ରାଜ୍ୟରେ ବନ୍ୟା ସ୍ଥିତି ସଙ୍କଟଜନକ ରୂପ ନେଇଛି। ବିଶେଷ କରି ମାଲକାନଗିରି ତୁଳନାରେ ଏଥର ଗଞ୍ଜାମ ଓ ଗଜପତି ଜିଲା ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଗଞ୍ଜାମ ଜିଲାରେ ୪୩ ହଜାରରୁ ଅଧିକ ଲୋକ ବନ୍ୟାଜଳ ଘେରରେ ଫସି ରହିଥିବା ବେଳେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଗତ ୨୪ ଘଣ୍ଟାରେ ବର୍ଷା କମିବା ଆଶ୍ୱସ୍ତି ଆଣିଛି । ୧ ଅକ୍ଟୋବରରୁ ୩୦ ଅକ୍ଟୋବର ମଧ୍ୟରେ ଓଡ଼ିଶାରେ ୧୩୨ ମିଲିମିଟର ବର୍ଷା ହୋଇଛି । ସ୍ଵାଭାବିକ ବର୍ଷା ଠୁ ୧୮.୭ ପ୍ରତିଶତ ଅଧିକ। ତିନି ଦିନ ମଧ୍ୟରେ ଅଧିକ ବର୍ଷା ହୋଇଛି । ଗଞ୍ଜାମରେ ତିନି ଦିନ ମଧ୍ୟରେ ୧୧୮ ପ୍ରତିଶତ ବର୍ଷା ହୋଇଛି । ଗଞ୍ଜାମରେ ୨୨ ବ୍ଲକ୍ ପ୍ରଭାବିତ ହୋଇଛି । ୪୩ ହଜାର ଲୋକ ପ୍ରଭାବିତ ହୋଇଛି । ୨୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୫୨ ରିଲିଫ ସେଣ୍ଟରରେ ଅଛନ୍ତି । ୭୨ ଗାଁ ପ୍ରଭାବିତ ହୋଇଥିବା ବେଳେ ୯ ଟି ଗାଁ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି । କୋଷ୍ଟଗାର୍ଡ ହେଲିକପ୍ଟର ଜରିଆରେ ସ୍ଥାନାନ୍ତରଣ କରଯାଇଛି ।ଯେଉଁ ଅଞ୍ଚଳରେ ଡଙ୍ଗା ଚଳାଚଳ ସମ୍ଭବ, ସେଠାରେ ବୋଟ୍ ମାଧ୍ୟମରେ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରମୁଖ ରାସ୍ତାଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଯୋଗାଯୋଗ ବ୍ୟବସ୍ଥା ଶୀଘ୍ର ସ୍ୱାଭାବିକ ହୋଇପାରିବ।ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। । ୨ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।






