Author: sanitelevision

ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିବା ଯୁବତୀ ଜଙ୍ଗଲରୁ ଉଦ୍ଧାର ମାମଲାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସର୍ଜନ ଡନସନା, ପ୍ରହଲ୍ଲାଦ ଦାସ ଓ ଜୟକୃଷ୍ଣ ଡନସନା । ସର୍ଜନ ଓ ପ୍ରହଲ୍ଲାଦ ବିଜେପୁର ବ୍ଲକ ପୁଟକା ଗାଁର ହୋଇଥିବା ବେଳେ, ଜୟକୃଷ୍ଣ ଜଗଦଳପୁର ଡ଼ୁମାଭଟା ଗାଁର ବୋଲି ପୋଲିସ କହିଛି ।ତେବେ ଏଯାଏ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଧରିବାରେ ଅସଫଳ ହୋଇଛି। ଘଟଣାର ଅଧିକ ତଦନ୍ତ ଚାଲିଛି ଏବଂ ଏହି ମାମଲାରେ ଅନ୍ୟ ଯେଉଁମାନଙ୍କ ସମ୍ପୃକ୍ତି ରହିଛି, ସେମାନଙ୍କୁ ଧରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି |ଗତ ୧୨ ତାରିଖରେ ଧନୁଯାତ୍ରା ଦେଖିବାକୁ ଯାଇ ବରଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀ ଆଉ ଘରକୁ ଫେରିନଥିଲେ। ପରିବାରବର୍ଗ ଥାନାରେ ନିଖୋଜ ଏତଲା ଦେଇଥିଲେ ମଧ୍ୟ ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ନ ଥିଲା। ଫଳରେ ୩୬ ଘଣ୍ଟା ପରେ ଯୁବତୀଙ୍କୁ ପରିବାରବର୍ଗ…

Read More

ଆସନ୍ତା ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ ବନାମ ଇଂଲଣ୍ତ ଦିନିକିଆ କ୍ରିକେଟ ମ୍ୟାଚ୍ । ଏହି ବହୁ ପ୍ରତିକ୍ଷିତ ମ୍ୟାଚ ପାଇଁ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଟିକେଟ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଓସିଏ । ତେବେ ଦୁଇ ବର୍ଷର ବ୍ୟବଧାନ ପରେ ବାରବାଟୀରେ ବାଜିବ ଯୁଦ୍ଧଭେରୀ । ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଏହି ମ୍ୟାଚ ପାଇଁ ହାତରେ କମ ସମୟ ବାକି ଥିବାବେଳେ ମ୍ୟାଚ୍ ପ୍ରସ୍ତୁତି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ଷ୍ଟାଡିୟମର ବାହାର ପାର୍ଶ୍ବ ସହିତ ଖେଳାଳିଙ୍କ ଡ୍ରେସିଂ ରୁମ, ମ୍ୟାଚ ରେଫ୍ରିଙ୍କ ପ୍ରକୋଷ୍ଠ, ପ୍ରେସ ବକ୍ସ, ଏସି ବକ୍ସ ଓ କର୍ପୋରେଟ ବକ୍ସଗୁଡ଼ିକରେ ଆବଶ୍ୟକ ମୁତାବକ ପରିବର୍ତ୍ତିନ ମଧ୍ୟ କରାଯାଉଛି । ତେବେ ଅନଲାଇନ ଓ ଅଫଲାଇନ ବା କାଉଣ୍ଟରରେ କେତେ ଲେଖାଏଁ ଟିକେଟ ବିକ୍ରି କରାଯିବ, କେଉଁ ବ୍ୟାଙ୍କକୁ ଟିକେଟ…

