ପୁଣି ଭିଜିଲାନ୍ସ ଜାଲରେ ଫସିଲେ ଜଣେ ମହିଳା ଅଧିକାରୀ। ଜଣଙ୍କ ଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା।ଅଭିଯୋଗ ଅନୁସାରେ, ଫୁଲନଖରା ରେଞ୍ଜ ଅଧୀନରେ ୩ଟି ପ୍ଲାଣ୍ଟେସନ ସାଇଟର ଜୁଲାଇରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ, ଜଗୁଆଳି, ପାଣି ଓ ସାର ବାବଦ ବିଲ ପାସ କରିବା ପାଇଁ ସେ ସେହି ରେଞ୍ଜର ଜଣେ କର୍ମଚାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନ ଦେଲେ ଆଗାମୀ ମାସର ବିଲ ପାସ କରିବେନି ବୋଲି ଧମକ ମଧ୍ୟ ଦେଇଥିଲେ। ଏନେଇ କର୍ମଚାରୀ ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।ଆଜି ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଜବତ କରିଛି। ଅଭିଯୁକ୍ତ ଶ୍ରୀମତୀ ବେହେରାଙ୍କ ନିକଟରୁ ସମ୍ପୂର୍ଣ୍ଣ ୧ ଲକ୍ଷ ଟଙ୍କା ଜବତ କରାଯାଇଛି। ଡେପୁଟି ରେଞ୍ଜର ଶ୍ରୀମତୀ ବେହେରାଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି। ଏହି ସମ୍ପର୍କରେ, ଭିଜିଲାନ୍ସ ସେଲ୍ ପି.ଏସ୍. ମାମଲା ନଂ. ୦୯ ତାରିଖ ୨୮.୧୦.୨୦୨୬ ପି.ସି (ସଂଶୋଧନ) ଆଇନ, ୨୦୧୮ ର ଧାରା ୭ ଅନୁଯାୟୀ ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ଶ୍ରୀମତୀ ବେହେରାଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି। ଘାଟକୁଲା, ନୂଆପଡା, କଟକାରେ ଥିବା ତାଙ୍କ ସରକାରୀ କ୍ୱାର୍ଟର୍ସ ଏବଂ ତାଙ୍କ କ୍ୱାର୍ଟର୍ସ ପାଖରେ ଥିବା କାର୍ଯ୍ୟାଳୟରେ ତଲାସି ଚାଲିଛି।






