ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭାରତର ଟି-୨୦ ଟିମର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ପରିବାରଙ୍କୁ ଭେଟିଛନ୍ତି । ଏହି ସମୟରେ ଦୁହିଁଙ୍କ ମଧ୍ୟରେ କ୍ରିକେଟ ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।ଏହି ସମୟରେ ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବିଷା ଏବଂ ଝିଅ ରିଦ୍ଧିମା ମଧ୍ୟ ଉପସ୍ଥିତ ଥିଲେ। ଏହି ସାକ୍ଷାତର ଏକ ଭିଡିଓ ଶେୟାର କରି ପ୍ରଧାନମନ୍ତ୍ରୀ କ୍ୟାପସନରେ ଲେଖିଛନ୍ତି: ‘ଦୀପାବଳିର ଉତ୍ସବମୁଖର ପରିବେଶ ମଧ୍ୟରେ ‘ରାମ’ ଓ ‘ସରଯୂ’ ଆସି ପହଞ୍ଚିଛନ୍ତି। ଏହା ଦୀପାବଳିର ପରିବେଶକୁ ଆହୁରି ପବିତ୍ର ଓ ଦିବ୍ୟ କରିଦେଇଛି।’ସାକ୍ଷାତ ସମୟର ଫଟୋରେ ସୂର୍ଯ୍ୟକୁମାର ଯାଦବ ୨୦୨୬ ଟି-୨୦ ବିଶ୍ୱକପରେ ଭାରତର ବିଜୟରେ ମିଳିଥିବା ସ୍ୱର୍ଣ୍ଣ ପଦକ ସହ ନଜର ଆସିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ସେହି ପଦରକୁ ନିଜ ହାତରେ ଧରିଥିଲେ ।






