ବିନା ଟିକେଟ୍ରେ ରେଳ ଯାତ୍ରା କରୁଥିଲେ ହୋଇଯାଆନ୍ତୁ ସାବଧାନ ।ଅନଧିକୃତ ଯାତ୍ରା ରୋକିବା ସହ ରେଳ ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ ଜୋରଦାର ହୋଇଛି ଫୋର୍ଟ୍ରେସ୍ ଟିକେଟ୍ ଯାଞ୍ଚ ଅଭିଯାନ। ଅଭିଯାନ ଦିନ UTS ଟିକେଟ୍ ବୁକିଂରେ ୨୯ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି ପୂର୍ବତଟ ରେଳପଥ ।ପୂର୍ବତଟ ରେଳପଥର ଅଧିକାର କ୍ଷେତ୍ରରେ ଥିବା ଭୁବନେଶ୍ୱର, ସମ୍ବଲପୁର ସମେତ ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକରେ ଏହି ଯାଞ୍ଚ ଅଭିଯାନ ଚାଲିଛି । ବାଣିଜ୍ୟ ବିଭାଗର କର୍ମଚାରୀମାନେ ମିଳିତ ଭାବେ ଯାତ୍ରୀଙ୍କ ଟିକେଟ୍ ଯାଞ୍ଚ କରିବା ସହ ବିନା ଟିକେଟ୍ ଓ ଅନିୟମିତ ଯାତ୍ରା ଉପରେ ନଜର ରଖୁଛନ୍ତି । ଏହା ଦ୍ୱାରା ଯାତ୍ରୀମାନେ ଯାତ୍ରା ପୂର୍ବରୁ ବୈଧ ଟିକେଟ୍ କିଣିବାକୁ ଅଧିକ ସଚେତନ ହେଉଥିବା ରେଳପଥ ପକ୍ଷରୁ କୁହାଯାଇଛି ।






