ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଏକ ସାଧାରଣ ଅଭିଯୋଗ ଶୁଣାଣି ଆୟୋଜନ କରିଛନ୍ତି। ଫଳରେ ନାଗରିକମାନଙ୍କୁ ସେମାନଙ୍କ ସମସ୍ୟା ଉପରେ ସିଧାସଳଖ ତାଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ମିଳିବ।ଆଜିର ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇ କହିଛନ୍ତି , ଆଜି ୧୬ ଭିନ୍ନକ୍ଷମ , ଜଟିଳ ରୋଗରେ ପୀଡିତଙ୍କୁ ତ୍ୱରିତ ସହାୟତା ମିଳିଛି । ୧୬ ଜଣଙ୍କୁ ସିଙ୍ଗଲ ୱିଣ୍ଡୋରେ ୧୪ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଛି । ୨୦୨୪ ଜୁଲାଇ ୧ରୁ ଆଜି ଯାଏଁ ୨ ଲକ୍ଷ ୬୯ ହଜାର ଅଭିଯୋଗ ଆସିଛି । ଏଥିମଧ୍ୟରୁ ୨ ଲକ୍ଷ ୩୩ ହଜାର ସମାଧାନ ହୋଇଛି, ଯାହା ୮୭% ସଫଳତା ହୋଇଛି । ପ୍ରତିଟି ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ବଜାରରେ ନକଲି ପନିର ବିକ୍ରି ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସିବା ପରେ ଏନେଇ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଆଗାମୀ ଦିନରେ ରାଜ୍ୟରେ ଚଢ଼ାଉ ଜୋରଦାର କରାଯିବ । ଯେଉଁଠାରେ ପନିର ତିଆରି ହେଉଛି ସେଠାରେ ମଧ୍ୟ ଚଢ଼ାଉ କରାଯିବ । ରାଜ୍ୟରେ ସୁସ୍ଥ ଖାଦ୍ୟର ବାତାବରଣ ତିଆରି କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।। ଗତ ୭ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ବିଶେଷକରି ନକଲି ପନିର ଓ ଅନ୍ୟ ନକଲି ଖାଦ୍ୟ ସାମଗ୍ରୀର ଉତ୍ପାଦନ ଏବଂ ବିକ୍ରି ଉପରେ ନଜର ରଖାଯାଉଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି । ସନ୍ଦେହଜନକ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଯାଉଛି । ନିୟମ ଉଲ୍ଲଂଘନ କରି ନକଲି କିମ୍ବା ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ନିୟମାନୁସାରେ କଠୋର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀନକଲି ସ୍ପଷ୍ଟ କରିଛନ୍ତି ।






