Author: sanitelevision

ଅଦିନିଆ ବର୍ଷା କ୍ଷୟକ୍ଷତି। ପାଞ୍ଚ ଦିନ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବ ଆର୍ଥିକ ସହାୟତା। ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି।ଜଳସେଚିତ ଜମିକୁ ହେକ୍ଟର ପିଛା ୧୫ ହଜାର କ୍ଷତିପୂରଣ ଦିଆଯିବା ନେଇ ମନ୍ତ୍ରୀ କହିଛନ୍ତି । ତେବେ ଚାଷୀଙ୍କୁ ପ୍ରଦାନ କରାଯିବ ୨୯୨ କୋଟିର କ୍ଷତିପୂରଣ ରାଶି। ଏହି ଅର୍ଥ ଅନଲାଇନରେ ଜିଲ୍ଳାପାଳମାନଙ୍କୁ ଦିଆ ସରିଲାଣି । ଦୁଇ ଦିନ ହେଲା ସହାୟତା ରାଣି ଚାଷୀଙ୍କୁ ବଣ୍ଟନ ଆରମ୍ଭ ହେଲାଣି। ପାଞ୍ଚ ଦିନ ଭିତରେ ରାଜସ୍ୱ ବିଭାଗର ଅର୍ଥ ରାଶି କ୍ଷତିପୂରଣ ଭାବେ ପହଞ୍ଚିଯିବ। ୧୪ ଜିଲ୍ଲାରେ କ୍ଷତି ହୋଇଥିବା ବେଳେ ୨ ଜିଲ୍ଲାରେ ଆଶିଂକ କ୍ଷତି ମଧ୍ୟ ହୋଇଛି ।ପୁରୀରେ ସର୍ବାଧିକ କ୍ଷତି ହୋଇଥିବା ବେଳେ ତା ପଛକୁ ଗଂଜାମ ଜିଲ୍ଲା ରହିଛି । ଧାନ, ପରିବା, ଚିନାବାଦାମ, କପା ବି ନଷ୍ଟ ହୋଇଛି । ପ୍ରାୟ ୬ ଲକ୍ଷ ୬୬ ହଜାର ୭୨୦ ଚାଷୀ…

Read More

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ। ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ। ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।ଆସନ୍ତା ୮ରୁ ୧୦ ତାରିଖ ଯାଏଁ ରାଜଧାନୀରେ ପ୍ରବାସୀ ମହାକୁମ୍ଭ ପାଇଁ ମହା ଆୟୋଜନ । ଭୁବନେଶ୍ବର ଜନତା ମଇଦାନରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏଥିପାଇଁ ଓଡ଼ିଶାରେ ପହଞ୍ଚିବାକୁ ଲାଗିଲେଣି ପ୍ରବାସୀ ଭାରତୀୟମାନେ । ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ସାଧାରଣ ଦିନରେ ସାଢ଼େ ୫ଟା ଯାଏ ରାଜ୍ୟ ସଂଗ୍ରହାଳୟ ଖୋଲା ରହେ। କିନ୍ତୁ ପ୍ରବାସୀ ଭାରତୀୟ ଦିବସ ରହିଥିବାରୁ ରାତିରେ ମଧ୍ୟ ମ୍ୟୁଜିୟମ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Read More

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ପ୍ରେସ କନଫରେନ୍ସ ଜରିଆରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଫେବ୍ରୁଆରୀ ୫ ତାରିଖରେ ପଡିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ । ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିବ । ଏହାପରେ ଫେବ୍ରୁଆରୀ ୮ ତାରିଖରେ ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ ।ରାଜଧାନୀ ଦିଲ୍ଲୀରେ ୧ କୋଟି ୫୫ ଲକ୍ଷରୁ ଅଧିକ ଭୋଟର ଅଛନ୍ତି । ଦିଲ୍ଲୀ ବିଧାନସଭା ପାଇଁ ଆପ-ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ।ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ୧୫ ଫେବୃଆରୀ ୨୦୨୫ରେ ଶେଷ ହେବ । ଏହାପୂର୍ବରୁ ବିଧାନସଭା ଗଠନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ବିଧାନସଭା ନିର୍ବାଚନ ୨୦୨୦ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ଆମ ଆଦମୀ ପାର୍ଟି…

