ମୁମ୍ବାଇରୁ ଏକ ବଡ଼ ଏବଂ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି । ବଲିଉଡର ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ପ୍ରସିଦ୍ଧ ବଙ୍ଗଳା ‘ଜଲସା’ ଏବଂ ଦେଶର ଅନ୍ୟତମ ପ୍ରମୁଖ ଅଦାଲତ ବମ୍ବେ ହାଇକୋର୍ଟକୁ ବମରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି । ତେବେ ଜଲସା ବଙ୍ଗଳାରେ ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ।। ଏହି ସମସ୍ତ ସ୍ଥାନରେ ପୋଲିସ ଯାଞ୍ଚ କରିଥିଲେ ମଧ୍ୟ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଧମକପୂର୍ଣ୍ଣ ଇ-ମେଲ୍ଟି କେଉଁଠାରୁ ଆସିଛି, କିଏ ପଠାଇଛି ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଆସିଥିବା ଏହି ଇମେଲ୍ରେ କେବଳ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ଜଲସା’ କିମ୍ବା ବମ୍ବେ ହାଇକୋର୍ଟ ନୁହେଁ, ବରଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE), ୱର୍ଲି ରେସକୋର୍ସ ଭଳି ପ୍ରମୁଖ ସ୍ଥାନଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।ଅକ୍ଟୋବର ୩୧ରେ ଏକ ସ୍କୁଲରେ ଗ୍ରେନେଡ୍ ଆକ୍ରମଣ କରିବାକୁ ଧମକ ଦିଆଯାଇଥିବା ବେଳେ ଅକ୍ଟୋବର ୩୧ରୁ ନଭେମ୍ବର ୨୭ ମଧ୍ୟରେ ଅମିତାଭଙ୍କ ଜୁହୁସ୍ଥିତ ବାସଭବନକୁ ଟାର୍ଗେଟ୍ କରିବା ନେଇ ଉଲ୍ଲେଖ ରହିଥିଲା। ଏଥିସହ ନଭେମ୍ବର ୨୭ରେ ମହାଲକ୍ଷ୍ମୀ ରେସକୋର୍ସ ଅଞ୍ଚଳରେ ଗାୟକ ଦିଲଜିତ୍ ଦୋସାଞ୍ଜଙ୍କ କନସର୍ଟ ସମୟରେ ଆକ୍ରମଣ ହୋଇପାରେ ବୋଲି ଧମକ ଦିଆଯାଇଥିଲା।






