ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହା ଅଧୀନରେ, ନ୍ୟୁଜିଲ୍ୟାଣ୍ଡକୁ ରପ୍ତାନି କରୁଥିବା ୧୦୦% ଭାରତୀୟଙ୍କୁ ଶୁଳ୍କ ଛାଡ଼ ମିଳିବ। ଏହି ସମୟରେ, ନ୍ୟୁଜିଲ୍ୟାଣ୍ଡରୁ ଭାରତକୁ ଆସୁଥିବା ୯୫% ସାମଗ୍ରୀ ଉପରେ ଶୁଳ୍କ ଛାଡ଼ କିମ୍ବା ହ୍ରାସ କରାଯାଇଛି।ଦୁଇ ଦେଶ ମଧ୍ୟରେ ଆଲୋଚନା ୨୦୧୦ରୁ ଆରମ୍ଭ ହୋଇଥିଲା କିନ୍ତୁ ନଅ ପର୍ଯ୍ୟାୟ ପରେ ୨୦୧୫ ରେ ବନ୍ଦ ହୋଇଯାଇଥିଲା। ମାର୍ଚ୍ଚ ୨୦୨୫ ରେ ଏହାକୁ ପୁଣିଥରେ ଆରମ୍ଭ କରାଯାଇଛି ଓ ଗତ ବର୍ଷ ଡିସେମ୍ବରରେ ଏହାକୁ ଅନ୍ତିମ ରୂପରେଖ ଦିଆଯାଇଛି।ଏହି ଚୁକ୍ତିନାମା କେବଳ ବାଣିଜ୍ୟ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହା ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଗଭୀର ଏବଂ ଦୀର୍ଘକାଳୀନ ସମ୍ପର୍କର ମୂଳଦୁଆ ସ୍ଥାପନ କରେ। ଏହାକୁ “ପିଢ଼ିରେ ଥରେ” ସୁଯୋଗ ଭାବରେ ବର୍ଣ୍ଣନା କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରି ୫…
Author: sanitelevision
ଖୁବ୍ ଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ପରୀକ୍ଷା ପରିଚାଳନା ଠିକ୍ ଢଙ୍ଗରେ ହୋଇଥିଲା । ତ୍ରୁଟି ବିହୀନ ପରୀକ୍ଷା ପରିଚାଳନା ପରେ ଖୁବଶୀଘ୍ର ପିଲାଙ୍କ ରେଜଲ୍ଟ ବାହାରିବ । ଯଥା ସମୟରେ ପ୍ରକାଶ ପାଇବ ରେଜଲ୍ଟ । ଚଳିତ ବର୍ଷ ରାଜ୍ୟର ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ଖରା ପାଇଁ ଛାତ୍ରଛାତ୍ରୀଙ୍କୁ ସତର୍କ କଲେ ମନ୍ତ୍ରୀ । ଖରା ଛୁଟିରେ ଘରେ ରହି ପଢିବାକୁ ପରାମର୍ଶ ଦେଲେ ମନ୍ତ୍ରୀ
ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ୍ । ଆଇନ୍ରେ ଶ୍ରୀମନ୍ଦିର ଭଳି ରହିବ ବ୍ୟବସ୍ଥା । ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ।ଜାନୁଆରୀ 2026ରେ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ଭଳି ଆଇନ ବ୍ୟବସ୍ଥା ମଧ୍ୟ ରହିବ । ଯଦି ନୀତି କାନ୍ତିରେ ତ୍ରୁଟି ବିଚ୍ୟୁତି ଦେଖା ଯାଏ ଆକ୍ସନ ନିଆଯାଇ ପାରେ।କମିଟି ରିପୋର୍ଟରେ ଭକ୍ତ, ସେବାୟତ, ଏଏସଆଇ, ରାଜ୍ୟ ଗ୍ରନ୍ଥାଗାର, ଆଇନ ବିଶାରଦମାନଙ୍କ ମତ ରହିଛି। ଆଗାମୀ ଦିନରେ ମଧ୍ୟ ଅନେକଙ୍କ ମତ ସଂଗ୍ରହ କରାଯାଇ ଚୂଡ଼ାନ୍ତ ରିପୋର୍ଟ ଆସିପାରେ। କମିଟି ଗଠନ ପରେ ଲିଙ୍ଗରାଜ ମନ୍ଦିରରେ ବିଶୃଙ୍ଖଳା କମିବାରେ ଲାଗିଛି। ଆଗକୁ ରିପୋର୍ଟ ଗୁଡ଼ିକ ସରକାର ଅନୁଧ୍ୟାନ କରି ଆଇନ୍ରେ ପରିଣତ କରିବେ ।
SCB ମେଡିକାଲରୁ କୁଆଡେ ଗଲେ ୧୪ ନବଜାତ ଶିଶୁ। ମାନସିକ ଅନଗ୍ରସର ମହିଳାଙ୍କ ୧୪ ଜଣ ନବଜାତ ଶିଶୁଙ୍କ ମିଳୁନି ପତ୍ତା। ଅଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା। ତେବେ ସନ୍ତାନ ପ୍ରସବ କରିଥିବା ଅସହାୟ ତଥା ମାନସିକ ଅନଗ୍ରସର ମହିଳାଙ୍କ ପିଲାଙ୍କୁ ଚୋରି କରାଯାଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏସ୍ ସିବି ଅଧୀକ୍ଷକଙ୍କୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆର୍ ଡିସି । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେନେଇ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ।
