Author: sanitelevision

ଅଯୋଗ୍ୟ ରାସନ୍‌ କାର୍ଡ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ତାଗିଦ୍। ମନ୍ତ୍ରୀ କହିଲେ, ‘ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍‌ କରୁଛି ସରେଣ୍ଡର କରିଯାଆନ୍ତୁ। ସରେଣ୍ଡର ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ। e-KYC ସରିବା ର୍ପୂବରୁ ସରେଣ୍ଡର କରନ୍ତୁ, ଡେଡଲାଇନ ନାହିଁ। କଟକରେ ଏଭଳି ୧୦ ହଜାର ୭ଶହ ପରିବାରର ସଦସ୍ୟ ବେଆଇନ ଭାବେ ରାସନ ପାଉଥିବା ବେଳେ ସେମାନେ ଏବେ ତାଲିକାରୁ ବାଦ୍‌ ପଡ଼ିବାକୁ ଯାଉଛନ୍ତି। ଯେଉଁ ସରକାରୀ କର୍ମଚାରୀ ରାସନ୍‌ ଉଠାଉଛନ୍ତି, ତାର ତାଲିକା ବ୍ଲକ୍‌ ଅନୁସାରେ ସବୁ ବିଡିଓ ଓ ବ୍ଲକ୍‌ ଯୋଗାଣ ଅଧିକାରୀଙ୍କୁ ପଠାଯାଇଛି।ତାଲିକାରେ ରାସନ୍‌କ‌ାର୍ଡଧାରୀଙ୍କ ନାମ, ସେମାନଙ୍କର କିଏ କେଉଁ ବିଭାଗରେ ଓ କେଉଁ ପଦବୀରେ ଚାକିରି କରୁଛନ୍ତି, ରାସନ୍‌କାର୍ଡଧାରୀଙ୍କ ସହ ସେମାନଙ୍କ ସଂପର୍କ ଅର୍ଥାତ୍‌ ପୁଅ, ଝିଅ, ସ୍ବାମୀ ନା ନିଜେ କାର୍ଡଧାରୀ ସେସବୁର ତଥ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦିଆଯିବା ପରେ ଏହାର ତାଲିକା…

Read More

୪ ଦିନ ହେଲା ସୌରଭଙ୍କ ଫୋନ୍ ସୁଇଚ ଅଫ୍ ଥିବାବେଳେ ତାଙ୍କ ସହ ଯୋଗାଯୋଗ ହୋଇପାରୁ ନ ଥିବା ମା’ କହିଛନ୍ତି ।ଭୋର ୩ଟା ୫୦ରେ ଷ୍ଟେଶନ୍ ଛାଡ଼ିଥିଲା ବ୍ରହ୍ମପୁରରୁ ବିଶାଖାପାଟନମ୍ ଯାଉଥିବା ଟ୍ରେନ୍ । ସୌରଭଙ୍କ ଫୋନର ଲାଷ୍ଟ ଲୋକେଶନ୍ ଇଚ୍ଛାପୁରମ୍ ଦେଖାଉଛି ।ବିଶାଖାପାଟଣା ରେଲଓ୍ୱେ ଷ୍ଟେସନ୍‌ ଏବଂ ଏୟାରପୋର୍ଟରେ ସୌରଭଙ୍କ ବିଷୟରେ ସନ୍ଧାନ କରିଥିଲେ । କିନ୍ତୁ ସେଠାରେ ସେ ଚେକ୍‌ଇନ୍‌ କରିନଥିବା ଜଣାପଡିଛି । ଶେଷରେ ପରିବାର ପକ୍ଷରୁ ଟାଉନ୍‌ ଥାନାରେ ଅଭିଯୋଗ କରାଯାଇଛି । ଏହାସହିତ କୋଚି ଆଇଏନ୍‌ଏସ୍‌ ଗରୁଡ଼ାର ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକ । ସେଠାରୁ ବି ନିରାଶ ହୋଇଥିଲେ ପରିବାର ଲୋକ । ସୌରଭ ସେଠାରେ ଯୋଗ ଦେଇନଥିବା କହିଛନ୍ତି କହିଛନ୍ତି ଅଧିକାରୀ । ତେବେ ସୌରଭଙ୍କୁ ଅପହରଣ କରାଯାଇଛି ନ, ସେ କେଉଁଆଡେ ଚାଲିଯାଇଛନ୍ତି ତାହା ଏବେ ତଦନ୍ତ କରୁଛି ପୁଲିସ।

