ରାଜଧାନୀରେ ମହିଳା ଅତିଥିଙ୍କୁ ଦୁଷ୍କର୍ମ ଉଦ୍ୟମ । ହୋଟେଲ ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ରାଜ୍ୟ ବାହାରର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲା ହୋଟେଲ ମ୍ୟାନେଜର ଜୟନ୍ତ କୁମାର ନାୟକ । ଗିରଫ କଲା କମିଶନରେଟ୍ ପୋଲିସ୍ । ଭରତପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ବେଙ୍ଗଲରୁ ଆସିଥିବା ଜଣେ ମହିଳା ଗ୍ରାହାକ ଅସୁସ୍ଥ ଥିବା ନେଇ ରିସେପ୍ସନକୁ ଫୋନ୍ ଆସିଥାଲା । ଏହି ସୁଯୋଗରେ ଗେଷ୍ଟ ରୁମରେ ପହଂଚିଥିଲେ ମ୍ୟାନେଜର । ଏକୁଟିଆ ଦେଖି ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ପୋଲିସକୁ ଫୋନ୍ କରି ସୂଚନା ଦେଇଥିଲେ । ଘଟଣା ଘଟାଇ ହୋଟେଲରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ମ୍ୟାନେଜର । ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରିଛି ପୋଲିସ ।






