ରାଜଧାନୀରେ ଚାଞ୍ଚଲ୍ୟ । ପାର୍କରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ପାର୍କରେ ପିଙ୍ଗି ପୋଡ଼ିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ମଞ୍ଚେଶ୍ୱର ଥାନା କେଳୁଚରଣ ପାର୍କରୁ ଏହି ଅଜଣା ମୃତଦେହ ଉଦ୍ଧାର ହୋଇଛି । ମୃତଦେହରେ ପୋଡ଼ା ଚିହ୍ନ ରହିଥିବା ବେଳେ ଯୁବକଙ୍କ ପିନ୍ଧା ପୋଷାକ ମଧ୍ୟ ଜଳିଯାଇଛି। ହତ୍ୟା ପରେ ପରିଚୟ ଓ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପୋଡ଼ି ଦିଆଯାଇଛି କି, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ମୃତକଙ୍କ ପରିଚୟ ଏବଂ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବା ପରେ ହିଁ ଘଟଣା ଉପରୁ ପରଦା ହଟିବ।