Read More

ଫେବୃଆରୀ ୯ରେ କଟକ ବାରବାଟିରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ । ଏଥିପାଇଁ ପ୍ରଥମ ଟିକେଟ୍‌ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରିଛି ଓଡିଶା କ୍ରିକେଟ୍‌ ଆସୋସିଏସନ୍‌ । କଟକ ବାରବାଟିରେ ହେବାକୁ ଥିବା ଏହି ମ୍ୟାଚ୍‌ କିଭଳି ଶୃଙ୍ଖଳିତ ଭାବେ ସୁରୁଖୁରୁରେ ଶେଷ ହେବ । ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତିଓସିଏ ସଂପାଦକ ସଞ୍ଜୟ ବେହେରା । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ମ୍ୟାଚର ପ୍ରଥମ ଟିକେଟ କିଣିଛନ୍ତି।ସୂଚନାଯୋଗ୍ୟ ଯେ, ଆସନ୍ତା ଫେବୃଆରୀ ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍‌ । ଏଥିପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ପ୍ରଥମେ ଷ୍ଟାଡିୟମର ଭିତ୍ତିଭୂମି ସଜଡ଼ା ଯାଇଥିବା ବେଳେ ଏବେ ବିଭିନ୍ନ କାମକୁ ନେଇ ତର୍ଜମା କରାଯାଉଛି । ତେବେ ଏଥର ବଦଳିପାରେ ବାରବାଟୀ ଦିନିକିଆ ପାଇଁ ଗ୍ୟାଲେରି ଟିକଟ୍ କାଉଣ୍ଟର ସ୍ଥାନ। ପୂର୍ବ କାଉଣ୍ଟର ସ୍ଥାନ…

Read More

ଓଡ଼ିଶା କ୍ୟାଡରର ବରିଷ୍ଠ ଆଇପିଏସ ଅଧିକାରୀ ଅମ୍ରିତ ମୋହନ ପ୍ରସାଦଙ୍କୁ ଛଅ ମାସ ପାଇଁ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଡ଼ିଜି (ଡିଜି, ବିସିଏଏସ୍)ର ଅତିରିକ୍ତ ଦାୟିତ୍ୱରେ ନିଯୁକ୍ତି ଦିଆଯାଇଛି।କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଯୁକ୍ତି କମିଟି ୧୯୮୯ ବ୍ୟାଚର ଓଡିଶା କ୍ୟାଡ଼ରର ଏହି ଆଇପିଏସ ଅଫିସରଙ୍କ ଏହି ଅତିରିକ୍ତ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଅମୃତ ମୋହନ ପ୍ରସାଦ ସଶସ୍ତ୍ର ସୀମା ବଳର ଡ଼ିଜି ସହିତ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଡ଼ିଜି ଭାବେ ଏହି ଅତିରିକ୍ତ ଦାୟିତ୍ୱରେ ରହିବେ । ଗତ ନଭେମ୍ବର ୧ ତାରିଖରୁ ଏହି ଦାୟିତ୍ୱରେ ଅମୃତ ମୋହନ ପ୍ରସାଦ ଥିବା ବେଳେ ୬ ମାସ ପାଇଁ ଏହି ଦାୟିତ୍ୱ ଦିଆଯାଇଛି।ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ନିୟମିତ ଡ଼ିଜି ନିଯୁକ୍ତି କିମ୍ବା କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅମୃତ ମୋହନ ପ୍ରସାଦ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଅତିରିକ୍ତ…

Read More

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦ୍ଧାର ହାତୀ ଛୁଆ ମୃତ । ଚଳିତ ମାସ ୬ ତାରିଖରେ କରଞ୍ଜିଆରୁ ଉଦ୍ଧାର ହୋଇ ଚିକିତ୍ସା ପାଇଁ ନନ୍ଦନକାନନ ଆସିଥିଲା। ଏହାର ବୟସ ପାଖାପାଖି ୬ ବର୍ଷ ହେବ | ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି । ଛୁଆ ହାତୀର ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିଛନ୍ତିାଅଳ୍ପ ଦିନ ଭିତରେ ଛୁଆ ହାତୀ ସମସ୍ତଙ୍କ ପ୍ରିୟ ହୋଇଯାଇଥିଲ।ହାତୀ ଶାଳର ଏକ ସ୍ଵତନ୍ତ୍ର କୋଠରୀରେ ନନ୍ଦନକାନନ ଓ ଓୟୁଏଟି ପ୍ରାଣୀ ଚିକିତ୍ସକଙ୍କ ତତ୍ବାବଧାନରେ ହାତୀ ଛୁଆଟିକୁ ରଖାଯାଇଥିଲା । ସେଠାରେ ତାର ଚିକିତ୍ସା କରାଯାଉଥିଲା ।

