NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍ ଭେରିଫିକେସନ୍ ।ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ବାୟୋମେଟ୍ରିକ୍ ଯାଞ୍ଚ ବା ଫିଙ୍ଗରପ୍ରିଣ୍ଟ କିମ୍ବା ଫେସିଆଲ୍ ରେକୋଗ୍ନିସନ୍ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷାର ଗାରିମା ରକ୍ଷା କରିବା ଏବଂ କୌଣସି ପ୍ରକାରର ଅସାଧୁ ଉପାୟକୁ ରୋକିବା ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି । ପରୀକ୍ଷା କେନ୍ଦ୍ରରେ ଚେକିଙ୍ଗ୍ ପ୍ରକ୍ରିୟା ଶେଷ ହେବା ପରେ ଏବଂ ପରୀକ୍ଷା ହଲ୍ ରେ ପ୍ରବେଶ କରିବା ପୂର୍ବରୁ ବାୟୋମେଟ୍ରିକ୍ ମାଧ୍ୟମରେ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ପରିଚୟ ଯାଞ୍ଚ କରାଯିବ ।୨୧ ତାରିଖରେ ହେବାକୁ ଥିବା NEET-UG ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜରୁରୀ ଗାଇଡ୍ ଲାଇନ୍ ଜାରି କରିଛି ।ଯଦି କୌଣସି ପରୀକ୍ଷାର୍ଥୀଙ୍କର ବାୟୋମେଟ୍ରିକ୍ ଡାଟା ମ୍ୟାଚ୍ ନହୁଏ, ମେସିନ୍ ଖରାପ ଥାଏ, UIDAI କନେକ୍ଟିଭିଟି ସମସ୍ୟା ଦେଖାଦିଏ କିମ୍ବା କୌଣସି ଶାରୀରିକ ଅକ୍ଷମତା ଥାଏ, ତେବେ ସେମାନଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯିବ ନାହିଁ । ଏଭଳି କ୍ଷେତ୍ରରେ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରରେ ଏକ ଅଣ୍ଡରଟେକିଂ ଦେବାକୁ ପଡ଼ିବ । ସାଧାରଣ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ସମୟ ଦି ୨ ଟାରୁ ରୁ ଅପରାହ୍ନ ୫ ଟା୧୫ ପର୍ଯ୍ୟନ୍ତ ରହିବ । ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଏହି ସମୟ ସନ୍ଧ୍ୟା ୬ ଟା୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପରୀକ୍ଷାର୍ଥୀମାନଙ୍କୁ କର୍ମଚାରୀଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୁହାଯାଇଛି ।






