ରାଜ୍ୟର ୨୦ ଜିଲ୍ଲାରେ ଖରା ଛୁଟି ଶେଷ ହେବା ସହ ଆଜିଠୁ ସ୍କୁଲ ଖୋଲିଛି । ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯାଇଥିବା ବେଳେ ୨୨ ଜୁନରେ ଖୋଲିବ ସ୍କୁଲ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁଗୁଳ ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନକୁ ୨୦ ତାରିଖ ଯାଏ ଛୁଟି ବୃଦ୍ଧି କରାଯାଇଛି । ସେପଟେ ସୁନ୍ଦରଗଡ଼ରେ ମଧ୍ୟ ୨୦ ତାରିଖ ଯାଏ ପ୍ରଥମ ଶ୍ରେଣୀରୁ ନେଇ ଦଶମ ଶ୍ରେଣୀଯାଏ ଛୁଟି ବଢ଼ାଯାଇଥିବା ବେଳେ ବୌଦ୍ଧ ଜିଲ୍ଲା ପ୍ରଶାସନ ମଧ୍ୟ ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ୨୦ ତାରିଖ ଯାଏ ଛୁଟି ବଢ଼ାଯାଇଛି । ଗଞ୍ଜାମ ଜିଲ୍ଲାରେ ବି ୨୦ ତାରିଖରେ ଖୋଲିବ ସ୍କୁଲ । ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲିଠାରୁ ୧୦ଟାରୁ ୪ଟା ଯାଏ ସ୍କୁଲ ଖୋଲିବାକୁ ଥିବା ବେଳେ ବଲାଙ୍ଗୀର ଓ ନୂଆପଡ଼ାରେ ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।