ଯେଉଁ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି ତାଙ୍କର ଆବଶ୍ୟକତା ନାହିଁ । ଏପରି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜେଡି ପକ୍ଷରୁ ମୁଖ୍ୟ ସଚେତକ ଭାବେ ମୁଁ ବାଚସ୍ପତିଙ୍କୁ ଲେଖିଛି । ଯେଉଁ ୮ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି, ସେମାନଙ୍କର ଆବଶ୍ୟକ ନାହିଁ । ତୁରନ୍ତ ସଭ୍ୟ ପଦରୁ ବିଦା ହୁଅନ୍ତୁ, ନହେଲେ ନିଜ ଆଡୁ ପଦ ଛାଡନ୍ତୁ । ଯଦି ସେମାନେ ଲୋକପ୍ରିୟ, ଉପନିର୍ବାଚନକୁ ଆସନ୍ତୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ହିମାଚଳ ପ୍ରଦେଶରେ ପଦ ରଦ୍ଦ ହୋଇଥଧିଲା । ଏଠି ବି ସମାନ କଥା ହେଉ । ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନ ବେଳେ ବିଜେଡିର ୮ ବିଧାୟକ କ୍ରସ ଭୋଟିଂ କରିଥିଲେ । ତାପରେ ଦଳ ସେମାନଙ୍କୁ ସସପେଣ୍ଡ କରିବା ସହ ସୋ କଜ ନୋଟିସ ମାଗିଥିଲା ।
ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୮ ନିଲମ୍ବିତ ବିଜେଡି ବିଧାୟକଙ୍କ ହେବ କି ସଭ୍ୟପଦ ରଦ୍ଦ ? ଏମିତି ଏକ ଚର୍ଚ୍ଚା ଲାଗି ରହିଥିବାବେଳେ ବାଚସ୍ପତିଙ୍କୁ ଭେଟିବେ ବିଜେଡିର ସମସ୍ତ ବିଧାୟକ ।ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତ ଜାନୁଆରୀ ୧୫ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଥିଲେ।ସେହିପରି ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତିର ଅବମାନନା ଏବଂ କ୍ରସ୍ଭୋଟିଂ କରିବା ଅଭିଯୋଗରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟିକା ସୁବାସିନୀ ଜେନା, ତିର୍ତ୍ତାଲ ବିଧାୟକ ରମାକାନ୍ତ ଭୋଇ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଏବଂ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି।
ଆସନ୍ତା ଏପ୍ରିଲ 29 ତାରିଖରେ ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଯେପରି ମତଦାନରେ ବାଧା ନ ଉପୁଜେ ସେଥିପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ(EC) । ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାରର ଶେଷ ଦିନ ।ପଶ୍ଚିମବଙ୍ଗରେ ଶାସକ ଦଳ ଟିଏମସି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେଉଛି।ଗତ ଏପ୍ରିଲ 23ରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିଲା । ଗତ 48 ଘଣ୍ଟା ମଧ୍ୟରେ ପୋଲିସ ଦକ୍ଷିଣ ପରଗଣାରେ ଜଣେ ଟିଏମସି କର୍ମୀଙ୍କ ଘରୁ ହାତବୋମା ଜବତ କରିଛି । ଏହି ଘଟଣା ପରେ ବେଆଇନ ବୋମା କାରଖାନାରେ ଚଢାଉ କରିବା ପାଇଁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।ସେହିପରି ପ୍ରତି ପୋଲିଂ ବୁଥରେ ସିସିଟିଭି କ୍ୟାମେରା ଲଗାଯାଇଛି । ପ୍ରତି ବୁଥରେ…
ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ଏପ୍ରିଲ ୨୭ରୁ ଜୁନ ୧୭ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟର ସମସ୍ତ ଅଙ୍ଗନବାଡି ଠାରୁ ଆରମ୍ଭ କରି ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ କଲେଜ ବନ୍ଦ ରହିବ ।ଏହି ସମୟରେ କୌଣସି ଶିକ୍ଷାନୁଷ୍ଠାନ ଖୋଲା ରଖିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଜନଗଣନା ଭଳି ସରକାରୀ କାର୍ଯ୍ୟ ଥିବାରୁ ଶିକ୍ଷକ ମାନେ ନିଜ ନିଜ ସୁରକ୍ଷା ଜନିତ ସତର୍କତା ମୂଳକ ପଦକ୍ଷେପ ନେଇ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ, ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଏବଂ ବିଷୟ ଭିତ୍ତିକ ଆସାଇନମେଣ୍ଟ ସିଟ୍…
କେନ୍ଦୁଝର ଚମ୍ପୁଆ ରେଞ୍ଜ ମଙ୍ଗଳପୁର ଗାଁରେ ହାତୀଟି ରାସ୍ତା ଅତିକ୍ରମ କରୁଥିବା ବେଳେ କାନପୁର କେନାଲରେ ଖସି ପଡ଼ିଥିଲା। କିଛି ସମୟର ସଂଘର୍ଷ ପରେ ହାତୀ ନିଜେ ଉଠି ପୁଣି ହାତୀପଲ ସହ ଚାଲିଯାଇଥିବା ଜଣାପଡ଼ିଛି। ବଡ଼ବିଲ ରେଞ୍ଜର ମୁର୍ଗା ଜଙ୍ଗଲରେ ଥିବା ୨୬ ଟିକିଆ ହାତୀପଲ ମଧ୍ୟରୁ ୧୦ ଟି ହାତୀ ଝାଡ଼ଖଣ୍ଡକୁ ଚାଲିଯାଇଥିବା ବେଳେ ୧୬ ଟି ହାତୀ ଚମ୍ପୁଆ ରେଞ୍ଜକୁ ପଶି ଆସିଥିଲେ। ଏହି ୧୬ଟିକିଆ ହାତୀପଲ ମିରିଗିସିଙ୍ଗା ଜଙ୍ଗଲରେ ରହି ସନ୍ଧ୍ୟାରେ ଯାମୁଦଲକ ମଧ୍ୟ ଦେଇ ମଙ୍ଗଳପୁର ଗାଁକୁ ପଶିଥିଲେ । ତେବେ ଗ୍ରାମବାସୀ ସହ ବନ ବିଭାଗ ହାତୀପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ହାତୀପଲ ମଙ୍ଗଳପୁର ମଧ୍ୟ ଦେଇ ଜଡିପଦା ଯିବା ସମୟରେ ମଙ୍ଗଳପୁର ଗାଁମୁଣ୍ଡରେ ଥିବା କାନପୁର ଡ୍ୟାମ୍ କେନାଲ୍ ଅତିକ୍ରମ କରୁଥିବା ବେଳେ ଗୋଟିଏ ହାତୀ କେନାଲ ଭିତରେ ପଡିଯାଇଥିଲା । ତେବେ କିଛି ସମୟ ପରେ ଚେଷ୍ଟା କରି…
ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ମିଳିଛି। ରାଜ୍ୟସଭା ତାଙ୍କୁ ବିଜେପିରେ ଯୋଗଦେବା ପାଇଁ ଅନୁମତି ପ୍ରଦାନ କରିଛି। ରାଜ୍ୟ ସଭା ସଚିବାଳୟ ମଧ୍ୟ ଏହି ମର୍ମରେ ଏକ ବିଜ୍ଞପ୍ତି ଜାରି କରିଛି। ରାଜ୍ୟ ସଭା ସଚିବାଳୟ ଆମ ଆଦମୀ ପାର୍ଟିରୁ ଭାଜପାରେ ଯୋଗଦେବା ପାଇଁ ସମସ୍ତ ଏମପିଙ୍କ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ସେମାନଙ୍କୁ ଭାଜପାର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି, ଯାହା ଫଳରେ ଉପର ସଦନରେ ଭାଜପା ସଦସ୍ୟଙ୍କ ସଂଖ୍ୟା ବର୍ତ୍ତମାନ ୧୧୩କୁ ବୃଦ୍ଧି ପାଇଛି।ନିକଟରେ ଆପ୍ ଛାଡିଥିବା ୭ ସାଂସଦ ରାଘବ ଚଢା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ,ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା ଏବଂ ଡକ୍ଟର ବିକ୍ରମଜିତ୍ ସିଂ ସାହାଣୀଙ୍କ ନାଁ ତାଲିକାରେ ରହିଛି।









