ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭୟଙ୍କର ବନ୍ୟାରେ ଲୋକଙ୍କ ଘରଦ୍ୱାର ଭାଙ୍ଗି ଜୀବନଜୀବିକା ଉଜୁଡ଼ିଯାଇଛି। ହେଲେ ବନ୍ୟା ବିପନ୍ନ ଲୋକେ ପାଣିଘରରେ ରହି ଦୁର୍ଦ୍ଦଶା ଜୀବନ କାଟୁଛନ୍ତି।ଗଞ୍ଜାମ ପୁରୁଷୋତ୍ତମପୁର ଠାରେ ଖଲ୍ଲିକୋଟ ବିଧାୟକଙ୍କୁ ଆକ୍ରମଣ । ବେକରେ ଗାମୁଛା ପକାଇ ଟାଣି ନେଲେ ଉତ୍ତ୍ୟକ୍ତ ଲୋକେ ।ଦୀର୍ଘ ତିନିଦିନ ପରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଭାଜପାର ରାଜ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ପୁରୁଷୋତ୍ତମପୁର ଏନ୍ଏସିର କୁମାରୀ ଗ୍ରାମକୁ ଆସିଥିବାବେଳେ ଲୋକେ ଘେରିଯାଇ ଭୋଟ୍ ନେଲାବେଳେ ବାରମ୍ବାର ଆସି ବିଭିନ୍ନ ପ୍ରତିଶ୍ରୁତି ଦେଉଛ ମାତ୍ର ଏହି ବିପତ୍ତି ସମୟରେ କୁଆଡ଼େ ଯାଉଛ ବୋଲି କହି ବିଭିନ୍ନ ପ୍ରଶ୍ନ କରିଥିଲେ। ଫଳରେ ଏହାକୁ ନେଇ ଉଭୟ ବିଧାୟକ ଓ ଲୋକଙ୍କ ମଧ୍ୟରେ ବହୁ ଯୁକ୍ତିତର୍କ ହୋଇଥିଲା। ବେକରେ ଗାମୁଛା ପକାଇ ଟାଣି ନେଇଥିଲେ ଉତ୍ତ୍ୟକ୍ତ ଲୋକେ ।





