ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାରେ ଭୟାବହ ବିମାନ ଦୁର୍ଘଟଣା । ଜଳିପୋଡ଼ି ପାଉଁଶ ହେଲା ‘ଲିଅରଜେଟ୍ ୬୦’ ବିଜନେସ୍ ଜେଟ୍ । ବିମାନରେ ଥିବା ସମସ୍ତ ୯ ଜଣ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କ ମୃତ୍ୟୁ । ରିପୋର୍ଟ ଅନୁସାରେ, ଲିୟରଜେଟ୍ ୬୦ ବିମାନଟି ଟେକସାସର ଅଷ୍ଟିନରୁ ବାହାମାସ୍ ଆସୁଥିଲା । ଏହି ସମୟରେ ବିମାନରେ କୌଣସି ତ୍ରୁଟି ପରିଲକ୍ଷିଚ ହୋଇଥିଲା । ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଖସି ପଡିଥିଲା । ତେବେ କେଉଁ କାରଣରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି ସେନେଇ ତଦନ୍ତ ଚାଲିଛି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାସ୍ତାରେ ଖସି ପଡିବା ପରେ ବିମାନରେ ନିଆଁ ଲାଗିବା ସହ ବିସ୍ଫୋରଣ ହୋଇଥିଲା । ଏଥିରୁ କିଛି ଘର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ନଚେତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇଥାନ୍ତା । ଦୁର୍ଘଟଣା ପରେ ଶହ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କ୍ୟାମେରା ଓ ଡ୍ୟାସକ୍ୟାମରେ କଏଦ ହେଲା ମିସାଇଲ ଭଳି ଖସିପଡ଼ି ବିସ୍ଫୋରଣ ହେବାର ହୃଦୟବିଦାରକ ଦୃଶ୍ୟ । ଦୁର୍ଘଟଣା ପୂର୍ବରୁ ପାଇଲଟ୍ ‘Mayday’ ଜରୁରୀକାଳୀନ ସଙ୍କେତ ଦେଇଥିବା କକପିଟ୍ ଅଡିଓରୁ ସୂଚନା ମିଳିଛି । ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କଲା FAA ଏବଂ NTSBର ଉଚ୍ଚସ୍ତରୀୟ ଟିମ୍ ।





