କୋକେଇ ବନ୍ଧା ସରିଥିଲା, ଶ୍ମଶାନକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ କୋକେଇରୁ ମୃତଦେହ ଉଠାଇଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପାଟଣା ଗାଁରେ।ଖେଳୁଥିବା ବେଳେ ଅସୁସ୍ଥ ହୋଇଥିଲେ ପାଟଣା ଗାଁର କିଶୋର ରଣାଙ୍କ ୧୪ ବର୍ଷୀୟ ପୁଅ ଆଦିତ୍ୟ ରଣା । ତୁରନ୍ତ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ସଂଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା । ମେଡିକାଲ୍ କର୍ତ୍ତୃପକ୍ଷ ଶବ ବ୍ୟବଚ୍ଛେଦ ନକରି ସିଧାସଳଖ ଘରକୁ ପଠାଇଥିଲେ ।
ତେବେ ଶବ ଘରକୁ ଆସିଲା ପରେ ପିଲାର ପାଟିର ଫେଣ ବାହାରୁଥିଲା ପରିବାର ଲୋକଙ୍କ ମନରୁ ସନ୍ଦେହ ହେବାରୁ ପୁଣି ଶବ କୋକେଇରେ ଶ୍ମଶାନ ଯିବାକଥା କିନ୍ତୁ ପୁଣି ଥରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ବର୍ତ୍ତମାନ ଶବ ବ୍ୟବଚ୍ଛେଦ ଗୃହରେ ଥିବା ବେଳେ ଏନେଇ ପରିବାର ଲୋକ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଆଜି ବ୍ୟବଛେଦ ପରେ ଅନ୍ତିମ କ୍ରିୟା ସମାପନ ହେବ ବୋଲି ଜଣାପଡିଛି।