Read More

ଧରାପଡ଼ିଲା ଠକ ପ୍ରେମିକ ଯିଏ ସୋସିଆଲ ମିଡ଼ିଆରେ ଝିଅଙ୍କୁ ପ୍ରେମ ନିବେଦନ କରି ଲଗାଉଥିଲା ଚୂନ । ବିଶ୍ବାସ ଜନ୍ମାଇ ଲକ୍ଷାଧିକ ଟଙ୍କା ଠକି ମାରୁଥିଲା ଚମ୍ପଟ ମାରୁଥିଲେ। ଠକ ପ୍ରେମିକ ଜଣକ ହେଲେ ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ରସୁଲପୁର ଗ୍ରାମ ପଞ୍ଚାୟତର କବାଟବନ୍ଧ ଗ୍ରାମର ତ୍ରୈଲୋକ୍ୟ ରଞ୍ଜନ ପାତ୍ର । ଫେସବୁକ, ଇନଷ୍ଟାଗ୍ରାମ ଆଦି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ରସିକିଆ ଠକ ପ୍ରେମିକ ଜଣକ ଅଜାଣତ ଝିଅ ସହ ବନ୍ଧୁତା ସୃଷ୍ଟି କରୁଥିଲେ । କିଛି ଦିନ କଥା ହେବା ପରେ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିଲେ । ଯୁବତୀ ମାନଙ୍କୁ ମିଛ ପ୍ରେମ ଜାଲରେ ଫସଇ ଲକ୍ଷାଧିକ ଟଙ୍କା ହଡପ କରୁଥିଲା ।ତେବେ ମଧୁବନ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଏପରି କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ବାରିପଦା ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଥାନା ଅଧିକାରୀଙ୍କ…

Read More

ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ଓଡ଼ିଆ MBA ପୁସ୍ତକ ପ୍ରସ୍ତୁତ କରିଥିବାରୁ ଓଡ଼ିଶାର ଛାତ୍ରଛାତ୍ରୀମାନେ ଏବେ ଓଡ଼ିଆ ଭାଷାରେ MBA (ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍) ଶିକ୍ଷା ପାଇବେ। ପ୍ରଥମ ଥର ପାଇଁ IGNOU ଓଡ଼ିଆ ଭାଷାରେ ପୁସ୍ତକ ପ୍ରସ୍ତୁତ କରିଛି।ପ୍ରଫେସର ନୟନତାରା ପାଢ଼ୀ କହିଛନ୍ତି ଯେ, ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବା ଦୃଷ୍ଟିରୁ ସାର୍ବଜନୀନ ମୁକ୍ତ ଏବଂ ଦୂରଶିକ୍ଷା ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାରେ ଏମବିଏ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ଓଡ଼ିଆ ଭାଷାରେ ଏମବିଏ ପୁସ୍ତକ ପ୍ରକାଶନ ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରୟାସକୁ ପ୍ରଶଂସା କରିଛନ୍ତି ଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରର ଜୟଦେବ ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଦୃଢ଼ୋକ୍ତି କରିଥିଲେ ଯେ ଏହା ଓଡ଼ିଶାର ଏମବିଏ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟନ୍ତ ସାହାଯ୍ୟ କରିବ ।ଉଲ୍ଲେଖନୀୟ, ଓଡ଼ିଶା ରାଜ୍ୟ…