Read More

ବାଘ ଆଳୁ ନୁହଁ ଯେ ମମତା ସରକାର ରଖିଦେବେ । ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କ ଏହି ଅଭିଯୋଗ ପରେ ରାଗିଲେ ମମତା । ବାଘ ଉଦ୍ଧାର ନେଇ ଓଡିଶା ସରକାର ଓ ବନ ବିଭାଗକୁ କଲେ ଟାର୍ଗେଟ ।ମମତା କହିଥିଲେ, ଗୋଟିଏ ବାଘ ୫ଟା ଜଙ୍ଗଲ ବୁଲିଲା, ୫ଟା ଜିଲ୍ଲା ବୁଲିଲା । ୫ ଦିନ ଲୋକ ଆତଙ୍କିତ ରହିଲେ, ସ୍କ୍ଲୁଲ ବନ୍ଦ ରହିଲା I ଯେମିତି ଦିନରାତି ପରିଶ୍ରମ କରି ଆମ ବନ ବିଭାଗ ଉଦ୍ଧାର କଲା । ସଙ୍ଗେ ସଙ୍ଗେ ଫୋନ୍ ଆସିବା ଆରମ୍ଭ ହୋଇଗଲା । ସଙ୍ଗେ ସଙ୍ଗେ କହିଲେ ଫେରେଇଦିଅ I ଆଉ ଦେଇଦେଲୁ I ତମର ବାଘ ଆସିଛି, ତମ ଜଙ୍ଗଲ ବିଭାଗ ଦେଖିବା କଥା I ତମ ଜଙ୍ଗଲରେ ତମେ ତାକୁ ସୁରକ୍ଷିତ ରଖିବ I ତମର ବାଘ ଆସିକି ଏଠି ଆମ ଗାଁରେ ବୁଲୁଛି I ମୁଁ ସିଏସ୍‌ଙ୍କ ମାଧ୍ୟମରେ ଓଡ଼ିଶା…

Read More

HMPV ଭାଇରସକୁ ନେଇ ଆଲର୍ଟରେ ରାଜ୍ୟ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ବୈଠକ । ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସାମିଲ ଅଛନ୍ତି। HMPV କୁ ନେଇ ସତର୍କ ରହିବାକୁ ପରାମର୍ଶ । ଭୟଭୀତ ନ ହେବା ପାଇଁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । HMPV ଓ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ହେଉଛି ଆଲୋଚନା । ଏହି ଭାଇରସକୁ ୨୦୦୧ ମସିହାରୁ ଚିହ୍ନଟ କରାଯାଇଥିଲା । ଏହା ସିଜିନାଲ ଭାଇରସ୍ , ଭୟ କରନ୍ତୁ ନାହିଁ। ବାହାରୁ ଆସିଥିବା ରୋଗୀଙ୍କ ଦେହରେ ଏହା ଦେଖାଯାଇନାହିଁ। ଯେଉଁଠି ଭାଇରସ ଦେଖାଯାଇଛି ସେଠି ଗାଇଡଲାଇନ ଜାରି ହୋଇଛି। ଆମ ରାଜ୍ୟରେ ଭାଇରସ୍ ଦେଖାଯାଇନାହିଁ । ଭୁବନେଶ୍ବର ଏମ୍ସରେ ଏହାର ଟେଷ୍ଟ କରାଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।କୋଭିଡ-୧୯ ଭଳି ଲକ୍ଷଣ ଏଚ୍‌ଏମ୍‌ପିଭିରେ ବି ଦେଖା ଦେଉଛି। ତେବେ ସମଦାୟ ୭ ଟି ମାମଲା…

