଳର । ଭୁବନେଶ୍ୱରରେ କେଉଁ ସେକ୍ସ ରାକେଟ୍ ସହ ଜଡ଼ିତ ଥିଲେ । କେତେ ଟଙ୍କା ଦେଇ ଦଲାଲ ଉଭୟଙ୍କୁ କିଣିଥିଲା? ସେନେଇ ମଧ୍ୟ ତନାଘନା ଚାଲିଛି ।
ମାସେ ଭିତରେ ଦାବି ପୂରଣ କର, ନହେଲେ ସାମୂହିକ ଇସ୍ତଫା ଦେବାକୁ ଓମ୍ସା ସଂଘର ଚେତାବନୀ।ଓମସା ପକ୍ଷରୁ କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ ସହିତ କ୍ୟାଡର ପୁର୍ନଗଠନ, ସ୍ବଚ୍ଛ ବଦଳି ନୀତି ଭଳି ବିଭିନ୍ନ ଦଫା ଦାବି ନେଇ ପୂର୍ବରୂ ବାରମ୍ବାର ଆନ୍ଦୋଳନ କରାଯାଇ ଆସୁଥିଲା। ଜାନୁଆରି ମାସରେ ଓମସା ଡାକ୍ତରମାନେ ଦୁଇ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ୪ ମାସ ଭିତରେ ଡାକ୍ତରଙ୍କ ଦାବି ପୂରଣ କରିବା ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାର ଦାବି ପୂରଣ ନେଇ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ତେଣୁ ଆସନ୍ତା ଏକ ମାସ ମଧ୍ୟରେ ସରକାର ଡାକ୍ତରମାନଙ୍କ ଦାବି ପୂରଣ ନକଲେ ଡାକ୍ତରମାନେ ସାମୂହିକ ଇସ୍ତଫା ଦେବେ ବୋଲି ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।
ପ୍ରାୟ ଦେଢ ହଜାର କିମି ଅତିକ୍ରମ କରି ଏକ ଯୁବ ମହାବଳ ବାଘ ଶିମିଳିପାଳ ଜଙ୍ଗଲକୁ ଆସିଛି । ଶିମିଳିପାଳ ଘଞ୍ଚ ଜଙ୍ଗଲରେ ୫ ମାସ ହେଲା ଘୂରି ବୁଲୁଛି । ଖୋଜୁଛି ନିଜ ପ୍ରେମିକା ବାଘୁଣୀ ‘ଜିନ୍ନତ’କୁ ।ପ୍ରାୟ ଦେଢ ହଜାର କିମି ଅତିକ୍ରମ କରି ଏକ ଯୁବ ମହାବଳ ବାଘ ଶିମିଳିପାଳ ଜଙ୍ଗଲକୁ ଆସିଛି । ଶିମିଳିପାଳ ଘଞ୍ଚ ଜଙ୍ଗଲରେ ୫ ମାସ ହେଲା ଘୂରି ବୁଲୁଛି । ଖୋଜୁଛି ନିଜ ପ୍ରେମିକା ବାଘୁଣୀ ‘ଜିନ୍ନତ’କୁ ।ବାଘଟି ୫ ମାସ ଭିତରେ ଶିମିଳିପାଳ (ଉତ୍ତର)ର ଘଞ୍ଚ ଜଙ୍ଗଲକୁ ନିଜ ବାସସ୍ଥାନ ବୋଲି ବାଛି ସାରିଲାଣି ।ଏହି ହୃଷ୍ଟପୁଷ୍ଟ ମହାବଳଟି ମହାରାଷ୍ଟ୍ରର ତଡ଼ଭା-ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପର । ସେଠାରେ ରହୁଥିବା ବାଘୁଣୀ ‘ଜିନ୍ନତ’ ପ୍ରେମରେ ବାଉଳା ହୋଇ ଏଠାକୁ ଆସିଥାଇପାରେ । ୨୦୨୪ ମସିହା ନଭେମ୍ବରରେ ମହାରାଷ୍ଟ୍ର ତଡ଼ଭା-ଅନ୍ଧାରୀ ପ୍ରକଳ୍ପରୁ ୩ ବର୍ଷୀୟା ବାଘୁଣୀ ଜିନ୍ନତକୁ ଶିମିଳିପାଳକୁ ଅଣାଯାଇଥିଲା ।…
ରାଜ୍ୟରେ ଆଜିଠୁ ପାଗରେ ବଡ ପରିବର୍ତ୍ତନ ହୋଇପାରେ। ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତର ଭୟ ଅଧିକ ରହିଛି । ଗତ କିଛି ଦିନ ଧରି ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ, ବର୍ଷା ଯୋଗୁଁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଲେ ମଧ୍ୟ ସନ୍ଧ୍ୟା ବେଳକୁ ପାଣିପାଗ କୋହଲା ରହିବ। ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଯିବାକୁ ବାରଣ କରାଯାଇଛି ।
ରାଜ୍ୟ ରାଜଧାନୀ ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ।ଜନ ଶୁଣାଣି ପୋର୍ଟାଲରେ ଅନଲାଇନରେ ପଞ୍ଜୀକରଣ କରିଥିବା ଏବଂ ଆସନ୍ତାକାଲି ହେବାକୁ ଥିବା ଅଭିଯୋଗ ଶୁଣାଣି ପାଇଁ ସେମାନଙ୍କର ସ୍ଥାନ ପାଇଥିବା ନାଗରିକମାନଙ୍କୁ ପୁନର୍ବାର ଆବେଦନ କରିବାକୁ ପଡିବ ନାହିଁ, ବିଭାଗ ସ୍ପଷ୍ଟ କରିଛି ଯେ ପୁନଃନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ନୂତନ ତାରିଖ ସମ୍ବାଦପତ୍ର, ଟେଲିଭିଜନ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ମାଧ୍ୟମରେ ଜଣାଇ ଦିଆଯିବ ।
ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଅଭିଯୋଗ ପରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ନବରଙ୍ଗପୁର ଜି ଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀ ଏବଂ ତାଙ୍କ ପରିବାର ।ଗତ ଏପ୍ରିଲ ୧୫ ତାରିଖ ରାତିରେ ସ୍କୁଲର ୫ ଜଣ ଛାତ୍ରୀ ଓଆରସ ପିଇବା ପାଇଁ ଯାଇଥିବା ବେଳେ ସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ଷଡଙ୍ଗୀ ଅନ୍ୟ ଚାରି ଜଣଙ୍କୁ ଛାଡ଼ିବା ସହ କେବଳ ପୀଡିତା ଛାତ୍ରୀଙ୍କୁ ହାତ ଧରି ଟାଣିଥିଲେ ।ରୁମ ଭିତରକୁ ଡାକି ନାବାଳିକାଙ୍କ ଦେହର ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଛୁଇଁବା ସହିତ ଟଣା ଓଟରା କରିଥିଲେ । ଅପରପକ୍ଷରେ ଏ ଘଟଣା ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସ୍କୁଲ କମିଟିର ତଦନ୍ତ ପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା…
ଆମ ଆଦମୀ ପାର୍ଟିର ସାତ ଜଣ ଏମପି ରାଘବ ଚଢା ଏବଂ ସନ୍ଦୀପ ପାଠକଙ୍କ ସମେତ ୭ଜଣ ଦଳ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି। ଏମାନଙ୍କ ମଧ୍ୟରୁ ଚାରି ଜଣ ଏମପି ଭାରତୀୟ ଜନତା ପାର୍ଟି (ଭାଜପା)ରେ ମଧ୍ୟ ଯୋଗ ଦେଇଛନ୍ତି।କଂଗ୍ରେସ ଦଳ ଏଏପି ଭିତରେ ଏହି ଫାଟ ସମ୍ପର୍କରେ ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ମହାସଚିବ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ମନ୍ତବ୍ୟ ଦେଇଛନ୍ତି ଯେ ଭାଜପାର ‘ୱାଶିଂ ମେଶିନ‘ ପୁଣି ଥରେ ସକ୍ରିୟ ହୋଇଛି – ‘ମୋଦି ୱାଶିଂ ପାଉଡର’ ସହିତ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି ଜୟରାମ ରମେଶ କହିଛନ୍ତି ଯେ ଯେଉଁମାନେ ଥରେ ନିଜକୁ ସଦଗୁଣ, ସଚ୍ଚୋଟତା ଏବଂ ବିଚାରଧାରାର ପ୍ରତିମୂର୍ତ୍ତି ଭାବରେ ପ୍ରଦର୍ଶିତ କରୁଥିଲେ ସେମାନେ ଏବେ ସମ୍ପୂର୍ଣ୍ଣ ଭାବରେ ଅକାମୀ ହୋଇଛନ୍ତି। ଅନ୍ୟପଟେ ରାହୁଲ ଗାନ୍ଧୀ ଆରଏସଏସକୁ “ରାଷ୍ଟ୍ରୀୟ ସରେଣ୍ଡର ସଂଘ” ବୋଲି ଆକ୍ଷେପ କରିବା…
ପୁଣି ବର୍ଷିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ମେଟ୍ରୋ, ସିଜିମାଳୀ ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ସସ୍ମିତ। ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ ପାତ୍ର।ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ମହାନଦୀ ଟ୍ରିବ୍ୟୁନାଲରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ମେ ୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତାପୂର୍ବରୁ ରାଜ୍ୟ ଜଳସଂପଦ ବିଭାଗ ଏବଂ ଆଇନ ବିଭାଗ ସହ ମୁଖ୍ୟମନ୍ତ୍ରୀ ବୈଠକ ଡାକନ୍ତୁ । ଟ୍ରବ୍ୟୁନାଲରେ ଓଡ଼ିଶା ସରକାର ଏମିତି ତଥ୍ୟ ରଖନ୍ତୁ । ଯେମିତି ଟ୍ରବ୍ୟୁନାଲର ନିଷ୍ପତ୍ତି ଓଡ଼ିଶା ସପକ୍ଷରେ ଯିବ ।ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଦେଇଥିବା ନିର୍ଦ୍ଦେଶନାମାରେ ଓଡ଼ିଶା ପ୍ରତି କରାଯାଇଥିବା ପ୍ରତିକୂଳ ମନ୍ତବ୍ୟ ସମ୍ପର୍କରେ ସାଂସଦ ଡଃ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଅବଗତ କରାଇଛନ୍ତି।
ମେ ୧ରୁ ଭିତରକନିକା ବନ୍ଦ ରହିବ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ମାସ ପାଇଁ ଭିତରକନିକା ବନ୍ଦ ରଖାଯିବ ।ସାଧାରଣତଃ ଶୀତକାଳରେ ଭିତରକନିକାରେ ହଜାର ହଜାର ପର୍ଯ୍ୟଟକ ଭିଡ଼ ହୁଏ । ବିଶେଷକରି ବଉଳ କୁମ୍ଭୀର ଦେଖିବା ଓ ମ୍ୟାଙ୍ଗ୍ରୋଭ ଜଙ୍ଗଲର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଏଠାକୁ ଲୋକେ ଭିଡ଼ କରନ୍ତି। କିନ୍ତୁ ଏବେ ପ୍ରକୃତି ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏହି ସ୍ଥଳ କିଛି ଦିନ ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ।









