ସେଲ୍ଫି ନେବା ହେଲା କାଳ। ସେଲ୍ଫି ନେବା ବେଳେ ନଦୀରେ ଖସି ପଡିଲେ ମହିଳାଏପରି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ସ୍ଥିତ ଇନ୍ଦ୍ରାବତୀ ନଦୀ ପୋଲ ନିକଟରେ । ନିଖୋଜ ମହିଳା ଜଣକ ହେଲେ ନବରଙ୍ଗପୁର ସହର ମେଦରୀ ସାହିର ସିରିସା ନାଏକ। ଶୁକ୍ରବାର ବନ୍ୟା ପାଣି ଦେଖିବାକୁ ପରିବାର ସହ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ନିକଟକୁ ଆସିଥିଲେ କିନ୍ତୁ ସେଲ୍ଫି ନେବା ବେଳେ ଗୋଡ ଖସି ଯିବାରୁ ସେ ନଦୀରେ ଖସି ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ନଦୀରେ ଅକାତକାତ ପାଣି ଏବଂ ଅନ୍ଧାର ହୋଇଯାଇଥିବାରୁ କାଲି ରାତିରେ ଉଦ୍ଧାର ସମ୍ଭବ ହୋଇନଥିଲା । ଆଜି ପୁଣି ସକାଳୁ ରେସ୍କ୍ଯୁ ଅପରେସନ ଜାରି ରହିଛି ।






