ଅବକାରୀ ବିଭାଗର ବଡ ପଦକ୍ଷେପ । ୮ ଜଣ ଅବକାରୀ କର୍ମଚାରୀ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ୨୦ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ବହିଷ୍କୃତ ୩ ଏଏସ୍ଆଇଙ୍କ ମଧ୍ୟରେ ଔରପଲକ ଦାସ, ସୁଦୀପ୍ତ ଦାସ ଓ ନିରଞ୍ଜନ ଖଟୁଆ ରହିଥିବା ବେଳେ ୫ କନଷ୍ଟେବଳଙ୍କ ମଧ୍ୟରେ ଦୀପକ ପାଣିଗ୍ରାହୀ, ତ୍ରିଲୋଚନ ରାଇଚିତା, ଆର୍ ଭେଙ୍କେଟସ କୁମାର, ତ୍ରିନାଥ ସବର ଓ ରାଜୀବ ଭଞ୍ଜ।ଅବକାରୀ ବିଭାଗର ୨୧ କର୍ମଚାରୀଙ୍କ ବିରୁଦ୍ଧରେ ବିଭନ୍ନ ଅଭିଯୋଗରେ ମାମଲାର ତଦନ୍ତ ଚାଲିଥିଲା । ଅନ୍ୟ ୨୦ ଜଣ ଅବକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ମଧ୍ୟ ଖବର ମିଳିଛି । ଏମାନଙ୍କ ବିରୁଦ୍ଧରେ ଡିପାର୍ଟମେଣ୍ଟାଲ ଇନକ୍ବାରୀ ସମୟରେ ଅନେକ ଭୁଲ୍ ବାହାରିଥିବା ଜଣାପଡିଛି ।
Author: sanitelevision
ବିବାଦ ପରେ ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ସାଢ଼େ ୧୦ଟା ଯାଏଁ କାର୍ଯ୍ୟକ୍ରମ ଚାଲି ପାରିବ। ସୂଚନାମୁତାବକ ଗତ ଶନିବାର (ନଭେମ୍ବର ୧୬) ଦିନ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଥିଲା କମିଶନରେଟ ପୋଲିସ । ଜଣାଶୁଣା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ପର୍ଫମାନ୍ସ ଚାଲିଥିବା ବେଳେ ଏହାକୁ ଅଧାରୁ ବନ୍ଦ କରାଇ ଦିଆଯାଇଥିଲା । ଏହାକୁ ନେଇ ବାଲିଯାତ୍ରାରେ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହାପରେ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବଢ଼ା ଯାଇଛି ।
ଦିନକୁ ଦିନକୁ ଅସୁରିକ୍ଷିତ ହେବାରେ ଲାଗିଛି ସ୍ମାର୍ଟ ସିଟି ଭୁବନେଶ୍ବର । ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଲିଙ୍ଗରାଜ ଥାନା ଅଞ୍ଚଳରେ ୭ ବର୍ଷୀୟ ଝିଅକୁ ଅପହରଣ ପରେ ଦୁଷ୍କର୍ମ ନେଇ ଥାନାରେ ଏତଲା ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ କରୁଛି ପୋଲିସ୍ ।ସକାଳୁ ନିଖୋଜ ଥିଲେ ୭ ବର୍ଷୀୟା ନାବାଳିକା । ପରିବାର ଲୋକେ ଖୋଜାଖୋଜି କରିଥିଲେ । ଖୋଜାଖୋଜି ପରେ ୧ ଘଣ୍ଟା ଭିତରେ ବୈଶିଷ୍ଟ୍ୟ ନଗରରୁ ଉଦ୍ଧାର କରାଯାଇଛି । ତାଙ୍କ ଶରୀରରେ କ୍ଷତ ଅବସ୍ଥାରେ ରହିଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ପାଇବା ପରେ ନାବାଳିକାଙ୍କର ଡାକ୍ତରୀ ମାଇନା କରିବା ସହିତ ତାଙ୍କ ବୟାନ ରେକର୍ଡ କରି ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରି ଅଧିକ ତଦନ୍ତ ଚଳାଇଛି ।
