ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ୨୦୨୬ ଶେଷ ସୁଦ୍ଧା ତାଣ୍ଡବ ରଚିବ ବାତ୍ୟା । ଗୋଟିଏ ନୁହେଁ ୩ଟି ବ୍ୟାକ୍ ଟୁ ବ୍ୟାକ୍ ବାତ୍ୟା ଆଣିବ ପ୍ରଳୟ । ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ଶକ୍ତିଶାଳୀ ବାତ୍ୟାର ସାମ୍ନା କରିବ ଦେଶ । ୮୩ ପ୍ରତିଶତରୁ ଅଧିକ ରହିବ ତୀବ୍ରତା । ଭାରତୀୟ ମହାକାଶ ଗବେଷଣା ସଂଗଠନ ଚେତାବନୀକୁ ନେଇ ବାତ୍ୟା ଭୟ ବଢିଛି । ଏହା ଭୟ ନା ଆଲର୍ଟ ଏମିତି କିଛି ପ୍ରଶ୍ନ ଉଠିଛି ।ଇସ୍ରୋର ମଡେଲ କହୁଛି ଯେ, ଅକ୍ଟୋବରରୁ ଡିସେମ୍ୱର ମଧ୍ୟରେ ଭାରତ ମହାସାଗରରେ ସୃଷ୍ଟି ହେବ ତିନୋଟି ସାଇକ୍ଲୋନ । ଯାହାର ପାଓୱାର ଡିସିପେସନ ଇଣ୍ଡେକ୍ସ ଏକ କୋଟି ଉପରେ ରହିବ । ଅର୍ଥାତ ଏହାର ବଳ ଅଧିକ। ସରଳ ଭାଷାରେ କହିଲେ ଅଧିକ ପିଡିଆଇ ଅର୍ଥ ଅଧିକ ଭୟାନକ । ଗତ ୪୪ ବର୍ଷ ମଧ୍ୟରେ ଆସିଥିବା ବାତ୍ୟାଠୁ ବି ବେଶି ଶକ୍ତିଶାଳୀ । ଝଡ଼ର ଶକ୍ତି ପୂର୍ୱ ତୁଳନାରେ ୮୩ ପ୍ରତିଶତ ଅଧିକ ରହିବ। ଏହି ସବୁ ଭାରତ ମହାସାଗରର ଉତ୍ତରରେ ସୃଷ୍ଟି ହେବ।ଏହି ଆକଳନ ପ୍ରସ୍ତୁତ କରିବା ପାଇଁ ପାଣିପାଗ ଏବଂ ସମୁଦ୍ର ସହିତ ଜଡ଼ିତ ପାଖାପାଖି ୪୦ ବର୍ଷର ତଥ୍ୟକୁ ନିଆଯାଇଛି । ଏଥିରେ ବାୟୁମଣ୍ଡଳ ଏବଂ ସମୁଦ୍ରର ବିଭିନ୍ନ ଅବସ୍ଥା ବିଷୟରେ ସୂଚନା ସାମିଲ ଅଛି ।






