ଅଗଷ୍ଟ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଅଗଷ୍ଟ ମାସରେ ପାଖାପାଖି 14 ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ରବିବାର ଓ ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ସାମିଲ ଅଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଛୁଟିଦିନ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସୂଚନା ଦେବା ପାଇଁ ଏକ ବିସ୍ତୃତ ମାସିକ ଛୁଟି ତାଲିକା ପ୍ରକାଶ କରିଛି ।
ତେବେ ସାପ୍ତାହିକ ଛୁଟିଦିନର ତାଲିକା ( ସାରା ଦେଶରେ ପ୍ରଯୁଜ୍ୟ): ଅଗଷ୍ଟ ୨୦୨୬ରେ ବ୍ୟାଙ୍କ ଛୁଟି
ଅଗଷ୍ଟ 2,9,16,23,30:ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ 8,22: ଦ୍ୱିତୀୟ ଶନିବାର (ସାପ୍ତାହିକ ଛୁଟି)
ଅଗଷ୍ଟ 4 (ମଙ୍ଗଳବାର): କେର ପୂଜା ପାଇଁ ତ୍ରୀପୁରାରେ ବ୍ୟାଙ୍କ ବନ୍ଦ ରହିବ
ଅଗଷ୍ଟ 13 (ଗୁରୁବାର): ପାଟ୍ରିୟୋର୍ଟ୍ସ ଡେ'(Patriots Day) ପାଇଁ ମଣିପୁରେ ବ୍ୟାଙ୍କ ବନ୍ଦ ରହିବ
ଅଗଷ୍ଟ 15 (ଶନିବାର): ସ୍ବାଧୀନତା ଦିବସ ପାଇଁ ସାରା ଭାରତରେ ବ୍ୟାଙ୍କ ବନ୍ଦ ରହିବ
ଅଗଷ୍ଟ 19 (ବୁଧବାର): ମହାରାଜା ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୁରଙ୍କ ଜୟନ୍ତୀ ପାଇଁ ତ୍ରୀପୁରାରେ ବ୍ୟାଙ୍କ ବନ୍ଦ ରହିବ
ଅଗଷ୍ଟ 25 (ମଙ୍ଗଳବାର):ମିଲାଦ-ଉନ-ନବି ଏବଂ ପ୍ରଥମ ଓନମ ଅବସରରେ କେରଳ ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ 26 (ବୁଧବାର):ଇଦ୍-ଇ-ମିଲାଦ ଏବଂ ଥିରୁଭୋନାମ୍ ଅବସରରେ ଦିଲ୍ଲୀ ଏନସିଆର, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର ସମେତ ଅନେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ
ଅଗଷ୍ଟ 28 (ଶୁକ୍ରବାର): ରକ୍ଷାବନ୍ଧନ ଓ ଶ୍ରୀନାରାୟଣ ଗୁରୁ ଜୟନ୍ତୀ ଅବସରରେ ଗୁଜରାଟ, ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ କେରଳ ସମେତ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ
ଓଡ଼ିଶାରେ ବ୍ୟାଙ୍କ ଛୁଟି:ତେବେ ଅଗଷ୍ଟ ମାସରେ ଓଡ଼ିଶାରେ ମାତ୍ର 8 ଦିନ ବ୍ୟାଙ୍କ ବନ୍ଦ ରହିବ । 5ଟି ରବିବାର, ଦ୍ବିତୀୟ ଓ ଚତୁର୍ଥ ଶିନବାର ସହ ଅଗଷ୍ଟ 15 (ସ୍ବାଧୀନତା ଦିବସ) ଦିନ ବ୍ୟାଙ୍କ ସେବା ବନ୍ଦ ରହିବ ।






