ତାମିଲନାଡୁର ଗ୍ୟାସ୍ ଲିକ୍ ଦୁର୍ଘଟଣା ପୁଣି ଥରେ ଓଡ଼ିଶା ପାଇଁ ଦୁଃଖଦ ଖବର ଆଣିଛି। ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲ୍ଲାର ଜାମୁନି ଜୁଆଙ୍ଗଙ୍କ ମୃତ୍ୟୁ ହୋଇଛି ।ପୂର୍ବରୁ କେନ୍ଦୁଝରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜାମୁନିଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି ।ଅନ୍ୟପଟେ, ଏବେ ବି ୪ ଜଣ ଓଡ଼ିଆ ଶ୍ରମିକ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।






