ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଟିକାର ପଡ଼ା ପଞ୍ଚାୟତ କୁଯିବର ଗ୍ରାମରେ ଚାଲିଛି ବେଆଇନି ବାଲିଘାଟ। ରାଜ୍ୟର ଲଘୁ ଖଣିଜ ସଂପଦ ପାଇଁ ସ୍ବତନ୍ତ୍ର ଆଇନି ରହିଛି କିନ୍ତୁ କାର୍ଯକାରି ନାହିଁ। ଫଳରେ ଦିନରାତି ମାଫିଆଙ୍କ ଲଘୁ ଖଣିଜ ସଂପଦ ଲୁଟ କରି ମାଲେ ମାଲ୍ ହେଉଛନ୍ତି ବାଲି ମାଫିଆ କିନ୍ତୁ ସରକାର ରାଜସ୍ୱ ହରାଉଛନ୍ତି । ଅଲଗା ଦିନେ ବାଲି ମାଫିଆ ମାନେ ବାଲି ଉଠାଉ ଥିବା ବେଳେ ବର୍ଷା ଦିନେ ନଦୀରୁ ମଧ୍ୟ ବାଲି ଡଙ୍ଗା ମାଧ୍ୟମରେ ଉଠାଉଛନ୍ତି।

କୌଣସି ସରକାରୀ କାଗଜ ନ ଥାଇ , ବାଲି ମାଫିଆ କିଛି ଭ୍ରଷ୍ଟ ଅଫିସର୍ ଓ ରାଜନେତା ଙ୍କୁ ଧରି ଖୋଲାଖୋଲି ଭାବେ ଚାଲିଛି ବାଲି ଲୁଟ୍, ହଁ ଆଜ୍ଞା ଏ ସବୁ ଆମେ କହୁନୁ , ଆସନ୍ତା ଅଗଷ୍ଟ ମାସରେ କୁଜିବର ବାଲିଘାଟ କୁ ଚଢ଼ାଉ କରି, ସିଜ୍ କରିଥିଲା ମାଇନ୍ସ ବିଭାଗ ଓ କେସ ହୋଇଥିବା ବେଳେ, ପୁଣି କିଭଳି ଭାବେ ଚାଲିଛି ବାଲି ଲୁଟ୍, ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା ଆଦି ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇ ଲୋକେ ନାଇ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିନ୍ତୁ ଏପଟେ ବେଧଡକ ଭାବେ ବାଲି ମାଫିଆ ରାଜସ୍ବ ଲୁଟି ଚାଲିଛନ୍ତି ।
ଏହା ପୁଣି କିଛି ଭ୍ରଷ୍ଟ ଅଫିସର୍ ଓ ରାଜନେତା ଙ୍କୁ ଧରି।ଏପଟେ କୁଜିବର ନୂଆ ହୋଇଥିବା ନଦୀବନ୍ଧ ଓ ସଡ଼କ ସବୁ ଖରାପ୍ ଅବସ୍ଥାରେ ପହଞ୍ଚିଲାଣି , ଯଦି ବେ ଆଇନି ବାଲିଘାଟ କୁ ନେଇ ଗ୍ରାମବାସୀ ଅଭିଯୋଗ କରୁଛନ୍ତି ତେବେ ବାଲି ମାଫିଆ ମାନେ ଗୁଣ୍ଡା ଗର୍ଦି କରି , ସେମାନଙ୍କୁ ଅସଭ୍ୟ ବେବହାର ଦେଖାଉଛନ୍ତି , ଏବେ ସାଧାରଣ ରେ ଆଲୋଚନା ର ବିଷୟ ଯେ ଏଠି ବାଲି ଘାଟ ବନ୍ଦ କରିବା ପରେ କାହା ଇଙ୍ଗିତରେ ଚାଲିଲା ବାଲିଘାଟ । ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା । https://www.facebook.com/share/v/19gkJ7WPiR






