ରାଜଧାନୀରୁ ନକଲି ଆଇଏଏସ୍ ଗିରଫ କରିଛି ସହିଦ ନଗର ଥାନା । ଗିରଫ ଠକ ନାଁ ବରଦା ସୁଧୀର । ନିଜକୁ କଲେକ୍ଟର ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ଅଭିଯୁକ୍ତ ନକଲି ଆଇଏଏସ୍ । ଫେକ୍ ଆଇଡି ଦେଖାଇ ଦେଖାଇ ବ୍ରାଣ୍ଡେଡ୍ ଜିନିଷ, ଚଷମା, ଜୋତା କିଣିବା ସହ ଷ୍ଟାର ହୋଟେଲରେ ରହୁଥିଲା ।ରୂପାଲି ଅଞ୍ଚଳର ଏକ ଚଷମା ଦୋକାନରୁ ଦାମୀ ଚଷମା କିଣିବା ପରେ ଟଙ୍କା ଦେଇନଥିଲା ଅଭିଯୁକ୍ତ । ଟଙ୍କା ମାଗିବାରୁ ନିଜକୁ ବଡ଼ ଅଧିକାରୀ ବୋଲି ପରିଚୟ ଦେଇ ଧମକ ଦେବା ସହ ପ୍ରଭାବ ଖଟାଇବାକୁ ଚେଷ୍ଟା କରିଥିଲା । ଖବର ପାଇ ସହିଦନଗର ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ଯାଞ୍ଚ ବେଳେ ସବୁ ପରିଚୟ ନକଲି ବୋଲି ଜଣାପଡ଼ିବା ପରେ ତାକୁ ଗିରଫ କରାଯାଇଛି । ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ପୂର୍ବରୁ ମଧ୍ୟ ନକଲି UPI ଏବଂ ଅନ୍ୟାନ୍ୟ ଠକେଇ ମାମଲାରେ ଜେଲ ଯାଇସାରିଛି । ଜାମିନରେ ଆସିବା ପରେ ପୁଣି ଥରେ ନୂଆ ପରିଚୟ ନେଇ ଠକେଇ ଜାଲ ବିଛାଇଥିଲା ।