Read More

କଟକ ଏସସିବିରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ । କାଜୁଆଲଟି ମେଡିକାଲ ଅଫିସରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।ଖବର ଅନୁଯାୟୀ, , ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ତିନି ଜଣ ଏସସିବି କାଜୁଆଲିଟ ଆସିଥିଲେ । କୁକୁର କାମୁଡ଼ାରେ ଆହତ ହୋଇ ଚିକିତ୍ସା ପାଇଁ ଆସିଥିଲେ। ସେମାନଙ୍କର ଚିକିତ୍ସା ମଧ୍ୟ କରାଯାଇଥିଲା, କିନ୍ତୁ ସେମାନେ କାର୍ଯ୍ୟରତ ଡାକ୍ତରଙ୍କୁ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। । ଯାହାକୁ ନେଇ ରୋଗୀ ସଂପର୍କୀୟଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ଏହାସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ପାଇଁ ଚେତାବନୀ ଦେଇଛନ୍ତି । ଯଦି ଆଗାମୀ ଦିନରେ କଠୋର କାର୍ଯ୍ୟାନୁଷ୍ଠ ନହୁଏ, ତେବେ ଡାକ୍ତରମାନେ ଆନ୍ଦୋଳନର ଧମକ ଦେଇଛନ୍ତି ।

Read More

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆରଜି କର ମାମଲାରେ ସୋମବାର ଦଣ୍ଡ ଘୋଷଣା କରାଯାଇଛି। କୋର୍ଟ ତାଙ୍କ ରାୟ ଶୁଣାଇ ଦୋଷୀ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଏବଂ ଅନ୍ୟମାନଙ୍କ ଚୂଡ଼ାନ୍ତ ବୟାନ ଶୁଣିବା ପରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଦିନ ୨ଟା ୪୫ ସମୟରେ ସିଆଲଦା କୋର୍ଟ ନିଜ ରାୟ ଶୁଣାଇ ଦୋଷୀ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ରେ ରହିବ ସଞ୍ଜୟ। ଏଥିସହ ଦୋଷୀ ଉପରେ ୫୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ଅଦାଲତ। । ତେବେ ସରକାର ଅଭୟାଙ୍କ ପରିବାରକୁ କ୍ଷତିପୂରଣ ଦେବେ ବୋଲି ମଧ୍ୟ ଘୋଷଣା କରାଯାଇଛି । ଦୁଇଟି ପର୍ଯ୍ୟାୟରେ ମୋଟ 17 ଲକ୍ଷ ଟଙ୍କା ଦେବେ । ପ୍ରଥମ ପର୍ଯ୍ୟାୟରେ 10 ଲକ୍ଷ ଏବଂ ଦ୍ବିତୀୟ ପର୍ଯ୍ୟାୟରେ 7 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନେଇ ଘୋଷଣା କରାଯାଇଛି ।

Read More

ଗତ ଜୁଲାଇରେ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି ପରେ, ଅନେକ ଲୋକ ସେମାନଙ୍କର ଦ୍ୱିତୀୟ ସିମ ରଖିବା ପାଇଁ କଷ୍ଟକର ଅନୁଭବ କରୁଛନ୍ତି। ତେବେ ଟିଆର୍‌ଏଆଇ(TRAI) ନିୟମାବଳୀ ଏହି ଦ୍ୱିତୀୟ ସିମ୍‌ଗୁଡ଼ିକୁ ସକ୍ରିୟ ରଖିବାର ପ୍ରକ୍ରିୟାକୁ ସରଳ କରିଛି।ଯଦି ଏକ ସିମ କାର୍ଡ ୯୦ ଦିନରୁ ଅଧିକ ସମୟ ପାଇଁ ବ୍ୟବହାର କରାଯାଏ ନାହିଁ, ତେବେ ଏହାକୁ ନିଷ୍କ୍ରିୟ ବୋଲି ବିବେଚନା କରାଯାଏ। ଏହାର ଅର୍ଥ ପ୍ରାୟ ତିନି ମାସ ଯଦି ସିମ ୯୦ ଦିନ ପାଇଁ ନିଷ୍କ୍ରିୟ ରହିଥାଏ ଏବଂ ତଥାପି ପ୍ରିପେଡ ବାଲାନ୍ସ ରହିଥାଏ, ତେବେ ସିମ ସକ୍ରିୟକରଣକୁ ଆହୁରି ୩୦ ଦିନ ପାଇଁ ବୃଦ୍ଧି କରିବା ପାଇଁ ୨୦ ଟଙ୍କା କଟାଯିବ। ଯଦି ବାଲାନ୍ସ ପର୍ଯ୍ୟାପ୍ତ ନ ଥାଏ, ତେବେ ସିମ ନିଷ୍କ୍ରିୟ ହୋଇଯିବ

