ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନି ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଭାରତ ବିଶ୍ୱବ୍ୟାପୀ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ସମୟରେ ଜିଓର୍ଜିୟା ମେଲୋନି କହିଥିଲେ, “ମୁଁ ଭାବୁଛି ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ଜିୟା ମେଲୋନି ଏହି ମାସର ଆରମ୍ଭରେ ଫୋନ ଯୋଗେ କଥା ହୋଇଥିଲେ, ପାରସ୍ପରିକ ସ୍ବାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଉଭୟ ନେତା ଯଥାଶୀଘ୍ର ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବାର ଆବଶ୍ୟକତା ଉପରେ ସହମତ ହୋଇଥିଲେ।