Read More

ସୁଭଦ୍ରା ଯୋଜନାକୁ ନେଇ ଏକ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳାଙ୍କ ପାଇଁ ହୋଇଥିବା ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ଏକାଧିକ ପୁରୁଷ । ଏପର୍ଯ୍ୟନ୍ତ ଆବେଦନ କରିଥିବା ୧୫୭ଜଣ ପୁରୁଷଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଗକୁ ଯାଞ୍ଚ ଜାରି ରହିଛି ।ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା । ବେଳେବେଳେ ପୁଅ ନାଁ ଓ ଝିଅ ନାଁ ଏକା ଭଳି ଥାଏ । ସେମାନେ ତ୍ରୃଟିରେ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଇ-କେୱାଇସି ଯାଞ୍ଚବେଳେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।ସୂଚନାଯୋଗ୍ୟ, ଚଳିତ ମାସ ଶେଷ ସପ୍ତାହରେ ସୁଭଦ୍ରା ପ୍ରଥମ ପର୍ଯ୍ୟାୟର ୪ର୍ଥ କିସ୍ତି ମହିଳାମାନଙ୍କୁ ମିଳିବ । ପାଖାପାଖି ୨୦ ଲକ୍ଷ ମହିଳା ଏହାଦ୍ୱାରା ଉପକୃତ ହେବେ । ଯୋଜନାରୁ ବାହାରି…

Read More

ଆସନ୍ତା ୨୬ ତାରିଖରେ ଭୁବନେଶ୍ଵର ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ୨୨ ଓ ୨୩ ତାରିଖ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୨୪ ତାରିଖ ସକାଳ ୭ଟା ରୁ ୧୧.୩୦ ପର୍ଯ୍ୟନ୍ତ ଅଭ୍ୟାସ ପରେଡ ଅନୁଷ୍ଠିତ ହେବ। ଏଥିପାଇଁ ସର୍ବସାଧାରଣ ଯାତାୟତ ନିମନ୍ତେ କଟକଣା ଲାଗୁ କରାଯାଇଛି। କଟକଣା ସମୟରେ କୌଣସି ପ୍ରକାର ଭାରିଯାନ ରାମମନ୍ଦିର ଏବଂ ରାଜମହଲ ଛକ ପାର୍ଶ୍ୱରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଯିବାକୁ ଦିଆଯିବ ନାହିଁ। କେବଳ ଦୁଇଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ଆଡ଼କୁ ଆସିପାରିବ କିନ୍ତୁ ପିଏମ୍‌ଜି ଛକ ଆଡ଼କୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ହାଉସିଂବୋର୍ଡ ଛକ ପାର୍ଶ୍ୱରୁ ରବୀନ୍ଦ୍ରମଣ୍ଡପ ଆଡକୁ ଆସୁଥିବା ଯାନବାହାନଗୁଡ଼ିକ କେଶରୀ ଟକିଜ୍‌ଠାରୁ ଆଗକୁ ନ ଯାଇ ସେହିଠାରୁ ବାମପାର୍ଶ୍ୱ ଲେନ୍‌ରେ ଯିବ। ସେହିପରି ଏଜି ଛକରୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ ଜୟଦେବ…

Read More

ବରଗଡ ଧନୁଯାତ୍ରା ଦେଖିବାକୁ ଯାଇ ଯୁବତୀଙ୍କୁ ବଳାତ୍କାର କରିବା ଘଟଣାକୁ ନେଇ ଆସିଲା ବଡ଼ ଖବର। ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ମୁଖ୍ୟ ଅଭିଯୁକ୍ତ ରାକେଶ ଡନସେନାକୁ ଗିରଫ କଲା ପୋଲିସ। ଏହା ପୂର୍ବରୁ ପୋଲିସ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସୂଚନାଥାଉକି, ଜାନୁଆରୀ ୧୨ ତାରିଖ ସନ୍ଧ୍ୟାରେ ଯୁବତୀ ଜଣକ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାକୁ ଏତେ ଦିନ ବିତିଯାଇଥିଲେବି ଏପର୍ଯ୍ୟନ୍ତ ସବୁ ଅଭିଯୁକ୍ତମାନଙ୍କୁ ପୋଲିସ ଧରିପାରିନଥିଲା |ସେପଟେ ବୁର୍ଲା ବଡ଼ ଡାକ୍ତରଖାନା (ଭିମ୍‌ସାର)ରେ ପୀଡ଼ିତାଙ୍କ ଚିକିତ୍ସା ଚାଲଥିବାବେଳେ ସୋମବାର ଆସିଥିବା ଯୁବତୀଙ୍କ ମେଡିକାଲ ରିପୋର୍ଟରୁ, ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନର କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଛି। ତାଙ୍କର ସମସ୍ତ ରୁଟିନ୍‌ ଟେଷ୍ଟ ଓ ସିଟିସ୍କାନ୍‌ କରାଯାଇଛି। ନ୍ୟୁରୋ ସର୍ଜରି, ପ୍ଲାଷ୍ଟିକ ସର୍ଜରି, ଜେନେରାଲ…

Read More