ଶ୍ରୀମନ୍ଦିରକୁ ନେଇ ଆଇନମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି, ମହାପ୍ରଭୁଙ୍କ ଜମିକୁ ଜବରଦଖଲ କରି ରଖାଯାଇଥିବା ବେଳେ ତାହା ମନ୍ଦିରର କୌଣସି କାମରେ ଲାଗୁନାହିଁ । ତେଣୁ ଜବରଦଖଲ ହୋଇଥିବା ଜମିକୁ କିଭଳି ଉଦ୍ଧାର କରାଯିବ ତା ଉପରେ ସରକାର ଖୁବଶୀଘ୍ର ପଦକ୍ଷେପ ନେବେ । ଏହାସହ ଶ୍ରୀମନ୍ଦିରରେ କାର୍ଯ୍ୟରତ ସମସ୍ତଙ୍କ ପାଇଁ ସରକାର ୟୁନିଫର୍ମ ପଲିସୀ ଆଣିବାକୁ ଯାଉଥିବା କଥା ସେ ସୂଚନା ଦେଇଛନ୍ତି । କେବଳ ଶ୍ରୀମନ୍ଦିର ନୁହେଁ ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ପର୍ଯ୍ୟାୟକ୍ରମେ ୟୁନିଫର୍ମ ପଲିସୀ ଲାଗୁ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିରରେ ୧୦ ହଜାର କୋଟି ଟଙ୍କା କପର୍ସ ଫଣ୍ଡ ଗଠନ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ।
ଏଥର ରେଳଟ୍ରାକରେ ହେଉ ଅବା ଟ୍ରେନ ଭିତରେ ରିଲ୍ସ କରିବା ପଡିବ ମହଙ୍ଗା । ଏଥିପାଇଁ ରେଲୱେ ପକ୍ଷରୁ ନୋଟିସ ଜାରି କରାଯାଇଛି । ରେଳ ସୁରକ୍ଷା ପାଇଁ ବିପଦ ଆଣୁଥିବା ଲୋକଙ୍କ ଉପରେ ଏଥର କେସ୍ କରାଯିବ ।ଭାଇରାଲ ହେବା ମୋହରେ କେତେବେଳେ ଟ୍ରାକ୍ ଉପରେ ଯୁବ ପିଢ଼ି ଶୋଇ ପଡ଼ି ରିଲ୍ କରୁଛନ୍ତି ତ କେତେବେଳେ ଚଳନ୍ତା ଟ୍ରେନ୍ ଆଗରେ ଶୁଟ୍ କରୁଛନ୍ତି ଭିଡିଓ । ଫଳରେ ଅକାଳରେ ଚାଲି ଯାଉଛି ବହୁ ଜୀବନ । ଏଥିସହ ବହୁ ରେଳ ଯାତ୍ରୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହେଉଥିବା ବେଳେ ରେଳ ବିଭାଗର ବି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି।ଏଥିନେଇ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ସରକାର।