ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି । ଆଜିକାଲି ବାହାରେ ଖାଇବା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି । ୱିକେଣ୍ଡ ହେଉ, କୌଣସି ଛୁଟିଦିନ ହେଉ କିମ୍ବା ଅଫିସ୍ କାମ ପରେ କ୍ଲାନ୍ତି ମେଣ୍ଟାଇବା ପାଇଁ, ଆମେ ପ୍ରାୟତଃ ପରିବାର କିମ୍ବା ସାଙ୍ଗମାନଙ୍କ ସହ କୌଣସି ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ଢାବାରେ ଖାଇବାକୁ ଚାଲିଯାଉ ।ଯେତେବେଳେ ଆମେ ଏକ ରେଷ୍ଟୁରାଣ୍ଟକୁ ଯାଉ, ସେଠାକାର ସାଜସଜ୍ଜା, ଏସି ପବନ ଏବଂ ସଫାସୁତୁରା ଟେବୁଲ୍ ଦେଖି ଖୁସି ହୋଇଯାଉ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି, ଯେଉଁ ରୋଷେଇ ଘରେ ଆପଣଙ୍କ ଖାଦ୍ୟ ପ୍ରସ୍ତୁତ ହେଉଛି, ସେଠାରେ କେତେ ସ୍ୱଚ୍ଛତା ବଜାୟ ରଖାଯାଉଛି? ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଦେଶର ସମସ୍ତ ଫୁଡ ବିଜନେସ ଅପରେଟର୍ସଙ୍କୁ ନିର୍ଦ୍ଦେଶ ଦେଇଛି କି, ଖାଇବା ଜିନିଷ ତିଆରି କରିବା ବେଳେ କେବଳ ଫୁଡ୍ ଗ୍ରେଡ ଏବଂ କଳଙ୍କୀ ଲାଗୁନଥିବା ଛୁରି, ବ୍ଲେଡ ଏବଂ ଅନ୍ୟ କଟିଂ ଉପକରଣ ବ୍ୟବହାର କରିବାକୁ ହେବ । ନିୟମ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ହେବ ।FSSAI ଅନୁସାରେ, କିଛି ଫୁଡ୍ ବିଜନେସ ଅପରେଟର୍ସ ଜଙ୍କ ଲାଗିଥିବା, ଖଣ୍ଡିଆ, ପେଣ୍ଟ ହୋଇଥିବା ଖରାପ କ୍ବାଲିଟର ଛୁରି ଏବଂ ବ୍ଲେଡ ବ୍ୟବହାର କରୁଛନ୍ତି । ଏହା ଖାଇବାକୁ ଦୂଷିତ କରିବା ସହିତ ଉପଭୋକ୍ତା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ଖାଇବା ସଂପର୍କରେ ଆସୁଥିବା ସମସ୍ତ ଉପକରଣ ଫୁଡ-ଗ୍ରେଡ, କଳଙ୍କୀ ଲାଗୁନଥିବା ସାମଗ୍ରୀରୁ ତିଆରି ହୋଇଥିବା ଜରୁରୀ ।
ନୂଆ ନିୟମ ସମସ୍ତ ଉପକରଣ ଉପରେ ଲାଗୁ ହେବ, ଯାହା ଖାଇବା ଜିନିଷରେ ବ୍ୟବହାର ହେଉଛି । ଖାଇବା ଜିନିଷ କାଟିବା, ସ୍ଲାଇସିଂ, ପ୍ରୋସେସିଂ, ପ୍ୟାକେଜିଂ ପାଇଁ ତିଆରି କରାଯାଏ । ଏଥିରେ ଛୁରି, ବ୍ଲେଡ, ସ୍ଲାଇସର ମେସିନ, କଟିଂ ଉପକରଣ ଏବଂ ଫୁଡ ପ୍ରୋସେସିଂ ଟୁଲ୍ସ ମଧ୍ୟ ସାମିଲ ରହିଛି । ଏହି ଉପକରଣ ଗୁଡିକ ସଫାସୁତରା ଏବଂ ଭଲ ସ୍ଥିତିରେ ରଖିବା ଜରୁରୀ ।






