ଶଳାକୁ ପଥରରେ ଛେଚି ହତ୍ୟା । ଭୁବନେଶ୍ୱର ସହିଦନଗର ଥାନା ତାରିଣୀ ବସ୍ତିରେ ହତ୍ୟାକାଣ୍ଡ ।ପରକୀୟା ପ୍ରୀତି ସନ୍ଦେହରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ପଠାଣି ସାହୁ । ସୂଚନା ଅନୁଯାୟୀ, ସ୍ତ୍ରୀ ଆଉ କାହ ସହ ସମ୍ପର୍କ ସନ୍ଦେହରେ ଶଳା ସହ ଭିଣୋଇର କଳି ହୋଇଥିଲା । ରାତି ଅଧରେ ଶଳା ଓ ଭିଣୋଇଙ୍କ ମଧ୍ୟରେ ଗଣ୍ଡଗୋଳ ନେଲା ଉଗ୍ରରୂପ । ଶଳାକୁ ପଥରରେ ଛେଚି ହତ୍ୟା କରିଛି ଭିଣୋଇ । ଘଟଣାସ୍ଥଳରେ ହିଁ ଶଳାଙ୍କ ମୃତ୍ୟୁ ହୋଇଛି ।ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି ।ଏହି ଘଟଣା ପରେ ତାରିଣୀ ବସ୍ତିରେ ଶୋକର ଛାୟା ଖେଳିଯାଇଛି।






