ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଉପକୂଳରେ ସମୁଦ୍ରର କରାଳ ରୂପ । ପ୍ରବଳ ପବନ ସାଙ୍ଗକୁ ଉଚ୍ଚ ଉଚ୍ଚ ଜୁଆର ମାଡ଼ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ବିପଦଜନକ ପରିସ୍ଥିତି । ବିଶେଷକରି କାକିନାଡ଼ା ନିକଟସ୍ଥ ଉପ୍ପାଡ଼ା ବେଳାଭୂମି ଅଞ୍ଚଳରେ ସମୁଦ୍ରର ଶକ୍ତିଶାଳୀ ଢେଉ ମାଡ଼ରେ ଉପକୂଳ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ତେବେ ବିଶାଖାପଟ୍ଟମ, ଶ୍ରୀକାକୁଲମ, ବିଜୟନଗରମ, କାକିନାଡ଼ା, ୟାନମ ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ଧରାଶାୟୀ ହୋଇଛି ବିରାଟକାୟ ଗଛ । ବହୁ ସ୍ଥାନରେ ଗଛ ପଡ଼ି ଅବରୋଧ ହୋଇଛି ରାସ୍ତା । ଅନେକ ସ୍ଥାନରେ ଛପର, ହୋର୍ଡିଂ ଉଡ଼ି ପଡ଼ିଛି । କଚା ଘର ଭାଙ୍ଗିଛି ।






