ବିଲରେ ବଉଳା କୁମ୍ଭୀର। ମାଛ ଧରିବା ପାଇଁ ବାସଯାଇଥିବା ଲଞ୍ଜାରେ ପଡିଲା ୬ ଫୁଟର ବଉଳା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋଲା ଗାଁ ଚାଷ ଜମିରେ ବର୍ଷାପାଣି ଜମି ରହିଛି । ଲୋକେ ମାଛ ଧରିବା ପାଇଁ ଗତକାଲି ରାତିରେ ଜମି ର ଶେଷ ମୁଣ୍ଡରେ ଲଞ୍ଜା ବସାଇଥିଲେ । ଆଜି ସଖାଳୁ ସେଥିରେ ଏକ ବିରାଟ ବଉଳା କୁମ୍ଭୀର ପଶିଥିବାର ଦେଖି ଲୋକେ ଭୟଭୀତ ହୋଇଯାଥିଲେ । ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି କୁମ୍ଭୀର ଟିକୁ ଉଦ୍ଧାର କରିଛି।ମାଛ ଖାଇବା ପାଇଁ କୁମ୍ଭୀରଟି ଚାଷ ଜମିକୁ ଆସିଥିବା କୁହାଯାଉଛି । ବାରମ୍ବାର ରାଜନଗର ଅଂଚଳରେ କୁମ୍ଭୀର ପ୍ରାଦୃର୍ଭାବ ବଢ଼ିବାରେ ଲାଗିଛି । କେତେବେଳେ ଗାଁ କେନାଲ ତ ଆଉ କେତେବେଳେ ଲୋକଙ୍କ ପୋଖରୀ ମଧ୍ୟରେ କୁମ୍ଭୀର ପଶି ଲୋକଙ୍କୁ ଆତଙ୍କିତ କରୁଛି । ଚାଷ ଜମିରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ । ଚାଷ ଜମିରେ ପାଣି ଭର୍ତ୍ତି ହୋଇ ରହିଥିବାରୁ ଲୋକେ କୁମ୍ଭୀରକୁ ଦେଖିବା ପରେ ଜମି ମଧ୍ୟକୁ ଯିବାକୁ ଭୟ କରୁଛନ୍ତି ।






