ଚେନ୍ନାଇରେ ପହଁଚିଲେ ଓଡିଶା ଟିମ୍ । ଚେନ୍ନାଇରେ ଘଟିଥିବା ଗ୍ୟାସ ଲିକ୍ ଘଟଣା ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଟିମ୍ ଚେନ୍ନାଇରେ ପହଞ୍ଚିଥିବା ସୂଚନା ମିଳିଛି। ଟିମର ନେତୃତ୍ୱ ନେଉଛନ୍ତି ଶ୍ରମ ଓ ଇଏସଆଇ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ରାଜେଶ ଅଗ୍ରୱାଲା । ସଚିବଙ୍କ ସୂଚନା ଅନୁଯାୟୀ, ‘‘ଜଣେ ମୃତ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଗତକାଲି ରାତିରେ ଚେନ୍ନାଇକୁ ଅଣାଯାଇଥିବାବେଳେ ଆଜି ବ୍ୟବଚ୍ଛେଦ କରାଯିବ। ଏହି ପ୍ରକ୍ରିୟାକୁ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଟିମ୍ର ସଦସ୍ୟ ଏମ୍.ଏମ୍. ପାଇକ ଚେନ୍ନାଇରେ ରହି ଯୁଗ୍ମ ଶ୍ରମ ଆୟୁକ୍ତ ଓ ସରକାରୀ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି। ବ୍ୟବଚ୍ଛେଦ ସହ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବାକୁ ଉଦ୍ୟମ ଜାରି ରହିଛି’’।ଏତତ୍ ବ୍ୟତୀତ ପ୍ରାୟ ୧୩୦ ଜଣ ଶ୍ରମିକଙ୍କୁ ନିକଟସ୍ଥ ଏକ ମଣ୍ଡପ/କମ୍ୟୁନିଟି ହଲରେ ରଖାଯାଇଛି। ସେମାନଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଚେନ୍ନାଇ ଏବଂ ତିରୁଭାଲ୍ଲୁରର ବରିଷ୍ଠ ଶ୍ରମ ବିଭାଗୀୟ ଅଧିକାରୀମାନଙ୍କ ସହ ଯୋଗାଯୋଗ ସ୍ଥାପିତ ହୋଇଥିବାବେଳେ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ଜାରି ରହିଛି। ଅନ୍ୟ ଦିଗରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମଧ୍ୟ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତିl






