‘ଅର୍ଣ୍ଣବ’ (Arnab) ନାମକ ବାତ୍ୟାକୁ ନେଇ କେନ୍ଦ୍ର ସରକାର ଚାରିଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ପରେ, ଏହି ବାତ୍ୟା ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରୁଛି। ଫଳରେ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲଙ୍ଗାନା, ଛତିଶଗଡ଼ ଏବଂ ପୁଡୁଚେରୀକୁ ସତର୍କ ଅବସ୍ଥାରେ ରଖାଯାଇଛି।ଏବେ ସୁଦ୍ଧା ୮ ଟ୍ରେନ୍ ବାତିଲ ସହ ୨ଟି ରୁଟ୍ ପରିବର୍ତ୍ତନ କରାଯାଇଛି। ବିଶାଖାପାଟଣା-କିରଣ୍ଡୁଲ୍ ନାଇଟ୍ ଏକ୍ସପ୍ରେସ୍ ୨୯ରୁ ୪ ଯାଏଁ ଉଭୟ ପଟୁ ବାତିଲ ହୋଇଛି । ବିଶାଖାପାଟଣା-କୋରାପୁଟ ପାସେଞ୍ଜରକୁ ୨୭ରୁ ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଛି। ୨୮ରୁ ୩୧ ପର୍ଯ୍ୟନ୍ତ ବାତିଲ୍ ହୋଇଛି କୋରାପୁଟ-ବିଶାଖାପାଟଣା ପାସେଞ୍ଜର। ସେହିଭଳି ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସକୁ ୩୦, ୩୧ରେ ଯିବା ଆସିବା ବାତିଲ୍ କରାଯାଇଛି। ବିଶାଖାପାଟଣା-କିରଣ୍ଡୁଲ୍ ପାସେଞ୍ଜର ୨୭ରୁ ୩୦ ଯାଏଁ ଉଭୟ ପଟୁ ବାତିଲ୍ ହୋଇଛି। ସେହିଭଳି ହୀରାଖଣ୍ଡ ଏକ୍ସପ୍ରେସ୍ ୨୭ରୁ ୩୦ ରାୟଗଡ଼ା ପର୍ଯ୍ୟନ୍ତ ଯିବ । ହୀରାଖଣ୍ଡ ଏକ୍ସପ୍ରେସ୍ ୨୮ରୁ ୩୧ ରାୟଗଡ଼ା ପର୍ଯ୍ୟନ୍ତ ଆସିବ ବୋଲି ଦକ୍ଷିଣ ତଟ ରେଲଓ୍ୱେ ପକ୍ଷରୁ ସୂଚନା ଦିଆଯାଇଛି।






