ଶୀର୍ଷ କେନ୍ଦ୍ରୀୟ ପଦବୀ ପାଇଁ ଓଡ଼ିଶା କ୍ୟାଡରର ଦୁଇ ଆଇପିଏସ୍ ଅଧିକାରୀ ଚୟନ । କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ‘ଆପଏଣ୍ଟମେଣ୍ଟସ୍ କମିଟି ଅଫ୍ ଦ କ୍ୟାବିନେଟ(ଏସିସି) ଦେଶର ୩୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଡାଇରେକ୍ଟର ଜେନେରାଲ୍ (ଡିଜି) ଓ ଡିଜି ସମକକ୍ଷ ପଦବୀ ପାଇଁ ଚୟନ କରିଛନ୍ତି। DG ପାହ୍ୟାକୁ ଯାଇଛନ୍ତି ଓଡ଼ିଶା କ୍ୟାଡରର୍ ୨ ବରିଷ୍ଠ IPS ସୁଧାଂଶୁ ଷଡଙ୍ଗୀ ଏବଂ ପଦ୍ମାକର ଏସ୍ ରଣପିସେ। ସୁଧାଂଶୁ ୧୯୯୦ ବ୍ୟାଚ୍ର IPS ହୋଇଥିବାବେଳେ ରଣବିସେ ୧୯୯୫ ବ୍ୟାଚ୍ର IPS ବୋଲି ଜଣାପଡ଼ିଛି।







