ଗଞ୍ଜାମରେ ବନ୍ୟା ସ୍ଥିତି ସୁଧୁରୁଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ୩ ଜଣ ଓ ଗଜପତି ଜିଲ୍ଲାରୁ ଜଣଙ୍କ ଜୀବନ ଯାଇଛି । । ଜଣେ ବୃଦ୍ଧା ଜୀବିତ ଉଦ୍ଧାର ହୋଇଛନ୍ତି । ଛତ୍ରପୁର ସର ଭୀମପୁର ଗାଁରେ ଖାଦ୍ୟ ଏୟାର ଡ୍ରପ୍ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି ।ଗଞ୍ଜାମ ଜିଲ୍ଲାରେ ୩୬୭ ରିଲିଫ କ୍ୟାମ୍ପରେ ୩୯ ହଜାର ୬୧୯ ଲୋକ ଅଛନ୍ତି । ଜିଲ୍ଲାରେ ମୋଟ ୧ ଲକ୍ଷ ୫ ହଜାର ୬୨୨ ଜଣ ପ୍ରଭାବିତ ହୋଇଛନ୍ତି ।ଗଜପତିରେ ୨୧ ହଜାର ୭୮୨ ଲୋକ ପ୍ରଭାବିତ । ୩୪୦ ରିଲିଫ କ୍ୟାମ୍ପରେ ସୁବିଧା ଦିଆଯାଉଛି । ଆଜି ଆସିକାରେ ବିଦ୍ୟୁତ ସଂଯୋଗ ହୋଇଯିବ । ଜିଲ୍ଲାରେ ୮୦ରୁ ୮୫ ପ୍ରତିଶତ ବିଦ୍ୟୁତ୍ ଭିତ୍ତିଭୂମି ପୁନଃରୁଦ୍ଧାର ହୋଇଛି ।