Read More

୨୪ ରୁ ଆରମ୍ଭ ହେବ ପିଏମ ସର୍ଭେ ଏନେଇ ସୂଚନା ଦେଇଛନ୍ତି ପଂଚାୟତରାଜମନ୍ତ୍ରୀ ରବି ନାୟକ ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ ୨୪ ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର | ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ହିତାଧିକାରୀ ଆବେଦନ କରିପାରିବେ। ଦେଢ଼ମାସରୁ ୨ ମାସ ଆବାସ ସର୍ଭେ କାର୍ଯ୍ୟ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ଆବାସ ସଂଖ୍ୟା ୨ରୁ ୩ କୋଟିକୁ ବଢ଼ିଛି। ଓଡ଼ିଶାକୁ ଅଧିକ ମିଳିବା ଆଶା ରଖାଯାଇଛି। ବାପାଠୁ ଭିନ୍ନ ହୋଇଥିବା ପୁଅ, ସ୍ବାମୀଠୁ ଅଲଗା ଥିବା ସ୍ତ୍ରୀ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିପାରିବେ। ମୋବାଇଲ ଆପ୍ଲିକେସନ ‘ଆୱାସ ପ୍ଲସ’ ମାଧ୍ୟମରେ ସାନି ସର୍ଭେ କରି ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି । ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜାରି ରହିବ…

Read More

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଂଚଳରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୮ମାସର ଗର୍ଭବତୀ ଖୁଡିକୁ ସମ୍ପର୍କୀୟ ପୁତୁରା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।ଏପରିକି ଗର୍ଭବତୀ ଖୁଡି ଜଣକ ପୁତୁରାକୁ ପ୍ରତିବାଦ କରିବା ସମୟରେ ଅତି ନିର୍ମମ ଭାବେ ଖୁଡିକୁ କାଠ ଫାଳିଆରେ ପିଟିବା ସହ ଗର୍ଭବତୀ ମହିଳାଙ୍କ ଶରୀରକୁ ବାରମ୍ବାର ଲାତ ଗୋଇଠା ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।ଶେଷରେ ଅମାନୁଷିକ ପୁତୁରା ଘୋଷାରି ଘୋଷାରି ଗର୍ଭବତୀ ଖୁଡିକୁ ନେଇ ନିଜର ଯୌନ ଲାଳସା ପୂରଣ କରିଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ତେବେ ପୀଡିତାଙ୍କ ସ୍ୱାମୀଙ୍କ କହିବା ମୁତାବକ, ସମ୍ପର୍କୀୟ ପୁତୁରା ଦ୍ୱାରା ଲହୁ ଲୁହାଣ ହେବା ପରେ ପିତ୍ନୀଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲରେ ସେ ଭର୍ତି କରାଇଥିଲେ । କିନ୍ତୁ ଗର୍ଭବତୀ ଥିବାରୁ ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ…

