ଆସାମରେ ଜୋରହାଟ ଠାରେ ଏକ ବାୟୁସେନା ବିମାନ ଏଏନ-୩୨ ଦୁର୍ଘଟଣାଗ୍ରସ୍ତ ହୋଇଛି।ବାୟୁସେନା ଘାଟିରେ ଅବତରଣ କରିବା ସମୟରେ ଏକ ଏଏନ-୩୨ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଦୁଇ ଖଣ୍ଡ ହୋଇଯାଇଛି। ଯାହା ଫଳରେ ଘଟଣାସ୍ଥଳରୁ ନିଆଁ ଏବଂ ଘନଧୂଆଁର କୁଣ୍ଡଳି ଉଠିବାରେ ଲାଗିଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ବାୟୁସେନା ଘାଟିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।ଭାରତୀୟ ବାୟୁସେନା ଏକ ସଂକ୍ଷିପ୍ତ ବିବୃତିରେ କହିଛି, ଏଏନ-୩୨ ପରିବହନ ବିମାନ ଜୋରହାଟ ବାୟୁସେନା ଷ୍ଟେସନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଏବଂ ବିମାନରେ ଥିବା କର୍ମଚାରୀଙ୍କ ଅବସ୍ଥା ସମ୍ପର୍କରେ ସରକାରୀ ସୂଚନା ପାଇଁ ଅପେକ୍ଷା କରାଯାଇଛି।ଘଟଣା ବିଷୟରେ ସବୁ ତଥ୍ୟ ମିଳିବା ପରେ ଅପଡେଟ ସୂଚନା ପ୍ରଦାନ କରାଯିବ। ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସବୁ ଦିଗରୁ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି।






