୨୨ରେ ପୁଣି ଲଘୁଚାପ। ବଢ଼ିବ ବର୍ଷାର ପ୍ରକୋପ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାରି ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା ଓଡ଼ିଶା ଦେଇ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା ପ୍ରଭାବରେ ଓଡ଼ିଶାରେ ପାଗରେ ପରିବର୍ତ୍ତନ ଆସିଛି । ତେବେ ଲଘୁଚାପ ଯିବା ସତ୍ତ୍ବେ ଓଡ଼ିଶା ଉପରେ ଏବେ ବି ବର୍ଷା ସମ୍ଭାବନା ରହିଛି ।୨୨ରେ ପୁଣି ଲଘୁଚାପ। ବଢ଼ିବ ବର୍ଷାର ପ୍ରକୋପ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାରି ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା ଓଡ଼ିଶା ଦେଇ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା ପ୍ରଭାବରେ ଓଡ଼ିଶାରେ ପାଗରେ ପରିବର୍ତ୍ତନ ଆସିଛି । ତେବେ ଲଘୁଚାପ ଯିବା ସତ୍ତ୍ବେ ଓଡ଼ିଶା ଉପରେ ଏବେ ବି ବର୍ଷା ସମ୍ଭାବନା ରହିଛି ।ପ୍ରବଳ ବର୍ଷା ପାଇଁ ଆଜି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ଏଥିସହ ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି ।






