ବନ୍ୟା ସ୍ଥିତିକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା| ଗତକାଲି ଅପେକ୍ଷା ବନ୍ୟା ସ୍ଥିତିରେ ସୁଧାର ଆସିଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି, ଗଞ୍ଜାମରେ ସର୍ବାଧିକ ବର୍ଷା ହୋଇଥିଲା । ଋଷିକୂଲ୍ୟାର ପୁରୁଷୋତ୍ତମପୁରରେ ୧୭.୯୪ ମିଟର ଜଳ ପ୍ରବାହିତ ହେଉଛି । ଯାହାକି ବିପଦ ସଙ୍କେତ ଉପରେ ରହିଛି । ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ତଳକୁ ଆସିବ । ସୋରଡ଼ାରେ ୭୮.୪ ମିଟର ଜଳ ପ୍ରବାହିତ ହେଉଛି । ବାଲେଶ୍ଵରରେ ୭୧ ମିମି ଓ ଗଞ୍ଜାମରେ ୬୧ ମିମି ବର୍ଷା ହୋଇଛି । ବଂଶଧାରାରେ ମଧ୍ୟ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ପାଣି ।କୌଣସି ମଧ୍ୟମ ଜଳ ଭଣ୍ଡାର ବନ୍ୟା ରୋକିବା ପାଇଁ ନିର୍ମାଣ ହୋଇନାହିଁ। ଏହା ଜଳସେଚନ ପାଇଁ ହୋଇଛି। ବର୍ଷାକୁ ଆଖି ଆଗରେ ରଖି ଆମେ ଡ୍ୟାମ୍ ରୁ ପାଖାପାଖି ୬୦ ପ୍ରତିଶତ ପାଣି ଖାଲି କରିଦେଇଥିଲୁ। ବନ୍ଧର ସୁରକ୍ଷା ପାଇଁ କିଛି ପଦକ୍ଷେପ ନେଇଥିଲୁ। ଡ୍ୟାମ୍ ରୁ ଛଡା ଯାଇଥିବା ପାଣିରେ ଜଳସ୍ତର ବଢି ନାହିଁ। ଅଧିକ ବର୍ଷା ହୋଇଥିବାରୁ ଜଳସ୍ତର ବଢିଲା।ବର୍ତ୍ତମାନ ହିରକୁଦରେ ବନ୍ୟାସ୍ଥିତି ନାହିଁ। ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୭ ଫୁଟ ରହିଛି। ହୀରାକୁଦର ଜଳ ଧାରଣ କ୍ଷମତା ୬୩୦ ଫୁଟ। ଛତିଶଗଡ଼ରେ ଯେତିକି ବର୍ଷା ହୋଇଛି ହୀରାକୁଦକୁ ଦେଢ଼ ଲକ୍ଷ କ୍ୟୁସେକ ଜଳ ଆସିବ। ହୀରାକୁଦରେ ହିଁ ମ୍ୟାନେଜ କରିହେବ। କୌଣସି ଗେଟ ଖୋଲିବାର ନାହିଁ।