Read More

ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଗାମୀ ତିନି ଦିନି ଦିନରେ ୩ ରୁ ୫ ଡିଗ୍ରୀ ଖସିବ। ଆଜି ରାତିରେ ଫୁଲବାଣୀ ଓ କୋରାପୁଟ ରେ ପାରଦ ସବୁଠୁ କମ୍ ବା ୧୧ ଡିଗ୍ରୀ ରହିବ। ଢେଙ୍କାନାଳ ଓ ରାଉରକେଲାରେ ୧୨ ଡିଗ୍ରୀ ରହିପାରେ। ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି।ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଏହାପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଡିସେମ୍ବରରେ ଦକ୍ଷିଣ ଉପଦ୍ଵୀପରେ ହୋଇଥିବା ବର୍ଷା ୨୩ ବର୍ଷରେ ସର୍ବାଧିକ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ର ୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି, ଫୁଲବାଣୀରେ ୮, ଦାରିଙ୍ଗବାଡ଼ିରେ ୮.୫, ସିମିଲିଗୁଡ଼ାରେ ୫.୯, କୋରାପୁଟରେ ୯.୪ ଓ ରାଉରକେଲାରେ…

Read More

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଓଡିଶାକୁ ଦେଇଛନ୍ତି ଆଳୁ ଝଟକା। ପୁଣି ମମତା ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଛନ୍ତି। ଫଳରେ ରାଜ୍ୟର ବିଭିନ୍ନ ବଜାରରେ ଆଳୁ ଦର ବୃଦ୍ଧି ପାଇଛି। ଗତ ୪ଦିନ ହେଲା ପଶ୍ଚିମବଙ୍ଗ ସରକାର ସୀମାନ୍ତରେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁ ନଥିବାରୁ ରାଜ୍ୟ ମଧ୍ୟକୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନାହିଁ। ଉତ୍ତର ପ୍ରଦେଶରୁ ଆଳୁ ଆସୁଥିଲେ ମଧ୍ୟ ସେଠାରୁ ଆଳୁ ପହଞ୍ଚିବାରେ ବିଳମ୍ବ ହେବା ସହ ପରିବହନ ଖର୍ଚ୍ଚ ଅଧିକ ଦେବାକୁ ପଡୁଛି। ଏହି କାରଣରୁ କିଛିଦିନର ବ୍ୟବଧାନ ପରେ ଆଳୁ ଦର ପୁଣି ବୃଦ୍ଧି ପାଇଛି। ବେପାରୀ ମନଇଛା ଚଢ଼ା ଦରରେ ଆଳୁ ବିକ୍ରି କରୁଛନ୍ତି।ଆଇଗିଣିଆ ଆଳୁ ଗଦିରେ ଉତ୍ତରପ୍ରଦେଶ ଆଳୁ କୁଇଣ୍ଟାଲ୍ ପିଛା ୨୪ଶହ ଟଙ୍କା ଏବଂ ପଶ୍ଚିମବଙ୍ଗ ଆଳୁ କୁଇଣ୍ଟାଲ୍ ୨୫ଶହ ଟଙ୍କା ରହିଛି। ପାଇକାରୀ ମୂଲ୍ୟ ୨୪ରୁ ୨୫ ଟଙ୍କା ଥିବାବେଳେ ଖୁଚୁରାରେ ଆଳୁ କି.ଗ୍ରା. ୪୦ଟଙ୍କାରେ ବିକ୍ରି…

Read More

କମ୍ପିବ ପରିବେଶ। ରଙ୍ଗୀନ ହେବ ସନ୍ଧ୍ୟା। ବିଭିନ୍ନ କୋଣରୁ ଶୁଭିବ ସଙ୍ଗୀତର ଝଙ୍କାର। ନୃତ୍ୟରେ ନାଚିବ ସହର । ବିଶ୍ୱ ଦେଖିବ ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟ। ସେଥିଲାଗି ପୂରା ପ୍ରସ୍ତୁତ ରାଜଧାନୀ ଭୁବନେଶ୍ୱର।ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ। ଏନେଇ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ। ଏପରିକି ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ, କୋଣାର୍କ, ଚିଲିକାରେ ବୁଲିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ କିଛି ପ୍ରବାସୀ ଭାରତୀୟ ଚିଲିକା ମଙ୍ଗଳାଯୋଡ଼ିରେ ପହଞ୍ଚି ଥିବା ଦେଖିବାକୁ ମିଳିଛି। ପ୍ରବାସୀ ଭାରତୀୟମାନେ ପ୍ରାୟ ୩୦ଟି ଡଙ୍ଗାରେ ମଙ୍ଗଳାଯୋଡ଼ିରେ ବୁଲିବା ସହ ପ୍ରକୃତିର ମଜା ନେଉଛନ୍ତି।ସେପଟେ ପୁରୀ ବେଳାଭୂମିରେ ଗୁଡ଼ି ଉତ୍ସବ ଏବଂ ପଲ୍ଲିଶ୍ରୀ ମେଳା। ପ୍ରବାସୀ ଭାରତୀୟ ଦିବସ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ଭୁବନେଶ୍ବରରେ ପହଞ୍ଚିଛନ୍ତି । ସୋମବାର ରାତି ସୁଦ୍ଧା ୨ ଶହ ପ୍ରବାସୀ…

