କେନ୍ଦ୍ର ସରକାର ଓଲା ଏବଂ ଉବରକୁ ନୋଟିସ ପଠାଇ ସେମାନଙ୍କ ଜବାବ ମାଗିଛନ୍ତି । କେନ୍ଦ୍ର ପଚାରିଛି ଯେ ବିଭିନ୍ନ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଭଡ଼ା କାହିଁକି ଦେଖାଯାଉଛି? କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ମୂଲ୍ୟରେ ଏମିତି ପାର୍ଥକ୍ୟ କାହିଁକି? ବାସ୍ତବରେ, ଏହା ଜଣାପଡିଛି ଯେ ଯେତେବେଳେ ଆଣ୍ଡ୍ରଏଡ୍ ଏବଂ ଆଇଫୋନରେ ଏକ ସ୍ଥାନରୁ ଓଲା-ଉବର ଟ୍ୟାକ୍ସି ବୁକ୍ ହୁଏ, ଆଣ୍ଡ୍ରଏଡ୍ ଫୋନର ମୂଲ୍ୟ ବହୁତ କମ୍ ହୋଇଥାଏ ଏବଂ ଯେତେବେଳେ ଆଇଫୋନ୍ ମାଧ୍ୟମରେ ବୁକ୍ ହୁଏ, ଟ୍ୟାକ୍ସିର ମୂଲ୍ୟ ଅଧିକ ଦେଖାଯାଏ । ଯାହାକୁ ନେଇ ଉପଭୋକ୍ତା ମନ୍ତ୍ରାଳୟ ନୋଟିସ୍ ଜାରି କରିଛି ।
Author: sanitelevision
ଶ୍ରୀମନ୍ଦିରକୁ ଜଗିବ ୱାଚ ଟାୱାର। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗର୍ଭଗୃହର ଫଟୋ ଏବଂ ଭିଡିଓ ଭାଇରାଲ ପରେ ଏଭଳି ୱାଚ ଟାୱାର ପାଇଁ ନିଷ୍ପତ୍ତି ନେଉଛନ୍ତି ସରକାର।ଗର୍ଭଗୃହ ଫୋଟୋ ଭାଇରାଲ ହେବାର ତଦନ୍ତ କରୁଛି ପୋଲିସ । ଯିଏ ବି ଏହା କରିଛି, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରାଯିବ । ଚାରି ଦୁଆରରେ ସିସିଟିଭି ଜରିଆରେ କଡା ଚେକିଂ ହେଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ପାଇଁ କ୍ରିକେଟ୍ ଫିଭର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଣିଛନ୍ତି ବାରବାଟୀ ଟିକେଟ୍। ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ଏହାର ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ ଦିଆଯାଇଛି । ଓସିଏ ସମ୍ପାଦକ ସଞ୍ଜୟ ବେହେରା ପୁରୀ ଯାଇ ମହାପ୍ରଭୁଙ୍କୁ ମ୍ୟାଚର ପ୍ରଥମ ଟିକେଟ ପ୍ରଦାନ କରିଛନ୍ତି । ତାଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବାରବାଟୀ ମ୍ୟାଚ ପାଇଁ ଟିକେଟ୍ କିଣିଥିଲେ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ କାର୍ୟ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଅନୁଗୁଳ ବିଧାୟକ ତଥା ଆପେକ୍ସ କାଉନ୍ସିଲ ସଦସ୍ୟ ପ୍ରତାପ ପ୍ରଧାନ, ଓଡ଼ିଶା ଅଲିମ୍ପିକ ଆସୋସିଏସନର ସଂପାଦକ ଅଭିଜିତ ପାଲ୍, ପୂର୍ବତନ ବିଧାୟକ ଲଳିଟେନ୍ଦୁ…
ରାସନ କାର୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଜାନୁଆରୀ ୩୧ ତାରିଖରେ କେୱାଇସି ଶେଷ ହେବ । ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ୍ କଲେ ମନ୍ତ୍ରୀ । ବୋଧେ ଭୟରେ କେୱାଇସି ପାଇଁ ଆସୁନାହାନ୍ତି । କିନ୍ତୁ ଶୀଘ୍ର ସରେଣ୍ଡର କଲେ ଭଲ । ଏଥିସହିତ ମନ୍ତ୍ରୀ ଏହା ବି ସୂଚନା ଦେଇଛନ୍ତି ଯେ, ଇ-କେଓ୍ବାଇସି ଯାଞ୍ଚ ଜାରି ରହିଥିବା ବେଳେ, ପ୍ରତି ବ୍ଲକରେ ୨୦୦ରୁ ୩୦୦ ଅଯୋଗ୍ୟ ହିତାଧିକାରୀ ବାହାରୁଛନ୍ତି । ଉକ୍ତ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି କରିବା ଆସୁ ନାହାଁନ୍ତି । ସେଥିରେ ଶିକ୍ଷକ, ଡାକ୍ତର, ଅଧ୍ୟାପକ ମଧ୍ୟ ରହିଛନ୍ତି । ସୁଚନା ଅନୁଯାୟୀ ଗରିବଙ୍କ ରାସନକାର୍ଡକୁ କବଜା କରି ବସିଥିବା ବଡ଼ ବଡ଼ିଆ ସରକାରୀ ଅଧିକାରୀଙ୍କୁ ପୁଣି ଥରେ ଚେତାବନୀ ଦେଇଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…
