ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଅଧିକ ଘନୀଭୂତ ହୋଇ ଅତି ଭୀଷଣ ସାମୁଦ୍ରିକ ବାତ୍ୟା Very Severe Cyclonic Stormରେ ପରିଣତ ହୋଇଛି। ଏହା ଗୋପାଳପୁରଠାରୁ ଦକ୍ଷିଣରେ ୩୮୦କିମି ଏବଂ ବିଶାଖାପାଟଣା ଠାରୁ ଦକ୍ଷିଣପୂର୍ବ ଦିଗରେ ୩୦୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ୧୨୫ ରୁ ୧୩୫ କିମି ଝଟକା ୧୫୦ କିମି ଯାଏଁ ରହୁଛି ।ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାଜ୍ୟରେ ତିନି ଦିନ ପ୍ରବଳ ବର୍ଷା ଆଶଙ୍କା ରହିଛି । ଆଜି, କାଲି, ୨୮ ଏବଂ ୨୯ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ବାତ୍ୟା ପାଇଁ ଓଡ଼ିଶାର ୬ ଜିଲ୍ଲାରେ ବଢ଼ିଲା ସତର୍କତା! । ଛଅଟି ଦକ୍ଷିଣ ଜିଲ୍ଲାରେ NDRF, ODRAF, ଅଗ୍ନିଶମ ଓ ପୋଲିସ ବାହିନୀକୁ ସଜାଗ ରଖାଯାଇଛି ।ଆସନ୍ତାକାଲି ସକାଳରୁ ରାତି ଯାଏ ପ୍ରକୋପ ସର୍ବାଧିକ ରହିପାରେ ଦକ୍ଷିଣ ଓଡ଼ିଶାରେ। ସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି କରିଛନ୍ତି। ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଗଜପତି , କୋରାପୁଟ ଏବଂ ପୁରୀ ଜିଲ୍ଲାରେ ୨୯ ତାରିଖ ଯାଏ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଆସନ୍ତା ୩୦ ତାରିଖ ଯାଏ ସ୍କୁଲ ଛୁଟି ହୋଇଛି ।