Read More

ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ଯାତ୍ରା। ପୁଣି ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ । ବଲାଙ୍ଗିର ଦେଓଗାଁ ବ୍ଲକ ଖଇରଗୁଡା ଗାଁ ର ବଡ଼ଖଳା ଓ ସାନ ଖଳାରେ ହଜାର ହଜାର ପଶୁପକ୍ଷୀ ବଳି ପଡିଛି।ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳନ ହୁଏ ଶୁଳିଆ ଯାତ୍ରା। ଏହା କନ୍ଧ ଆଦିବାସୀ ମାନଙ୍କ ଆଦି ପରମ୍ପରା ଓ ପୂଜା। ଏଥିରେ ପ୍ରକୃତିକୁ ପୂଜା କରାଯାଇଥାଏ । ଗତ କିଛି ବର୍ଷ ହେବ ବଳି ପ୍ରଥାକୁ ନେଇ ବିବାଦ ଲାଗି ରହିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆଉ ଆଦିବାସୀଙ୍କ ପରମ୍ପରାରେ କେହି ହସ୍ତକ୍ଷେପ କରୁନାହାନ୍ତି । ଫଳରେ ବଳି ରୋକିବାକୁ ଆଉ କିଛି ପଦକ୍ଷେପ କିମ୍ବା କଟକଣା ନାହିଁ । କେବଳ ଶାନ୍ତି ଶୃଙ୍ଖଳା ପାଇଁ ଜଣେ ଅତିରିକ୍ତ SP, ଚାରିଜଣ DSP, ଇନିସ୍ପେକ୍ଟର, ASI, ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଓ ହୋମଗାର୍ଡ ମୁତୟନ ହୋଇଛନ୍ତି । ଗତରାତିରେ ନିଶି…

Read More

ନର୍ଲାରୁ ଦିଲ୍ଲୀ ଓ ପରେ ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଥିଲା ମହାଠକେଇର ମାୟାଜାଲ । ଅତି ଚତୁରତାର ସହ କୋଟି କୋଟି ଟଙ୍କାର ଚୁନା ଲଗାଉଥିଲେ । ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ସାଂଘାତିକ ରାକେଟ୍ ଓ ଠୁଳ କରିଥିଲେ କୋଟି କୋଟି ଟଙ୍କା। ତେବେ ଆଜି ବଣ୍ଟି ବିବଲି ଅନିଲ ମହାନ୍ତି ଓ ହଂସିକା ଅଭିଲିପ୍ସାଙ୍କ ଘରେ ଆୟକର ବିଭାଗ । ୧୨ଟି ସ୍ଥାନରେ ଏକକାଳୀନ ରେଡ ମାରୁଛି ଆଇଟି । ଘର, ଅଫିସ ସମେତ ଆକାଉଣ୍ଟ ଟ୍ରାଞ୍ଜାକ୍ସରର ଚାଲିଛି ଖୋଳତାଡ଼ । ନଗଦ ଦାମୀ ଗାଡ଼ି କିଣିଥିବା ହଂସିକାଙ୍କ ଆକାଉଣ୍ଟରୁ ମିଳିଛି ପ୍ରମାଣ । ଅନୀଲଙ୍କ HDFC ଓ ICICI ବ୍ୟାଙ୍କରେ ଆର୍ଥିକ କାରବାର ସମ୍ପର୍କରେ ତଦନ୍ତକାରୀ ଟିମକୁ ତଥ୍ୟ ମିଳିଛି । ହଂସିତାଙ୍କୁ ବିଜିନେସ ପାର୍ଟନର ବୋଲି ପରିଚୟ ଦେଇଥିଲେ ଅନୀଲ। ଗୋଟିଏ ପଟେ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ED…

Read More