ରାଜ୍ୟସଭା ନିର୍ବାଚନ, ହାଇକୋର୍ଟ ଗଲା ବିଜୁ ଜନତା ଦଳ । ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ବିଜେଡିର ରିଟ୍ ପିଟିସନ ଦାଖଲ ।ରାଜ୍ୟସଭା ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ୮ ସଦସ୍ୟ ଭୋଟ ଦେଇଥିଲେ । ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ ଦେଇଥିବାରୁ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦଳ ପିଟିସନ ଦାଖଲ କରିଥିଲା ବିଜେଡି । କିନ୍ତୁ ଟେକ୍ନିକାଲ ଗ୍ରାଉଣ୍ଡରେ ବାଚସ୍ପତି ପିଟିସନକୁ ଖାରଜ କରିଥିଲେ । ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେଡି ରିଟ ପିଟିସନ ଦାଖଲ କରିଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ଅନ୍ୟପଟେ ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି, ମୁଁ କୌଣସି ଦଳର ନୁହେଁ । କାଗଜ କଲମରେ ମୁଁ ବିଜେଡିରେ ଅଛି । ମୁଁ ପାଟକୁରାର ସେବା ପାଇଁ ଲାଗିଛି । କିଏ କୋର୍ଟକୁ ଗଲେ ମୁଁ ଚିନ୍ତିତ ନୁହେଁ । ଯିଏ ଯାହା କରିବା କଥା କରନ୍ତୁ । ମୋର କୌଣସି ଅସୁବିଧା ନାହିଁ ।