Read More

ମହାବଳ ବାଘୁଣୀ ଜୀନତ୍‌ର ପିଛା କରୁଛି ଏକ ଝାଡ଼ଖଣ୍ଡୀ ମହାବଳ ବାଘ। ଗତ ଡିସେମ୍ବର ମାସରେ ଜୀନତ୍ ଯେଉଁ ରାସ୍ତା ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଯାଇଥିଲା ସେହି ରାସ୍ତାରେ ହିଁ ବାଘଟି ଓଡ଼ିଶାମୁହାଁ ହେବାରେ ଲାଗିଛି।ଜୀନତ୍‌ର ପଦଚିହ୍ନ, ମଳ ପଡ଼ିଥିବା ରାସ୍ତାରେ ସେ ପଶ୍ଚିମବଙ୍ଗର ପୁରୁଲିଆ, ବାଙ୍କୁଡ଼ା, ବନ୍ଦୱାନ, ରାଇକା ପାହାଡ଼, ଗଙ୍ଗାମାନ୍ନା ଜଙ୍ଗଲ, ଝାଡ଼ଖଣ୍ଡର ଗୋବରଘୁସି ହୋଇ ଏବେ ଜାମଢ଼ି ଜଙ୍ଗଲରେ ଘୂରି ବୁଲୁଛି। ଏହି ଅଞ୍ଚଳରେ ୩ଟି ଗାଈ ଓ ଦୁଇଟି ଛେଳି ଶିକାର ବି କରିସାରିଲାଣି। ପାଖାପାଖି ୪ଟି ଜିଲ୍ଲାର ୨୨୦୦ ବର୍ଗ କିମି ସେ ଘୁରିବୁଲିଥିବାବେଳେ ଝାଡଖଣ୍ଡର ଚାନ୍ଦିଲି ମଣ୍ଡଳ କିମ୍ବା ଡାଲମା ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଏହି ବାଘ ଆସିଥିବା ଅନୁମାନ କରାଯାଉଛି । ଗୁରୁବାର ଦିନ ରାଇକା-ଭାରାରିଆ ପାହାଡରେ ମହାବଳକୁ ଦେଖିବାକୁ ପାଇଥିଲେ ସ୍ଥାନୀୟ ଅଂଚଳର ଲୋକ । ଶୁକ୍ରବାର ଦିନ ବନ୍ଧୱାନ-କୁଲିପାଳ ରୋଡ ନିକଟ ବାଙ୍କୁଡା ସୀମାନ୍ତରେ ମହାବଳକୁ ଦେଖିବାକୁ ମିଳିଥିଲା…

Read More

ଆଜିଠାରୁ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।ତେବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଯୋଗ ଦେବାକୁ ଆମେରିକା ଯାଇଛନ୍ତି ମୁକେଶ ଆଉ ନୀତା ଅମ୍ବାନୀ । ଯେଉଁଥିରେ ତାଙ୍କୁ ଏକ ରାତ୍ରି ଭୋଜନରେ ସାମିଲ ହେବାକୁ ପ୍ରଥମେ ନିମନ୍ତ୍ରଣ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ଏକ କ୍ୟାଣ୍ଡେଲ ଲାଇଟ୍ ଡିନରରେ ଭାରତର ଏହି ଧନୀ ଦମ୍ପତ୍ତି ସାମିଲ ହେଇଥିଲେ । ଯେଉଁଠି ସେ ଟ୍ରମ୍ପଙ୍କ ସହିତ ଏହି ଫଟୋ ଉଠାଇଛନ୍ତି ।ଟ୍ରମ୍ପ ଶପଥ ନେବା ପରେ, ତାଙ୍କ ନୂଆ ପ୍ରଶାସନ ସହିତ ଜଡିତ ଲୋକମାନେ ମଧ୍ୟ ସେମାନଙ୍କର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ,…

Read More

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ହାଡ଼ ଭଙ୍ଗା ଶୀତର ଲହରି ସହ ତୁଷାରପାତ ହୋଇଛି । ୫ ଡଗ୍ରୀ ତଳକୁ ଖସିଛି ପାରଦ । ବ୍ଲକର ବିଭିନ୍ନ ଜାଗାରେ ତୁଷାର ପାତ ହୋଇଛି । ହାଡ ଭଙ୍ଗା ଶୀତରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି ସକାଳର ଦୈନନ୍ଦିନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେଉଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ରହିବ। ୪ ଦିନ କଲବଲ କରିବ ଘନ କୁହୁଡି। ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା। ସୃଷ୍ଟି ହୋଇପାରେ ଜିରୋ ଭିଜିବିଲିଟି ପରିସ୍ଥିତି। ଘାଟି ଅଞ୍ଚଳରେ ଧିମା ଗତିରେ ଗାଡି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୭ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।ଆସନ୍ତା ଦୁଇ ଦିନ ରାଜ୍ୟରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ସୋମବାର ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କୋରାପୁଟ…

Read More