ଯାଜପୁର ବାଲିଚନ୍ଦ୍ରପୁର ପୋଲିସ ବିରୋଧରେ ଥାର୍ଡ ଡିଗ୍ରୀ ଅଭିଯୋଗ ଆସିଛି। ଥାର୍ଡ ଡିଗ୍ରୀ ପରେ ଯୁବକ ବିଷ ପିଇଦେବାରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଏକ କେସ୍ ରେ ସମ୍ପୃକ୍ତି ନେଇ ଅଣକା ପଞ୍ଚାୟତ ମହୀପୁର ଗାଁର ରବୀନ୍ଦ୍ର ମଲିକଙ୍କୁ ପୋଲିସ ଥାର୍ଡ ଡିଗ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ମାଡ଼ରେ ରବୀନ୍ଦ୍ର ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ହେଲେ ପରିବାରକୁ ଏନେଇ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଥିଲା । ମେଡିକାଲରେ ରବୀନ୍ଦ୍ରଙ୍କର ଚିକିତ୍ସା ଚାଲିଛି । ୪ଜଣ ପୋଲିସ କର୍ମଚାରୀ ତାଙ୍କୁ ମେଡ଼ିକାଲରେ ଜଗି ରହିଛନ୍ତି ।






