ବର୍ତ୍ତମାନ କେନ୍ଦ୍ର ସରକାରBS6ଇଞ୍ଜିନ୍ ଥିବା ଗାଡ଼ିଗୁଡ଼ିକ ପାଇଁ ‘ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍’ ର ବୈଧତା ୧ ବର୍ଷରୁ ବୃଦ୍ଧି କରି୩ ବର୍ଷକରିବା ନେଇ ବିଚାର କରୁଛନ୍ତି। ୧ ଏପ୍ରିଲ୍ ୨୦୨୦ ପରେ କିଣାଯାଇଥିବା ଯାନବାହାନ ପାଇଁ ଏହି ନିୟମ ଲାଗୁ ହେବ, କିନ୍ତୁ ପୁରୁଣା ଗାଡ଼ିଗୁଡ଼ିକ ପାଇଁ ନିୟମ ଆହୁରି କଡ଼ାକଡ଼ି କରାଯିବ।ନୂଆ ବ୍ୟବସ୍ଥା ଅନୁଯାୟୀ, ଗାଡ଼ିର ପ୍ରଦୂଷଣ ମାନକ ଏବଂ ବୟସ ଅନୁଯାୟୀ ପିୟୁସିସିର ବୈଧତା ସ୍ଥିର କରାଯିବ। ପୁରୁଣା ଗାଡ଼ିଗୁଡ଼ିକୁ ଏବେ ଅଧିକ ଥର ପଲ୍ୟୁସନ ଚେକ୍ କରିବାକୁ ପଡ଼ିବ।କେନ୍ଦ୍ର ସରକାର ୨୦୨୦ ରେ BS-V କୁ ବାଦ୍ ଦେଇ ସିଧାସଳଖ BS-VI ଲାଗୁ କରିଥିଲେ, କାରଣ ଏହି ଗାଡ଼ିଗୁଡ଼ିକ ପରିବେଶ ପାଇଁ ବହୁତ ସୁରକ୍ଷିତ। ପୁରୁଣା BS-IV ଗାଡ଼ି ତୁଳନାରେ ଏଗୁଡ଼ିକ୮୨% କମ୍ ପାର୍ଟିକ୍ୟୁଲେଟ୍ ମ୍ୟାଟର୍ଏବଂ୨୫% କମ୍ ନାଇଟ୍ରୋଜେନ୍ ଅକ୍ସାଇଡ୍ନିର୍ଗତ କରିଥାଏ। ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ପରିବେଶ ଅନୁକୂଳ ଇଞ୍ଜିନ୍ ଯୋଗୁଁ ନୂଆ ଗାଡ଼ିଗୁଡ଼ିକୁ ବାରମ୍ବାର ପଲ୍ୟୁସନ ଚେକ୍ କରିବାରୁ କୋହଳ କରିବାକୁ ସରକାର ପ୍ରସ୍ତୁତି କରୁଛନ୍ତି। ତେବେ ଏହି ନିୟମ କେବେ ଲାଗୁ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନି।