ବାଣୀବିହାର ଛକରେ ବିକଟାଳ ହର୍ଣ୍ଣ ଟ୍ରାଫିକ ପୋଲିସ ଯାଞ୍ଚ କରୁଛି। ଏହି ଯାଞ୍ଚ ସମୟରେ ଟ୍ରାଫିକ ପୋଲିସ ବସ୍ରେ ଲାଗିଥିବା ପ୍ରେସର ହର୍ଣ୍ଣ କାଢିଛି। ଏଥିସହ ବାଇକରେ ଲାଗିଥିବା ମୋଡିଫାଏଡ୍ ହର୍ଣ୍ଣର ମଧ୍ୟ ଯାଞ୍ଚ କରୁଛି ଟ୍ରାଫିକ୍ ପୋଲିସ। ଏପରି ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କମିଶନରେଟ ପୋଲିସ ।ଛକ ଛକରେ ଜଗଛି ପୋଲିସ୍ । କେଉଁ ସମୟରେ ବି ଝାମ୍ପି ନେବ ପୋଲିସ । ତେଣୁ ରୁହନ୍ତୁ ସର୍ତକ ରାସ୍ତାରେ ବିକଟାଳ ଶଦ୍ଦ କରି ଗାଡି ଚଲାଉଥିଲେ ହୋଇଯାଆନ୍ତୁ ସାବଧାନ , ଏଥିପାଇଁ କମିଶନରେଟ୍ ପୁଲିସ ସ୍ପେଶାଲ ଡ୍ରାଇଭ୍ ଚଳାଇଛି ।ସୂଚନାଯୋଗ୍ୟ ଯେ, କଟକରେ ବୁଧବାର ଦିନ କଟକର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା କମିଶନରେଟ୍ ପୋଲିସ । ଏହି ଚଢାଉରେ ୧୨୦ରୁ ଅଧିକ ବସ୍ ଅଟକାଇ ଯାଞ୍ଚ୍ କରାଯାଇଥିଲା । ଯାହାମଧ୍ୟରେ ୮୫ଟି ବସ୍ରେ ପୁଲିସ୍ ମଲ୍ଟି ଟୋନ୍ ହର୍ଣ୍ଣ…
ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜାଯାଇଥିବା ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଫଟୋକୁ ଆଧାର କରି ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ସ୍ବତନ୍ତ୍ର ତଦନ୍ତକାରୀ ଦଳ ଦ୍ୱାରା ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟରେ ଶିକାର ପାଇଁ କିଛି ଶିକାରୀ ଉଦ୍ୟମ କରୁଥିଲେ । ଏହି ସମୟରେ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡରୁ ୩ ଶିକାରୀଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ । ସେମାନଙ୍କ ନିକଟରୁ ୨ ଟି ଦେଶୀ ବନ୍ଧୁକ,ଧନୁ ତୀର ଓ ଶିକାର ପାଇଁ ବ୍ୟବହୃତ ଫାସ ଜବତ ହୋଇଛି । ୩ ଅଭିଯୁକ୍ତ ଉଦଳା ଥାନା ଅଞ୍ଚଳର ବୋଲି ଜଣାପଡିଛି । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଖିଲାପ କରାଯାଇଥିବା ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ବାରିପଦା ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଇଜଲାସକୁ ପଠାଯାଇଛି।
ସ୍ତ୍ରୀକୁ ବୀଭତ୍ସ ହତ୍ୟା କଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା ସ୍ବାମୀ । ପ୍ରମାଣ ଲୁଚାଇବାକୁ ଶରୀରର କଟା ଖଣ୍ଡକୁ ପ୍ରେସର କୁକରରେ ସିଝାଇଲା । ଏଭଳି ଲୋମହର୍ଷଣକାରୀ ଘଟଣା ହାଇଦ୍ରାବାଦ ସହରରେ ଦେଖିବାକୁ ମିଳିଛି । ଅଭିଯୁକ୍ତଶରୀରର ଅଂଶଗୁଡ଼ିକୁ ରାନ୍ଧି ମୀରପେଟ ହ୍ରଦରେ ଫିଙ୍ଗି ଦେଇଥିଲେ। କୁହାଯାଉଛି ଯେ, ସେ ଏସବୁ କରିଥିଲେ କାରଣ ମୃତଦେହକୁ ନଷ୍ଟ କରିବା ସହଜ ହେବ ଏବଂ କେହି ତାଙ୍କୁ ସନ୍ଦେହ କରିବେ ନାହିଁ। ତଥାପି, ପୋଲିସ ଏହି ଅଭିଯୋଗଗୁଡ଼ିକର ତଦନ୍ତ କରୁଛି।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୪୫ ବର୍ଷୀୟ ଗୁରୁ ମୂର୍ତ୍ତି ନାମକ ବ୍ୟକ୍ତି ନିଜ ୩୫ ବର୍ଷୀୟା ପତ୍ନୀ ଭେଙ୍କଟା ମାଧବୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଆଉ ପୋଲିସ ଜେରାବେଳେ ସବୁ କଥା ସ୍ବୀକାର କରିଛନ୍ତି ଗୁରୁ ମୂର୍ତ୍ତି ।ମୃତ ମହିଳାଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ଜାନୁଆରୀ ୧୬ରେ…
ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ପ୍ରସଙ୍ଗକୁ ନେଇ ଏବେ ମୁଖ୍ୟ ପ୍ରଶାସକଙ୍କୁ ଜବାବ ମାଗିଛନ୍ତି, ହାଇକୋର୍ଟ । ହ୍ବିଲ ଚେୟାର ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଦାୟର ଜନସ୍ବାର୍ଥ ମାମଲା ଉପରେ ଶୁଣାଣି କରି କିଛି ଏପରି କହିଛନ୍ତି କୋର୍ଟ ।ଫେବ୍ରୁଆରି ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ତେବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ, ବିଶେଷ କରି ଯେଉଁମାନେ ହ୍ବିଲ୍ ଚେୟାର ବ୍ୟବହାର କରୁଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଯାହାକୁ କାର୍ଯ୍ୟକାରୀ ନକରାଯିବାରୁ ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଏହାକୁ ଅତି ଗୁରୁତ୍ବର ସହ ନେଇ, ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିବା ସହିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ…
ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଓଡିଶା ସରକାର ପଦୋନ୍ନତି ଦେଇଛନ୍ତି । ୧୯୯୫ ବ୍ୟାଚର ଆଇଏଏସ ଅଧିକାରୀ ଶ୍ରୀ ଶର୍ମାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ପଦୋନ୍ନତି ମିଳିଛି ।ଏହି ପଦୋନ୍ନତି ପରେ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ଶର୍ମା ଏବେ ଗୁରୁତ୍ୱପୂର୍ଣ ଶିଳ୍ପ ବିଭାଗ ସହ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ୧୯୯୫ ବ୍ୟାଚର ଏହି ଓଡିଶା କ୍ୟାଡର ବରିଷ୍ଠ ଆଇଏଏସ ଅଧିକାରୀ ରାଜ୍ୟରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଲୋକଙ୍କ ପାଖରେ ବେଶ ପ୍ରଶଂସା ସାଉଁଟି ଥିଲେ । ପରବର୍ତ୍ତୀ ସମୟରେ ଶକ୍ତି ବିଭାଗ,ସୂଚନା ଓ ଲୋକ ସମ୍ପର୍କ ବିଭାଗ,ଏମଏସଏମଇ ବିଭାଗ ଏବଂ ଶିଳ୍ପ ବିଭାଗରେ ସଚିବ ତଥା ପ୍ରମୁଖ ଶାସନ ସଚିବ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ।
ରାଜ୍ୟରେ କମିଛି ଶୀତ କିନ୍ତୁ କଲବଲ କରୁଛି କୁହୁଡି। ଆଜି ସକାଳୁ ସକାଳୁ ଟ୍ଵିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏପରିକି ଦୃଶ୍ୟମାନ ଦୂରତା ୧୦ ରୁ ୨୦ ମିଟର ରହିଛି । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସ୍ୱାଭାବିକଠାରୁ ସାଢ଼େ ୫ ଡିଗ୍ରୀ ଉପରକୁ ଡେଇଁ ବୁଧବାର କୋରାପୁଟରେ ଦିନ ତାପମାତ୍ରା ୩୩.୨ ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଛି । ଜାନୁଆରୀ ମାସରେ କୋରାପୁଟରେ କେବେ ଏମିତି ଗରମ ଅନୁଭବ ହୋଇନଥିଲା । ଏହାପୂର୍ବରୁ ୨୦୦୯ ଜାନୁଆରୀ ୩୧ରେ କୋରାପୁଟରେ ସର୍ବୋଚ୍ଚ ତାତ ଥିଲା ୩୩ ଡିଗ୍ରୀ । ଏଥର ଜାନୁଆରୀର ସବୁ ତାତି ରେକର୍ଡ ଭାଙ୍ଗିଛି କୋରାପୁଟ । ଏଭଳି ସ୍ଥିତି ପାଣିପାଗ ବିଜ୍ଞାନୀଙ୍କୁ ଚମକାଇ ଦେଇଛି । ରେକର୍ଡ କହୁଛି, ୨୦୦୯ ଜାନୁଆରୀରେ କୋରାପୁଟରେ ଏଭଳି ଭୀଷଣ ଗରମ ଅନୁଭୂତ ହୋଇଥିଲା । ସେହି ବର୍ଷ ଏପ୍ରିଲ ଓ ମେ’…









