ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ହିଞ୍ଜିଳି ଓ ଶେରଗଡ଼ ସମେତ ସମଗ୍ର ଜିଲ୍ଳାର ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ବିପନ୍ନ ଲୋକଙ୍କ ଉଦ୍ଧାର ଓ ରିଲିଫ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ,ଜିଲ୍ଲପାଳ ବିରୋଧୀଦଳ ନେତାଙ୍କୁ ଅବଗତ କରିଥିଲେ। ଗଞ୍ଜାମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ, ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳକୁ ଗଞ୍ଜାମ ପଠାଇଛନ୍ତି । ଏହି ପ୍ରତିନିଧି ଦଳରେ ପ୍ରତାପ ଜେନା, ଟୁକୁନି ସାହୁ, ବିକ୍ରମ ପଣ୍ଡା, ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ, ଭୃଗୁ ବକ୍ସି ପାତ୍ର, ଚିନ୍ମୟ ସାହୁ, ରଂଜିତା ସାହୁ ଓ ସଂଘମିତ୍ରା ଦଳେଇ ଯାଇଛନ୍ତି। ଏହି ପ୍ରତିନିଧି ଦଳ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଗଞ୍ଜାମ ଗସ୍ତ କରି ବିପନ୍ନ ଲୋକଙ୍କୁ ଭେଟିବା ସହ କ୍ଷୟକ୍ଷତି ଆକଳନ କରିବ । ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ RDC ଓ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିବେ । ପରେ କମିଟି ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ତାର ରିପୋର୍ଟ ପ୍ରଦାନ କରିବ।






