ରାଜ୍ୟରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟାକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି ଏକ ବଡ଼ ତଥ୍ୟ। ଓଡ଼ିଶାର ବିଭିନ୍ନ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀ ଚାକିରି ଆଶାରେ ନିଜ ନାମ ପଞ୍ଜୀକରଣ କରି ଅପେକ୍ଷା କରିଛନ୍ତି। ବିଧାନସଭା ଗୃହରେ ପ୍ରଶ୍ନୋତ୍ତର କାଳରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଏହି ସମ୍ପର୍କିତ ଏକ ଉତ୍ତର ରଖି ସରକାରୀ ହିସାବ ପ୍ରଦାନ କରିଛନ୍ତି।ସରକାରୀ ତଥ୍ୟ ଅନୁଯାୟୀ, ୨୦୨୬ ମେ’ ୩୧ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ‘ଲାଇଭ୍ ରେଜିଷ୍ଟର’ରେ ମୋଟ ୧୩,୭୯,୪୨୭ ଜଣ ଯୁବକଯୁବତୀ ନିଜର ନାମ ପଞ୍ଜୀକରଣ କରିଛନ୍ତି। ଏହି ସଂଖ୍ୟା ରାଜ୍ୟରେ ବେକାରୀ ସମସ୍ୟାର ସାଂଘାତିକ ଚିତ୍ରକୁ ପଏଣ୍ଟ କରୁଥିବା ବେଳେ ପ୍ରତିବର୍ଷ ଶିକ୍ଷା ଶେଷ କରୁଥିବା ଅନେକ ଯୁବପିଢ଼ି ନିଯୁକ୍ତି ପାଇଁ ସଂଗ୍ରାମ କରୁଥିବା ସ୍ପଷ୍ଟ ହୋଇଛି।