ଏପରି କଲେ ରୁଜୁ ହେବ ମାମଲା ଓ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ରେଲୱେ ପକ୍ଷରୁ ସବୁ ଜୋନ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ଶ୍ୱେତପତ୍ର ପ୍ରକାଶ କଲା ବ୍ୟବସାୟୀ ସଂଘ। ଖାଉଟିଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରଙ୍କ ଭୁଲ ଭଟକା ସାମ୍ନାକୁ ଅଣାଯାଉଛି। ଏହା ପରେ ବି ସରକାର ପଦକ୍ଷେପ ନ ନେବାରୁ ଏଭଳି ପଦକ୍ଷେପ ନେଇଛି ବ୍ୟବସାୟୀ ସଂଘ। ଆସନ୍ତା ୨୧ ଓ ୨୨ ତାରିଖ ପରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲି ଅଭିଯାନ ଆରମ୍ଭ କରିବ ରାଜ୍ୟ ବ୍ୟବସାୟୀ ସଂଘ।ଦରଦାମ ବୃଦ୍ଧିର ପ୍ରକୃତ କାରଣ ଓ କିଏ ଦାୟୀ ଏହାକୁ ଏକ୍ସପୋଜ କରାଯିବ। ଶ୍ୱେତପତ୍ରରେ ମଧ୍ୟ ଏସବୁ ପ୍ରସଙ୍ଗ ସ୍ଥାନ ପାଇଛି। ଲୋକଙ୍କ ପାଖକୁ ଏସବୁ ପ୍ରସଙ୍ଗ ନିଆଯିବ ବୋଲି କହିଛି ସଂଘ।ଅନ୍ୟପଟେ ସରକାରଙ୍କୁ ବ୍ୟବସାୟୀ ସଂଘ ଚରମ ବାଣୀ ଶୁଣାଇଛି। କର୍ପୋରେଟ ହାଉସକୁ ଆଇନ ପରିସରକୁ ସରକାର ଆଣନ୍ତୁ। ନଚେତ ୨୦୨୫ ପ୍ରଥମାର୍ଦ୍ଧରେ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ତା ପରେ ବ୍ୟବସାୟୀ ମାନେ ଆମରଣ ଅନଶନ କରିବେ। ବ୍ୟବସାୟୀ…
ଲାଲ ସଂଗଠନକୁ ବଡ଼ ଝଟକା । ଛତିଶଗଡ଼ର ନାରାୟଣପୁର-କାଙ୍କେର ଜିଲ୍ଲା ସୀମାନ୍ତ ଅବୁଝମଡ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ୫ ମାଓବାଦୀ ନିହତ । ସେହିପରି ୨ ଯବାନ ଗୁରୁତର ଆହତ ହୋଇଛନ୍ତି ।ଚିକିତ୍ସା ପାଇଁ ସେମାନଙ୍କୁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି। ଛତିଶଗଡ଼ର କଂକେର ଏବଂ ନାରାୟଣପୁର ଜିଲ୍ଲାରେ ଏହି ଏନକାଉଣ୍ଟର ଚାଲିଥିବା ଜଣାପଡିଛି। ଛତିଶଗଡ଼ର ମାଡ ଅଞ୍ଚଳରେ ବହୁ ସଂଖ୍ୟାରେ ନକ୍ସଲ ତଥା ସେମାନଙ୍କ ବରିଷ୍ଠ ନେତାଙ୍କ ସମାବେଶ ହେବାର ଖବର ମିଳିଥିଲା। ଯାହା ପରେ ନକ୍ସଲ ଅପରେସନ୍ ଆରମ୍ଭ କରାଯାଇଥିଲା।ଅପରେସନରେ DRG, STF ଏବଂ BSF ଯବାନ ସାମଲ ଅଛନ୍ତି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।
ସୁନାମୀ ମୁକାବିଲା ପାଇଁ ପ୍ରସ୍ତୁତ ସମୁଦ୍ର କୂଳିଆ ଗାଁ । ସୁନାମୀ ସୁରକ୍ଷା ନେଇ ଓଡ଼ିଶାର ୬ ଜିଲ୍ଲାର ୨୪ ଗାଁକୁ ଟ୍ୟାଗ୍ ପ୍ରଦାନ କରିଛି ୟୁନେସ୍କୋ । ଏଥିରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ ଜିଲ୍ଲା ରହିଛି । ଏହି ସବୁ ଜିଲ୍ଲାର ଉପକୂଳବର୍ତ୍ତୀ ୨୪ ଗାଁକୁ ୟୁନେସ୍କୋର ଆନ୍ତ ସରକାରୀ ଓସେନୋଗ୍ରାଫିକ୍ କମିଶନ ସୁନାମୀ ପ୍ରସ୍ତୁତି ପ୍ରମାଣ ପତ୍ର ପ୍ରଦାନ କରିଛି । ୧୧ ନଭେମ୍ବରରେ ଇଣ୍ଡୋନେସିଆରେ ଦ୍ୱିତୀୟ ଗ୍ଲୋବାଲ୍ ସୁନାମୀ ସମ୍ମିଳନୀ ସମୟରେ ୟୁନେସ୍କୋ ଏହି ସାର୍ଟିଫିକେଟ୍ ମିଳିଛି । ସେହିପରି ଜଗତସିଂହପୁର ଜିଲ୍ଲାର ନୋଳିଆସାହି ଏବଂ ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର ଗାଁର ସୁନାମୀ ପ୍ରାମଣ ପତ୍ରକୁ ନବିକରଣ କରିଛନ୍ତି । ସୁନାମୀ ସମୟରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉପକୂଳିଆ କିପରି ରହିବେ ସତର୍କ । ଏହାସହ ବିପର୍ଯ୍ୟୟ ସମୟରେ କିପରି ଧନ ଜୀବନ ନଷ୍ଟ ନହେବ ସେନେଇ ବି ପ୍ରୟାସ…
ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କମିଶନଙ୍କ କାର୍ଯ୍ୟକାଳକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଆସନ୍ତା ନଭେମ୍ବର ୨୨ରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ବର୍ତ୍ତମାନ ତାଙ୍କ କାର୍ଯ୍ୟକାଳ ୩୧ ଜାନୁଆରୀ ୨୦୨୫ ଯାଏଁ ବୃଦ୍ଧି କରାଯାଇଛି ।ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ଅଫିସର ଏବଂ ତାଙ୍କ ବାନ୍ଧବୀ ସ୍ଥାନୀୟ ଯୁବକମାନେ ଦୁର୍ବବ୍ୟହାର କରିଥିବାର ଅଭିଯୋଗ ପାଇଁ ଆସିଥିଲେ । ଏହି ସମୟରେ ଥାନାରେ ପୋଲିସ ଏବଂ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ଏପିରିକି ସେନା ଅଫିସରଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଯାହାକୁ ସେହି ସମୟରେ ରାଜ୍ୟ ହଇଚଇ…
ରାଜ୍ୟରେ ଖୋଲିବ ଓମଫେଡର ୩ଟି ନୂଆ ପ୍ଲାଣ୍ଟ। ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱରଠାରେ ଖୋଲିବ ଏହି ୩ଟି ନୂଆ ପ୍ଲାଣ୍ଟ । ଏହାସହ ଓମଫେଡ ମିନେରାଲ ୱାଟର ଓ ଚକଲେଟ ଆସିବ । ସେହିପରି ବିଭିନ୍ନ ଜାଗାରେ ଓମଫେଡ ପାର୍ଲର ଖୋଲାଯିବ । ଓମଫେଡର ସମୀକ୍ଷା ବୈଠକ ହେବା ପରେ ଏନେଇ ଘୋଷଣା କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱର ଠାରେ ଖୋଲିବ ନୂଆ ପ୍ଲାଣ୍ଟ । ଓମ୍ଫେଡ ପାଣି, ଚକୋଲେଟ ଆସିବ । ବିଭିନ୍ନ ସ୍ଥାନରେ ଓମ୍ଫେଡ ପାର୍ଲର ଖୋଲାଯିବ । କ୍ଷୀର ଧାରା ମିଶନ ପ୍ରତ୍ୟେକ ପଞ୍ଚାୟତରେ ଖୋଲାଯିବ । ୨୦ଟି କ୍ଷୀର ଧାରା କେନ୍ଦ୍ର ପଞ୍ଚାୟତରେ ଖୋଲିଛି । ପର୍ଯ୍ୟାୟ କ୍ରମେ ଆଉ ଖୋଲିବ । ଓମ୍ଫେଡର ୨ କୋଟି ବକେୟା ରାଶି ରହିଛି । ନୋଟିସ ପରେ ୮୨ ଲକ୍ଷ ଆଦାୟ ହୋଇଛି । ୭ ଦିନ ଭିତରେ ନ…









