ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ ଅନ୍ତର୍ଜାତୀୟ ଲିଙ୍କ ଥିବା ସନ୍ଦେହ କରଯାଉଛି। ଏସଟିଏଫ ଏହାର ତଦନ୍ତ କରୁଛି । ମୂଳ ଖୋଜିବାକୁ କିଛି ସମୟ ଲାଗିବ । ଖୁବ ଶୀଘ୍ର ଦୋଷୀ ଧରାପଡ଼ିବେ । ପ୍ରାଥମିକ ସ୍ତରରେ ରାଜ୍ୟରେ ଯେଉଁମାନେ ଏଥିରେ ଜଡ଼ିତ ଥିଲେ ଧରା ପଡିଛନ୍ତି । ତାଙ୍କର ଲିଙ୍କ୍ କେତେ ଦୂର ଯାଏଁ ଥିଲା, ତାର ଖୋଳତାଡ଼ ଚାଲିଛି । ଏସଟିଏଫ ଓ Wildlife Crime Control Bureau- WCCB ଏହାର ତଦନ୍ତ କରୁଛି । ବିଭିନ୍ନ ରାଜ୍ୟ ଯାଇ ସେଠାରେ ତଦନ୍ତ କରାଯାଉଛି । ଏ ତଦନ୍ତ ପାଇଁ ମାସେରୁ ଅଧିକ ସମୟ ମଧ୍ୟ ଲାଗିପାରେ ।ଏପରି କି ସବୁ ଓରାଙ୍ଗଉଟାନ ସୁସ୍ଥ ଥିବାବେଳେ ସମସ୍ତଙ୍କ ଯତ୍ନ ନିଆଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।ଓରାଙ୍ଗଉଟାନକୁ ରକ୍ତହୀନତା ବା ଆନିମିଆ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । ଜଣକୁ ଅଧିକ ମାତ୍ରାରେ ଓ ଅନ୍ୟ ଦୁଇ ଜଣକୁ ସାମାନ୍ୟ ଭାବେ ରକ୍ତ ହୀନତା ଦେଖାଯାଇଛି । ବାକି ଦୁଇ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଉଛି । ତେବେ ଫଳମୂଳ ସମେତ ଓରାଙ୍ଗଉଟାନମାନଙ୍କୁ ଆଇରନ ସପ୍ଲିମେଣ୍ଟସ୍ ଦିଆଯାଉଛି ।






